ETV Bharat / state

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପ୍ରସଙ୍ଗ: ସମ୍ବଲପୁରରେ ଭୁବନେଶ୍ୱର ବାରର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ - ସମ୍ବଲପୁରରେ ଭୁବନେଶ୍ୱର ବାରର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଭଙ୍ଗାରୁଜା ପ୍ରସଙ୍ଗ । ସମ୍ବଲପୁର ଗସ୍ତରେ ଭୁବନେଶ୍ୱର ବାରର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ l ଅଧିକ ପଢନ୍ତୁ

ଭୁବନେଶ୍ୱର ବାରର ଫେକ୍ଟ ଫାଇଣ୍ଡିଂ ଟିମ
ଭୁବନେଶ୍ୱର ବାରର ଫେକ୍ଟ ଫାଇଣ୍ଡିଂ ଟିମ
author img

By

Published : Dec 19, 2022, 3:16 PM IST

ଭୁବନେଶ୍ୱର ବାରର ଫେକ୍ଟ ଫାଇଣ୍ଡିଂ ଟିମ

ସମ୍ବଲପୁର: ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଭଙ୍ଗାରୁଜା ଘଟଣା ନେଇ ଓକିଲ ଗିରଫ ଓ ନ୍ୟାୟିକ ଅଚଳବସ୍ଥା ଲାଗି ରହିଛି । ତେବେ ଆଜି ସମ୍ବଲପୁର ଆସି ପହଞ୍ଚିଛନ୍ତି ଭୁବନେଶ୍ୱର ଓ ଅନ୍ୟ ଜିଲ୍ଲାର ଓକିଲ ସଂଘର ସଦସ୍ୟଙ୍କ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ।

ଏହି ଟିମ ଆଜି ସମ୍ବଲପୁର ଆସି ପ୍ରଥମେ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଡ଼ ପ୍ରମୋଦ ରଥଙ୍କ ସହ ଏହି ଘଟଣା ନେଇ ଆଲୋଚନା କରିଛନ୍ତି l ଏହାସହ ସମ୍ବଲପୁର ପୋଲିସ ବିଭାଗର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲା ଜଜଙ୍କ ସହ ଆଲୋଚନା କରିବା ନେଇ ମଧ୍ୟ ସୂଚନା ମିଳିଛି । ପରବର୍ତ୍ତୀ ସମୟରେ ଜେଲରେ ଥିବା ଓକିଲଙ୍କ ସହ ମଧ୍ୟ ଆଲୋଚନା କରିବେ ।

ଏହା ମଧ୍ୟ ପଢନ୍ତୁ:ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ: ପୁଣି ୧୧ ଓକିଲଙ୍କ ଲାଇସେନ୍ସ ରବ୍ଦ

ମୁଖ୍ୟତଃ ଏହି ଘଟଣାରେ ଓକିଲମାନଙ୍କ ସମ୍ପୃକ୍ତି ଅଛି ନା ନାହିଁ ସେନେଇ ଏହି ଟିମ ଆଲୋଚନା କରିବ ଓ ଓକିଲମାନେ କିପରି ଜେଲରୁ ବାହାରିଵେ ସେନେଇ ପ୍ରୟାସ କରାଯିବ ବୋଲି କୁହାଯାଇଛି l ଆଗକୁ ଏହି ଟିମ ଏକ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମ କୋର୍ଟ, ହାଇକୋର୍ଟ ଓ ଦରକାର ପଡିଲେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଫେକ୍ଟ ଫାଇଣ୍ଡିଙ୍ଗ ଟିମ ରେ ଭୁବନେଶ୍ୱର, ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼, ନୀଳଗିରିଓ ବାଲେଶ୍ୱର ଓକିଲ ସଙ୍ଘର ସଦସ୍ୟମାନେ ରହିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.