ETV Bharat / state

ବେଆଇନ ଗୋମାଂସ କାରବାର ଉପରେ ଚଢ଼ାଉ, 5 ଗିରଫ

ବେଆଇନ ଗୋମାଂସ କାରବାର ଉପରେ ଚଢ଼ାଉ । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଚଢ଼ାଉ କରିଛି ପୋଲିସ । ଏହି ଘଟଣାରେ 5 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

illegal beef seized in sambalpur
ବେଆଇନ ଗୋମାଂସ କାରବାର ଉପରେ ଚଢ଼ାଉ, 5 ଗିରଫ
author img

By

Published : Feb 4, 2022, 11:30 AM IST

ସମ୍ବଲପୁର: ବେଆଇନ ଗୋମାଂସ କାରବାର ଉପରେ ଚଢ଼ାଉ । ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅନ୍ତର୍ଗତ ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଚଢ଼ାଉ କରିଛି ପୋଲିସ । ଏହି ଘଟଣାରେ 5 ଜଣ ଗିରଫ ହୋଇଥିବା ସୂଚନା ।

ବେଆଇନ ଗୋମାଂସ କାରବାର ଉପରେ ଚଢ଼ାଉ

ସମ୍ବଲପୁର ସହରରେ ବେଆଇନ ଗୋରୁ ଚୋରା ଚାଲାଣ ଓ ଗୋହତ୍ୟା ଅଭିଯୋଗ ହୋଇଆସୁଛି । ସହରରେ ଚାଲିଥିବା ବଡ଼ ଧରଣର ବେଆଇନ ଗୋମାଂସ କାରବାର ଉପରେ ଧନୁପାଲି ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଏକ ବିଶେଷ ସୂତ୍ରରୁ ଖବର ପାଇ ସହରର ତିନୋଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ 32 ଗାଈ ଉଦ୍ଧାର କରାଯାଇଥିଲା । ଏଥିସହ 68 କେଜି ଗୋମାଂସ ଏବଂ ଲୁହା କଟୁରୀ,ଫ୍ରିଜ,ତରାଜୁ ଆଦି ଜବତ କରିଛି ପୋଲିସ।

ଏହି ଘଟଣାରେ 5ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ସରିଫ ଖାନ ,ମହମ୍ମଦ ଅରବାଜ୍, ଅଖିଲ କୁମ୍ଭାର,ମହମ୍ମଦ ମୈ।ସିମ,ନୂଆଖୁଁ ଛୁରିଆ । ଉକ୍ତ ଅଭିଯୁକ୍ତମାନଙ୍କ ନାଁରେ ଗୋମାଂସ ଚାରା ଚାଲାଣ ନେଇ ପୂର୍ବରୁ ବିଭିନ୍ନ ଥାନାରେ ମାମଲା ରହିଥିବା ଧନୁପାଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.