ETV Bharat / state

ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ 7 ଲକ୍ଷ ଟଙ୍କାର ଗହଣା - ଅଟୋ ଚାଳକଙ୍କ ମହାନତା

ଅଟୋ ଡ୍ରାଇଭରଙ୍କ ମହାନତା । ଅଟୋରେ ଛାଡି ଯାଇଥିବା ଯାତ୍ରୀଙ୍କୁ ଫେରାଇଲେ 7ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଗହଣା । ଅଧିକ ପଢନ୍ତୁ...

ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ପାଇଥିବା ଲକ୍ଷାଧିକ ଟଙ୍କାର ଗହଣା

author img

By

Published : Jun 8, 2021, 5:23 PM IST

ସମ୍ବଲପୁର: ମହାନତା ଦେଖାଇଲେ ଅଟୋ ଡ୍ରାଇଭର | ନିଜ ଅଟୋରେ ଛାଡି ଯାଇଥିବା ଯାତ୍ରୀଙ୍କୁ ଫେରାଇଲେ 7ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ସୁନା ଗହଣା । ଏଭଳି ମାନବିକତା ଦେଖାଇଛନ୍ତି ସମ୍ବଲପୁରର ଅଟୋ ଡ୍ରାଇଭର ମହମ୍ମଦ ଅଜିମ। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତିରେ ସମ୍ବଲରପୁର କ୍ଷେତରାଜପୁର ରେଲଓ୍ୱେ ଷ୍ଟେସନର ଏକ ଟ୍ରେନରୁ ଓହ୍ଲାଇଥିଲେ ଟିଟିଲାଗଡ ସହର ବ୍ଲକପଡାର ଦମ୍ପତ୍ତି ଯୁବରାଜ ବେହେରା ଓ ଚନ୍ଦ୍ରକାନ୍ତି ବେହେରା | ଏହା ପରେ ମହମ୍ମଦ ଅଜିମଙ୍କ ଅଟୋ ଭଡା କରି ରେମେ଼ଡ ଛକ ଭଙ୍ଗାମୁଣ୍ଡା ବିହାରିପଡା ନିଜ ଝିଅ ଘରକୁ ଯାଇଥିଲେ ।

ଅଟୋ ଚାଳକଙ୍କ ମହାନତା, ଯାତ୍ରୀଙ୍କୁ ଫେରାଇଲେ ପାଇଥିବା ଲକ୍ଷାଧିକ ଟଙ୍କାର ଗହଣା

ତେବେ ହୀରାକୁଦ ରୋଡ ବିହାରିପଡାରେ ଓହ୍ଲାଇବା ପରେ ସମ୍ପୃକ୍ତ ଅଟୋ ଡ୍ରାଇଭର ଘରକୁ ଫେରୁଥିଲେ । ସେହି ସମୟରେ ରେମେଡରେ ଦୁଇଜଣଙ୍କୁ ବସାଇ ପୁଣି ଅଇଁଠାପାଲିରେ ଛାଡିଥିଲେ । ଘରକୁ ଫେରିବା ପରେ ଦେଖିଲେ କେହି ଡଣେ ଯାତ୍ରୀ ଏକ ବ୍ୟାଗ ଛାଡିଦେଇଛନ୍ତି । ଏହାପରେ ଡ୍ହୀରାଇଭର ଜଣଙ୍ରାକ ଯୋଗାଯୋଗ କରି ହୀରାଖଣ୍ଡ ଅଟୋ ରିକ୍ସା ୟୁନିୟନର କର୍ମକର୍ତ୍ତାଙ୍କ ସମ୍ମୁଖରେ ଦମ୍ପତ୍ତିଙ୍କୁ ସୁନାରେ ଭର୍ତ୍ତି ବ୍ୟାଗଟି ଫେରାଇଥିଲେ । ତେବେ ବ୍ୟାଗ ଭିତରେ ସୁନା ହାର ,2ଟି ସୁନା ଚେନ୍ ,ମଙ୍ଗଳସୂତ୍ର, 3ଟି ସୁନା ମୁଦି ,2ଟି ସୁନା ଚୁଡି ଥିଲା । ଯାହାର ମୂଲ୍ୟ ପ୍ରାୟ 7 ଲକ୍ଷ ହେବ ବୋଲି ଜଣାପଡିଛି । ଡ୍ରାଇଭର ଜଣଙ୍କ ଏଭଳି କାର୍ଯ୍ୟକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.