ETV Bharat / state

ଶ୍ରମିକଙ୍କୁ ଉତ୍ସାହିତ କରିବାକୁ ନିଆରା ପ୍ରୟାସ, ଝୁଡ଼ି ମୁଣ୍ଡାଇ କାମ କଲେ ବିଡ଼ିଓ

author img

By

Published : May 31, 2023, 10:37 PM IST

Updated : May 31, 2023, 10:45 PM IST

ଦାଦନ ସମସ୍ୟା ନେଇ ବିଡ଼ିଓଙ୍କ ନିଆରା ସଚେତନତା, ମନରେଗା ଶ୍ରମିକଙ୍କ ସହ କାମ କଲେ ବିଡ଼ିଓ । ଅଧିକ ପଢ଼ନ୍ତୁ

bdo work with labours in sambalpur
ଦାଦନ ସମସ୍ୟା ନେଇ ବିଡ଼ିଓଙ୍କ ନିଆରା ସଚେତନତା
ଦାଦନ ସମସ୍ୟା ନେଇ ବିଡ଼ିଓଙ୍କ ନିଆରା ସଚେତନତା

ସମ୍ବଲପୁର: ମନରେଗା କାର୍ଯ୍ୟରେ ଶ୍ରମିକଙ୍କ ସହ କାର୍ଯ୍ୟ କଲେ ବିଡ଼ିଓ l ମନରେଗା କାର୍ଯ୍ୟ ହେଉଥିବା କାର୍ଯ୍ୟ ସ୍ଥଳକୁ ଯାଇ ନିଜେ ଶ୍ରମିକଙ୍କ ସହ ଝୁଡ଼ି ବୋହି ଶ୍ରମିକମାନଙ୍କୁ ଉତ୍ସାହିତ କରିଛନ୍ତି ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକର ବିଡ଼ିଓ ନିଲାମ୍ବର ମହାନନ୍ଦ । ମୁଖ୍ୟତଃ ଏହି ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଏଠାରେ ଦାଦନ ଶ୍ରମିକ ଏକ ପ୍ରମୁଖ ସମସ୍ୟା l ତେଣୁ ଦାଦନ ଶ୍ରମିକ ରୋକିବାକୁ ସ୍ଥାନୀୟ ବିଡ଼ିଓ ଏପରି ନିଆରା ପ୍ରୟାସ ଆପଣାଇଛନ୍ତି ।

ମନରେଗା ଯୋଜନା ମାଧ୍ୟମରେ ଗରିବ ଶ୍ରମିକଙ୍କୁ କାମ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ବିଭିନ୍ନ ସ୍ଥାନରେ ମନରେଗା କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକମାନଙ୍କୁ ଉତ୍ସାହିତ କରିବାକୁ ସମ୍ବଲପୁର ଜିଲ୍ଲାର ଯୁଯୁମୁରା ବ୍ଲକ ବିଡିଓ ନୀଳାମ୍ବର ମହାନନ୍ଦ ନିଆରା ପ୍ରୟାସ ଆପଣାଇଛନ୍ତି । ନିଜେ କାର୍ଯ୍ୟସ୍ଥଳକୁ ଯାଇ ଶ୍ରମିକ ମାନଙ୍କ ସହ ମିଶି ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି ଏବଂ ସେମାନଙ୍କ ସହ କିଛି ସମୟ କାମ ମଧ୍ୟ କରୁଛନ୍ତି । ସେହିପରି ବିଡିଓଙ୍କୁ ଅତି ନିକଟରେ ପାଇ ଶ୍ରମିକମାନେ ମଧ୍ୟ ଖୋଲାଖୋଲି ଭାବେ ସେମାନଙ୍କ ସମସ୍ୟା ତାଙ୍କୁ ଜଣାଇ ପାରୁଛନ୍ତି । ଜୁଯୁମୁରା ବିଡ଼ିଓଙ୍କ ଏଭଳି ଉଦ୍ୟମକୁ ସବୁ ମହଲରେ ସ୍ବାଗତ କରାଯାଇଛି । ବର୍ତ୍ତମାନ ମନରେଗା ଯୋଜନାରେ ଜୁଜୁମୁରା ବ୍ଲକ୍‌ର ଗଡ଼ଲୋଇସିଂହ ପଞ୍ଚାୟତ ଚାରପାଲି ପୋଖରୀ ଖନନ ଓ ବାଣ୍ଡିଝରଣ ଡ୍ରେନ୍ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ ବିଡିଓ ନିଜେ କାର୍ଯ୍ୟ ସ୍ଥଳରେ ପରିଦର୍ଶନ କରୁଛନ୍ତି । କିଭଳି କାମ ହେଉଛି, କ’ଣ ସବୁ ସମସ୍ୟା ରହୁଛି ବୋଲି ସେମାନଙ୍କଠାରୁ ପଚାରି ବୁଝୁଛନ୍ତି । ଏ ସମ୍ପର୍କରେ ବିଡ଼ିଓ କହିଛନ୍ତି ଯେ, ଦାଦନ ଶ୍ରମିକ ସମସ୍ୟା ରୋକିବା, ସ୍ଥାନୀୟ ଅଞ୍ଚଳରେ ରୋଜଗାର ସୃଷ୍ଟି କରି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସେ ଚେଷ୍ଟା କରୁଛନ୍ତି ।

ପ୍ରକାଶ ଥାଉକି, କେନ୍ଦ୍ର ସରକାରଙ୍କ ମନରେଗୋ ଯୋଜନାରେ ଶ୍ରମିକଙ୍କୁ ୧୦୦ ଦିନର କାମ ଯୋଗାଇ ଦିଆଯାଉଛି । ଅନେକ ସମୟରେ ଯୋଜନା ବାଟମାରଣା ହେବା ନେଇ ଅଭିଯୋଗ ସାମ୍ନାକୁ ଆସିଥାଏ । କେଉଁଠି ମଣିଷ ପରିବର୍ତ୍ତେ ମେସିନ କାମ କରୁଥାଏ ତ ଆଉ କେଉଁଠି ମନରେଗୋ ଯୋଜନା ଅଧିନରେ ହୋଇଥିବା କାମରେ ଅର୍ଥ ହରିଲୁଟ ହେଉଥିବାର ବାରମ୍ବାର ଅଭିଯୋଗମାନ ଆସେ । ତେଣୁ ଲୋକେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତି । ଏହାରି ମଧ୍ୟରେ ଜୁଜୁମୁରା ବ୍ଳକ ବିଡ଼ିଓଙ୍କ ଶ୍ରମିକଙ୍କୁ କାର୍ଯ୍ୟରେ ଉତ୍ସାହିତ କରିବା ପ୍ରୟାସ ଦାଦନ ଶ୍ରମିକ ରୋକିବାରେ ନିହାତି ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଉଛି ।

ଇଟିଭି ଭାରତ, ସମ୍ବଲପୁର

Last Updated : May 31, 2023, 10:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.