ETV Bharat / state

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି: ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି

author img

By

Published : Dec 8, 2022, 10:28 PM IST

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଓକିଲଙ୍କ ଆନ୍ଦୋଳନ ଆଜି ମଧ୍ୟ ଜାରି ରହିଛି । ଗତକାଲି (ବୁଧବାର) ଠାରୁ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଓକିଲମାନେ କୋର୍ଟ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Bar Associations demands for permanent high court bench in Sambalpur
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି : ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଜାରି ରହିଛି ଓକିଲଙ୍କ ଆନ୍ଦୋଳନ (Lawyers demands)। ଗତକାଲି (ବୁଧବାର)ଠାରୁ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ଓକିଲମାନେ କୋର୍ଟ କାର୍ଯ୍ୟ ବନ୍ଦ ଡାକରା ଦେଇଛନ୍ତି (Advocate strike in Sambalpur)। ତେବେ ଏହି ବନ୍ଦ ଡାକରା ଆଜି ଦ୍ଵିତୀୟ ଦିନରେ ମଧ୍ୟ ବଳବତ୍ତର ରହିଛି । ଏନେଇ ସମ୍ବଲପୁରରେ ଜାରି ରହିଛି ଓକିଲଙ୍କ ଆନ୍ଦୋଳନ । ଆଜି(ଗୁରୁବାର) ମଧ୍ୟ ଓକିଲମାନେ କାର୍ଯ୍ୟରେ ଯୋଗ ନଦେଇ ଧାରଣାରେ ବସିବା ସହ ସତ୍ୟାଗ୍ରହ କରିଛନ୍ତି (Lawyers demands for permanent setup high court bench) ।

ତେବେ ଆଜି ସବୁ ସରକାରୀ କାର୍ଯ୍ୟାଳୟ ଖୋଲା ରହିଛି । ଆସନ୍ତା 11 ଯାଏଁ ଏହି ଆନ୍ଦୋଳନ ଏହିଭଳି ଭାବରେ ଜାରି ରହିବ । 11 ତାରିଖ ପରେ ଆନ୍ଦୋଳନର ରୂପରେଖ ନିର୍ଦ୍ଧାରିତ ହେବ ହେବ ବୋଲି ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି (demand setup high court bench in Sambalpur)। ତେବେ ରାଜ୍ୟ ସରକାର ଏହିଭଳି ନୀରବତା ଆଚରଣ କଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ସ୍ୱତନ୍ତ୍ର ରାଜ୍ୟ ଆଡକୁ ଗତି କରିବ ବୋଲି ଜିଲ୍ଲା ଓକିଲ ସଂଘ ଚେତାବନୀ ଦେଇଛି।

ଏହାମଧ୍ୟ ପଢ଼ନ୍ତୁ.ଜାରି ରହିବ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, 11 ତାରିଖ ଯାଏଁ କାର୍ଯ୍ୟରେ ଯୋଗ ଦେବେନି ଓକିଲ

ଏହି ଆନ୍ଦୋଳନ ସହ ଜନସାଧାରଣ ସ୍ବତପ୍ରବୃତଃ ଭାବେ ଯୋଡି ହେଉଛନ୍ତି । ଆଗକୁ ଯଦି ରାଜ୍ୟସରକାର ହାଇକୋର୍ଟ ବେଞ୍ଚ ନଦେଉଛନ୍ତି ତେବେ ରାଜ୍ୟ ବିଭାଜନ ହେବ ବୋଲି ଜିଲ୍ଲା ଓକିଲ ସଂଘ ଚେତାବନୀ ଦେଇଛି । ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ପ୍ରଦୀପ ବହିଦାର କହିଛନ୍ତି ''ଯେପର୍ଯ୍ୟନ୍ତ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚର ଗଠନ ନହୋଇଛି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ (permanent setup high court bench) ।ତେଣୁ ଓଡ଼ିଶା ସରକାର, କେନ୍ଦ୍ର ସରକାର, ହାଇକୋର୍ଟ ଯେଉଁ ପ୍ରକାର ନୀରବତା ପାଳନ କରୁଛନ୍ତି ଏହି ଆନ୍ଦୋଳନ ଏକ ବଡ଼ ଆନ୍ଦୋଳନରେ ପରିଣିତ ହେବ । ତେଣୁ ଆଗରୁ ବି କହିଥିଲୁ ଏବେ ବି କହୁଛୁ ସତର୍କ ବି କରାଇ ଦେଉଛୁ । ଓଡ଼ିଶା ୨ ଭାଗ ହୋଇପାରେ ଯଦି ପ୍ରଶାସନ ଏ ବାବଦରେ ସଜାଗ ନରହିବେ । ବର୍ତ୍ତମାନ ସବୁ ରାଜନୈତିକ ଦଳ ଆସି ସମର୍ଥନ ଜଣାଇ ସାରିଛନ୍ତି । ଆଗରୁ ବି କହିଛୁ ଏବେ ବି କହୁଛୁ ପଶ୍ଚିମ ଓଡ଼ିଶାକୁ ହାଇକୋର୍ଟ ଦିଅ ନହେଲେ ଆମେ ନିଜେ ଆଣିବୁ (Sambalpur high court bench) ।''

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.