ETV Bharat / state

ସରକାରୀ ଯୋଜନାରେ ଅସୁରକ୍ଷିତ ହିତାଧିକାରୀ

ଗରିବଙ୍କ ପାଇଁ ସରକାରୀ ଯୋଜନାରେ ଗୋଟିଏ ସ୍ଥାନରେ ତିଆରି ହୋଇଥିବା 54ଟି ଘରକୁ ଗୋଟିଏ ବର୍ଷ ହୋଇନଥିବା ବେଳେ ଅତି ନିମ୍ନମାନର କାମ ଯୋଗୁଁ ଘରଗୁଡିକ ଫାଟି ଆଁ କଲାଣି । ଏଥିଯୋଗୁଁ ଏଠାରେ ଥିବା 54ଟି ଘର ଥିବାବେଳେ ରହୁଛନ୍ତି ମାତ୍ର 7 ଟି ପରିବାର ।

author img

By

Published : Jun 25, 2019, 11:23 PM IST

Updated : Jun 25, 2019, 11:31 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଗରିବ ବାସହରା ଲୋକଙ୍କୁ ଘର ଯୋଗାଇବା ପାଇଁ ରହିଛି ଅନେକ ସରକାରୀ ଯୋଜନା । କିନ୍ତୁ ଏହି ସରକାରୀ ଯୋଜନା ନାଁରେ ଅନେକ ସମୟରେ ବହୁ ଦୁର୍ନୀତି ହୋଇଥାଏ । ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନକଉଡ ବ୍ଲକ କଲାମାଟି ପଞ୍ଚାୟତର ବେହେରାଟିକ୍ରା ଗ୍ରାମରେ ହୋଇଥିବା ଗ୍ରାମୀଣ ଆବାସ କଲୋନୀରେ। ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ଗୋଟିଏ ସ୍ଥାନରେ ତିଆରି ହୋଇଥିବା 54 ଟି ଘରକୁ ଗୋଟିଏ ବର୍ଷ ହୋଇନଥିବା ବେଳେ ଅତି ନିମ୍ନମାନର କାମ ଯୋଗୁଁ ଘରଗୁଡିକ ଫାଟି ଆଁ କଲାଣି । ଫଳରେ ଏଠାରେ 54 ଟି ଘର ଥିବାବେଳେ ରାହୁଛନ୍ତି ମାତ୍ର 7 ଟି ପରିବାର।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ସମ୍ବଲପୁର

ଏହି କଲୋନୀ କୁ ଗତବର୍ଷ ଅଗଷ୍ଟ ମାସରେ ତତ୍କାଳୀନ ସାଂସଦ ଉଦଘାଟନ କରିଥିଲେ । ତେବେ ଏହାରି ଭିତରେ ପାଖାପାଖି ବର୍ଷେ ପୁରିବାକୁ ଥିବା ବେଳେ ଏଠାରେ ରହୁଛନ୍ତି ମାତ୍ର 7 ଟି ପରିବାର । ଆଉ ଏହାର ମୁଖ୍ୟ କାରଣ ହେଉଛି ଘରଗୁଡିକର ନିମ୍ନ ମାନର କାମ । ବର୍ଷେ ନପୂରୁଣୁ ଘରର ଛାତ ଓ କାନ୍ଥ ଫାଟି ଆଁ କଲାଣି । ଫଳରେ କିଛି ଲୋକେ ଏଠାରେ ବାଧ୍ୟ ହୋଇ ବିପଦଜନକ ଅବସ୍ଥାରେ ରହୁଥିବା ବେଳେ ଅଧିକାଂଶ ଲୋକ ଏଠାରେ ରହିବାକୁ ଭୟ କରୁଛନ୍ତି । ଫଳରେ ଯେ କୌଣସି ମୁହୂର୍ତ୍ତରେ ରେ କିଛି ବି ଅଘଟଣର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଘର ପିଛା 1 ଲକ୍ଷ 30 ହଜାର ଟଙ୍କାର ତିଆରି ହୋଇଥିବା ଏହି ଘରକୁ ନିୟମ ଅନୁଯାୟୀ ନିଜେ ହିତାଧିକାରୀ ମାନେ ତିଆରି କରିବା କଥା ତେବେ ଠିକାଦାର ଦ୍ୱାର ଏହି ଘର ନିର୍ମାଣ ହୋଇଥିବାରୁ ଏହା ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି।

ଏହି ଅଭିଯୋଗ ଜିଲ୍ଲାପାଳଙ୍କ ଠାରେ ପହଞ୍ଚିଥିବା କହିଛନ୍ତି ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ । ଏକ ଟେକ୍ନିକାଲ ଟିମ ଏହାର ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଲା ପରେ କିଛି ଅନିୟମିତତା ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Intro:ଗରିବ ବାସହରା ଲୋକଙ୍କୁ ଘର ଯୋଗାଇବା ପାଇଁ ରହିଛି ଅନେକ ସରକାରୀ ଯୋଜନା ।କିନ୍ତୁ ଏହି ସରକାରୀ ଯୋଜନା ନାଁରେ ଅନେକ ସମୟରେ ବହୁ ଦୁର୍ନୀତି ହୋଇଥାଏ ।ଏହାର ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନକଉଡ ବ୍ଲକ କଲାମାଟି ପଞ୍ଚାୟତ ର ବେହେରାଟିକ୍ରା ଗ୍ରାମରେ ହୋଇଥିବା ଗ୍ରାମୀଣ ଆବାସ କଲୋନୀରେ। ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନାରେ ଗୋଟିଏ ସ୍ଥାନରେ ତିଆରି ହୋଇଥିବା 54 ଟି ଘରକୁ ଗୋଟିଏ ବର୍ଷ ହୋଇନଥିବା ବେଳେ ଅତି ନିମ୍ନ ମାନର କାମ ଯୋଗୁ ଘରଗୁଡିକ ଫାଟି ଆଁ କଲାଣି।ଫଳରେ ଏଠାରେ 54 ଟି ଘର ଥିବା ବେଳେ ରାହୁଛନ୍ତି ମାତ୍ର 7 ପରିବାର।ଆଉ କେତେକ ଘରେ ଅତି ବିପଦଜନକ ଅବସ୍ଥାରେ ରହୁଛନ୍ତି ଲୋକେ।

Body:ସମ୍ବଲପୁର ଜିଲ୍ଲାର ଧନକଉଡା ବ୍ଲକ ର କଲାମାଟି ପଂଚାୟତର ବେହେରାଟିକ୍ରା ରେ ରହିଛି ଗ୍ରାମୀଣ ଆବାସ କଲୋନୀ। ଏଠାରେ ରହିଛି 54 ଟି ଘର।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନା ରେ ତିଆରି ହୋଇଥିବା ଏହି କଲୋନୀ କୁ ଗତ ବର୍ଷ ଅଗଷ୍ଟ ମାସରେ ତତ୍କାଳୀନ ସାଂସଦ ଉଦଘାଟନ କରିଥିଲେ।ତେବେ ଏଇ ଭିତରେ ପାଖା ପାଖି ବର୍ଷେ ପୁରିବାକୁ ଥିବା ବେଳେ ଏଠାରେ ରହୁଛନ୍ତି ମାତ୍ର 7 ଟି ପରିବାର। ଆଉ ଏହାର ମୁଖ୍ୟ କାରଣ ହେଉଛି ଘରଗୁଡିକ ର ନିମ୍ନ ମାନର କାମ। ବର୍ଷେ ନପୁରୁଣୁ ଘରର ଛାତ ଓ କାନ୍ଥ ଫାଟି ଆଁ କଲାଣି।ଫଳରେ କିଛି ଲୋକେ ଏଠାରେ ବାଧ୍ୟ ହୋଇ ବିପଦଜନକ ଅବସ୍ଥାରେ ରହୁଥିବା ବେଳେ ଅଧିକାଂଶ ଲୋକ ଏଠାରେ ରହିବାକୁ ଭୟ କରୁଛନ୍ତି। ଫଳରେ ଯେ କୌଣସି ମୁହୂର୍ତ୍ତରେ ରେ କିଛି ବି ଅଘଟଣ ର ସମଭାବନାକୁ ଏଡେଇ ଦିଆଯାଇପାରିବ ନାହିଁ। ଘର ପିଛା 1 ଲକ୍ଷ 30 ହଜାର ଟଙ୍କାର ତିଆରି ହୋଇଥିବା ଏହି ଘରକୁ ନିୟମ ଅନୁଯାୟୀ ନିଜେ ହିତାଧିକାରୀ ମାନେ ତିଆରି କରିବା କଥା ତେବେ ଠିକାଦାର ଦ୍ୱାର ଏହି ଘର ନିର୍ମାଣ ହୋଇଥିବାରୁ ଏହା ଅତି ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।

ବାଇଟ-1- ହିତାଧିକାରୀ ମହିଳା।
ବାଇଟ-2-ହିତାଧିକାରୀ ବୃଦ୍ଧା ସ୍ତ୍ରୀ।

ଏପଟେ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ ଏନେଇ ନିଜର ପ୍ରତିକ୍ରିୟା ରଖି କହୁଛନ୍ତି ଯେ ଏହି ଅଭିଯୋଗ ଜିଲ୍ଲାପାଳ ଙ୍କ ଠାରେ ପହଂଚିସରିଛି।ଏକ ଟେକ୍ନିକାଲ ଟିମ ଏହାର ର ତଦନ୍ତ କରି ଜିଲ୍ଲାପାଳ ଙ୍କୁ ରିପୋର୍ଟ ଦେଲାପରେ କିଛି ଅନିୟମିତତା ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବାଇଟ-3-ଅଜୟ କୁମାର ଜେନା, ଅତିରିକ୍ତ ଜିଲ୍ଲାପାଳ।

Conclusion:ବର୍ତ୍ତମାନ ପରିସ୍ଥିତିରେ ଠିକାଦାରଙ୍କୁ କାହିଁକି ଘର ତିଆରି କରିବାକୁ ଦିଆଗଲା ଓ କାହିଁକି ଗୁଣବତ୍ତା ର ତଦାରଖ କରାଗଲାନି ସେହି ପ୍ରଶ୍ନ ଉଠୁଛି।
Last Updated : Jun 25, 2019, 11:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.