ETV Bharat / state

Sambalpur Bar suspends Impact: ବଢୁଛି ଆଇନଜୀବିଙ୍କ ଗିରଫଦାରୀ, ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ - ସମ୍ବଲପୁର ଖବର

ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ବିଚାରପତିଙ୍କ ଚେମ୍ବର ଭିତରକୁ ପଶି ଭଙ୍ଗା ରୁଜା କରିଥିବା ମାମଲାରେ ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୩୨ ଜଣଙ୍କର ଗିରଫଦାରି ହୋଇଥିବା ସମ୍ବଲପୁର ପୋଲିସ ସୂଚନା ଦେଇଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ୨୩ ଜଣ ଆଇନଜୀବୀ, ୮ ଜଣ କିନ୍ନର ଓ ଜଣେ ସାଧାରଣ ଲୋକ ଅଛନ୍ତି ବୋଲି ସୂଚନା ଦିଆଯାଇଛି । ତେବେ ଆଗକୁ ଗିରଫଦାରି ସଂଖ୍ୟା ବୃଦ୍ଧି ପାଇବାର ସମ୍ପୂର୍ଣ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Sambalpur Bar suspends Impact: ବଢୁଛି ଆଇନଜୀବିଙ୍କ ଗିରଫଦାରୀ, ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ

author img

By

Published : Dec 15, 2022, 10:44 PM IST

Sambalpur Bar suspends Impact: ବଢୁଛି ଆଇନଜୀବିଙ୍କ ଗିରଫଦାରୀ, ଦୁର୍ଦ୍ଦଶା ଭୋଗୁଛନ୍ତି ମହକିଲ

ସମ୍ବଲପୁର: ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ବିଚାରପତିଙ୍କ ଚେମ୍ବର ଭିତରକୁ ପଶି ଭଙ୍ଗା ରୁଜା କରିଥିବା ମାମଲାରେ ଆଜି ସନ୍ଧ୍ୟା ସୁଦ୍ଧା ମୋଟ ୩୨ ଜଣଙ୍କର ଗିରଫଦାରି ହୋଇଥିବା ସମ୍ବଲପୁର ପୋଲିସ ସୂଚନା ଦେଇଛି । ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ୨୩ ଜଣ ଆଇନଜୀବୀ, ୮ ଜଣ କିନ୍ନର ଓ ଜଣେ ସାଧାରଣ ଲୋକ ଅଛନ୍ତି ବୋଲି ସୂଚନା ଦିଆଯାଇଛି । ତେବେ ଆଗକୁ ଗିରଫଦାରି ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଏହାବି ପଢନ୍ତୁ- ସମ୍ବଲପୁର କୋର୍ଟରେ ଭଙ୍ଗାରୁଜା ଘଟଣା: ୨୪କୁ ବୃଦ୍ଧି ପାଇଲା ଓକିଲଙ୍କ ଗିରଫଦାରୀ ସଂଖ୍ୟା

ଅନ୍ୟପଟେ ଆଜି ମଧ୍ୟ୍ୟ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ତେବେ ଏହି ଆନ୍ଦୋଳନ ଓ ପରବର୍ତୀ ସମୟରେ ବାର କାଉନସିଲ ଇଣ୍ଡିଆ ଦ୍ୱାରା ଓକିଲଙ୍କ ଲାଇସନ୍ସ ରଦ୍ଦ କରାଯିବା ଦ୍ୱାରା ଏହାର ପ୍ରଭାବ ପଡିଛି ସାଧାରଣ ଜନତା ଉପରେ । କୋର୍ଟ କଚେରୀ ଖୋଲା ଅଛି ସତ ତେବେ ଯେଉଁ କଚେରୀ ଅଞ୍ଚଳରେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆଇନଜୀବୀ ମାନଙ୍କ ଭିଡ ଲାଗି ରହିଥାଏ ଏବେ ସେଠି ଜଣେ ମଧ୍ୟ ଓକିଲ ଦେଖା ଯାଉନାହାଁନ୍ତି l ଫଳରେ ଗାଁ ଗହଳିରୁ କୋର୍ଟ କଚେରୀ କାମ ପାଇଁ ଆସୁଥିବା ସାଧାରଣ ଜନତା ଙ୍କ ସମସ୍ୟା ବଢ଼ି ଯାଇଛି । ଆଇନଜୀବୀଙ୍କ ବିନା ଆଇନ କାନୁନ ବିଷୟରେ ଜାଣିନଥିବା ସଧାରଣ ଲୋକେ ଦିଗହରା ହୋଇ ଏଣେ ତେଣେ ଘୁରି ବୁଲୁଛନ୍ତି ।

ଫଳରେ ବହୁ ଲୋକଙ୍କ କୋର୍ଟ କଚେରୀ କାମ ଅଟକି ରହିଛି । ଏଭଳି ସ୍ଥିତିରେ ସମ୍ବଲପୁରର ସଚେତନ ନାଗରିକ ଚିନ୍ତା ପ୍ରକଟ କରିଛନ୍ତି । ସାଧାରଣ ଜନତା ଙ୍କ ସୁବିଧା ପାଇଁ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.