ସମ୍ବଲପୁର: ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଦୀର୍ଘ 50 ବର୍ଷ ହେଲା ହୋଇ ଆସୁଛି l ମୁଖ୍ୟତଃ ପଶ୍ଚିମ ଓଡିଶା ଓକିଲ ସଂଘ ସମୁହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଆହ୍ୱାନରେ ଏହି ଆନ୍ଦୋଳନ ଚାଲିଥୁବା ବେଳେ ସମ୍ବଲପୁର ଏହି ଆନ୍ଦୋଳନର ପ୍ରାଣକେନ୍ଦ୍ର ଥିଲା l ଗତ ଡିସେମ୍ବର 12 ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚେମ୍ବର ଭିତରକୁ ଆନ୍ଦୋଳନକାରୀ ପଶି ଭଙ୍ଗାରୁଜା କରିବା ପରି ଅପ୍ରୀତିକର ପରିସ୍ଥିତି ଉପୁଜିବା ପରେ 31 ଜଣ ଓକିଲ ଗିରଫ ହୋଇଥିବା ବେଳେ 54 ଜଣ ଓକିଲ ଙ୍କ ଲାଇସେନ୍ସ 18 ମାସ ପାଇଁ ନିଲମ୍ବନ ହୋଇଥିଲା l
ଏହା ପରେ ବର୍ତମାନ ସତେ ଯେମିତି ଏହି ଆନ୍ଦୋଳନ ମରିଯାଇଛି l ଯେଉଁ ଆନ୍ଦୋଳନରେ ଦିନେ ଶହ ଶହ ସଂଗଠନ ସାମିଲ ହେଉଥିଲେ ବର୍ତମାନ ସୁପ୍ରିମକୋର୍ଟରେ ଛାଟ ପରେ ଏହି ପ୍ରସଙ୍ଗରେ ଆନ୍ଦୋଳନ ତ ଦୂରର କଥା କେହି ମୁହଁ ଖୋଲିବାକୁ ଭୟ କରୁଛନ୍ତି l ଗତ 13 ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆ ଏହି 54 ଜଣ ଓକିଲ ଙ୍କ ନିଲମ୍ବନ ଉଠାଇ ଦେଇଥିବା ନେଇ ରାଜ୍ୟ ବାର କାଉନସିଲକୁ ଚିଠି କରିଥିଲେ ଓ ଆଗାମୀ ରାଜ୍ୟ ବାର କାଉନସିଲ ନିର୍ବାଚନ ର ଭୋଟର ଲିଷ୍ଟ ରେ ଏହି ଓକିଲ ଙ୍କ ନାମ ସାମିଲ କରିବାକୁ ମଧ୍ୟ ଉଲ୍ଲେଖ କରଥିଲେ ।
ତେବେ ଏହି ଓକିଲ ମାନେ ବର୍ତମାନ ରାଜ୍ୟ ବାର କାଉନସିଲ ନିର୍ବାଚନ ରେ ଭୋଟ ଦେଇ ପାରିବେ ନାହିଁ l ଏଭଳି ସ୍ଥିତି ରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ଏକ ପ୍ରକାର ମୃତ ପ୍ରାୟ ହୋଇଥିବା ବେଳେ ଆନ୍ଦୋଳନକାରୀ ଓକିଲଙ୍କ ପ୍ରତି ରାଜ୍ୟ ବାର କାଉନସିଲ ବର୍ତମାନ ଏଭଳି ଛାଟ ମାରିଛିl ଆଗାମୀ ଷ୍ଟେଟ ବାର କାଉନସିଲ ନିର୍ବାଚନରେ ଭୋଟ ଦେଇ ପାରିବେ ନାହିଁ ଲାଇସେନ୍ସ ବାତିଲ ହୋଇଥିବା ସମ୍ବଲପୁର ଜିଲ୍ଲା ଓକିଲ ସଂଘର 54 ଜଣ ଓକିଲ l
ସେପଟେ ସ୍ଥଗିତ ସମ୍ବଲପୁର ଜିଲା ବାର କାଉନ୍ସିଲରେ ଇଲେକସନ କୁ ମଧ୍ୟ ସ୍ଥଗିତ ରଖାଆଯାଇଛି । ବର୍ତମାନ ରାଜ୍ୟ ଆଇନଜୀବୀ ସଙ୍ଘ ର ଏହିଭଳି କଡା ଆଭିମୁଖ୍ୟ ପୋଷଣ କରିଛି l ଗତ 13 ତାରିଖ ରେ ବାର କାଉନସିଲ ଅଫ ଇଣ୍ଡିଆ ପକ୍ଷରୁ ସମ୍ବଲପୁର ଓକିଲ ସଂଘ ର 54 ଜଣ ଓକିଲ ଙ୍କ ଲାଇସେନ୍ସ ରଦ୍ଦ ଉଠାଯାଇଥିବା ନେଇ ଚିଠି କରାଯିବା ପରେ ଏନେଇ ରାଜ୍ୟ ବାର କାଉନସିଲର ଏକ ବୈଠକ ବସିଥିଲା l ଏଥିରେ ଏହି ପ୍ରସଙ୍ଗ ନେଇ ପାରିତ ହୋଇଥିବା ପ୍ରସ୍ତାବ ନେଇ ରାଜ୍ୟ ବାର କାଉନସିଲ ର ସେକ୍ରେଟାରୀ ଜେ.କେ. ସାମନ୍ତସିଂହାର ବାର କାଉନସିଲ ଅଫ ଇଣ୍ଡିଆକୁ ଏକ ଚିଠି କରିଥିଲେ l ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଗତ 17.02.2023 ରେ ହାଇକୋର୍ଟ ଙ୍କ ନିର୍ଦେଶ କ୍ରମେ ଆଗାମୀ ରାଜ୍ୟ ବାର କାଉନସିଲ ର ନିର୍ବାଚନ ର ଇଲେକଟ୍ରାଲ ରୋଲ ବା ଭୋଟର ଲିଷ୍ଟ 23.02.2023ରେ ପବ୍ଲିଶ ହୋଇଥିଲା l ଏହା ସହ ନିର୍ବାଚନ ତାରିଖ 15.04.2023 ରେ ହେବ ବୋଲି ଘୋଷଣା ହୋଇଥିଲା l
ଏଭଳି ସ୍ଥିତିରେ 13.03.2023ରେ 54 ଜଣ ଓକିଲ ଙ୍କ ଲାଇସେନ୍ସ ରଦ୍ଦ ଉଠିଥିବାରୁ ବର୍ତମାନ ଏମାନଙ୍କ ନାଁ ଭୋଟର ଲିଷ୍ଟ ରେ ଯୋଡ଼ା ଯାଇ ପାରିବ ନାହିଁ l ବାର କାଉନସିଲ ଅଫ ଇଣ୍ଡିଆର Uniform Rule ର ଗାଇଡଲାଇନ ଅନୁସାରେ ନିର୍ବାଚନ ନୋଟିସ ଜାରି ହେବା ପରେ ନିର୍ବାଚନ ଭୋଟର ଲିଷ୍ଟ ରେ କୌଣସି ନୁଆ ନାମ ଯୋଡ଼ା ଯାଇ ପାରିବିନି କି କୌଣସି ନାମ କଟା ଯାଇ ପାରିବନି l ଏଭଳି ସ୍ଥିତି ରେ ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ଓକିଲ ସଂଘ କୁ ମହଙ୍ଗା ପଡିଛି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଆନ୍ଦୋଳନ ।
ଗତ ଡିସେମ୍ବର 12 ତାରିଖରେ ସମ୍ବଲପୁର ରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜ ଙ୍କ ଚେମ୍ବର ରେ ପଶି ଭଙ୍ଗାରୁଜା ଘଟଣା ପାଇଁ ପ୍ରଥମେ ଜିଲ୍ଲା ଓକିଲ ସଂଘ ର ସବୁ ଆଇନଜୀବୀ ଙ୍କ ଲାଇସେନ୍ସ ବାତିଲ କରିଥିଲା ବାର କାଉନ୍ସିଲ ଅଫ ଇଣ୍ଡିଆl ପରବର୍ତୀ ସମୟରେ ଏହି ମମଲା ରେ ପୋଲିସ 31 ଜଣ ଓକିଲ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ଏହା ପରେ 18 ମାସ ପାଇଁ ନିଲମ୍ବନ ହୋଇଥିବା 54 ଓକିଲ ଙ୍କୁ ଛାଡି, ବାକି ସମସ୍ତ ଓକିଲ ଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା ବାର କାଉନସିଲ ଅଫ ଇଣ୍ଡିଆ । ତେବେ ଗତ 12 ତାରିଖରେ ବାର କାଉନ୍ସିଲ ଅଫ ଇଣ୍ଡିଆ ଏହି 54 ଜଣ ଓକିଲ ଙ୍କ ଉପରୁ ଲାଗିଥିବା 18 ମାସ ନିଲମ୍ବନ ଆଦେଶ ମଧ୍ୟ ପ୍ରତ୍ୟାହାର କରିଥିଲେ l ଏବେ କିନ୍ତୁ ଏହି ମାମଲାରେ ହସ୍ତକ୍ଷେପ କରିଛି ରାଜ୍ୟ ଆଇନଜୀବୀ ସଙ୍ଘ । ନିଲମ୍ବନ ଆଦେଶ ପ୍ରତ୍ୟାହାର ପରେ ବି ଏହି 54 ଜଣ ଆଇନଜୀବୀ ଭୋଟ ଦେଇପାରିବେ ନାହିଁ ବୋଲି ବାର କାଉନ୍ସିଲ ଅଫ ଇଣ୍ଡିଆ କୁ ପତ୍ର ଲେଖିଛି ରାଜ୍ୟ ଆଇନଜୀବୀ ସଙ୍ଘ । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ସମୟରେ ଏହି 54 ଓକିଲ ନିଲମ୍ବିତ ଥିବାରୁ ଓ ସମ୍ବଲପୁର ଓକିଲ ସଙ୍ଘ ର ନିର୍ବାଚିତ ପ୍ରତିନିଧି ଜେଲ ରେ ଥିବାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ର ନିର୍ବାଚନ କୁ ମଧ୍ୟ ବାତିଲ କରିଛି ରାଜ୍ୟ ସଙ୍ଘ । ଆସନ୍ତା ମାସରେ ରାଜ୍ୟର ସମସ୍ତ ଜିଲ୍ଲା ଓକିଲ ସଂଘ ନିର୍ବାଚନ ହେଉଥିବା ବେଳେ ସମ୍ବଲପୁର ଏଥିରୁ ବାଦ ପଡିଛି । ଗଣମାଧ୍ୟମ ସାମ୍ନାରେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ର ସଦସ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ ରଖିଥିବାରୁ ଓକିଲଙ୍କ ମତାମତ ମିଳି ପାରୁନାହିଁ । ରାଜ୍ୟ ଆଇନଜୀବୀ ସଙ୍ଘର ଏଭଳି ନିଷ୍ପତି କୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ଇଟିଭି ଭାରତ, ସମ୍ବଲପୁର