ETV Bharat / state

ଲକଡାଉନରେ ସକ୍ରିୟ ଅପରାଧୀ, ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ

ସମ୍ବଲପୁର ସହରରେ ଦାଦାବଟି ମାଗିବା ସହ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁବୃର୍ତ୍ତ । ଏହି ଆକ୍ରମଣରେ ଯୁବ ବ୍ୟବସାୟୀ ଜଣକ ଗୁରୁତର ହୋଇଛନ୍ତି । ଅଧିକ ପଢନ୍ତୁ...

ଦାଦା ବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ
ଦାଦା ବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ
author img

By

Published : Jul 24, 2020, 8:02 PM IST

ସମ୍ବଲପୁର: ଦାଦା ବଟି ନ ଦେବାରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁବୃର୍ତ୍ତ । ଏହି ଆକ୍ରମଣରେ ଯୁବ ବ୍ୟବସାୟୀ ଜଣକ ଗୁରୁତର ହୋଇଛନ୍ତି । ଏପରି ଘଟଣା ଘଟିଛି ସମ୍ବଲପୁର ଟାଉନ ଥାନା ଅନ୍ତ୍ରର୍ଗତ ଚେରୁଅପଡା ଅଞ୍ଚଳରେ । ବର୍ତ୍ତମାନ ଏହି ଘଟଣା ସିସି ଟିଭି କ୍ୟାମେରାରେ କଏଦ ହୋଇଥିବା ବେଳେ ଏହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଦାଦା ବଟି ପାଇଁ ବ୍ୟବସାୟୀଙ୍କୁ ଆକ୍ରମଣ

ସମ୍ବଲପୁର ସହରର ଚେରୁଆପଡା ଠାରେ ଥିବା ଏକ ମାର୍କେଟ କମ୍ଲେକ୍ସ ସମ୍ମୁଖରେ ବ୍ୟବସାୟୀ ଦେବାଶିଷ ପତିଙ୍କ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଗତ ୧୭ ତାରିଖ ଅପରାହ୍ନ ୪ ଟାରେ ଦେବାଶିଷ ନିଜ ମାର୍କେଟ କମ୍ପ୍ଲେକ୍ସ ଥିବା ତାଙ୍କ ଅଫିସକୁ ଯାଇଥିଲେ । ସେଠାରେ କିଛି ଦୁର୍ବୁତ୍ତ ତାଙ୍କୁ ଦାଦାବଟି ମାଗିଥିଲେ ହେଲେ ଦେବାଶିଷ ତାଙ୍କ କଥା ଶୁଣିନଥିଲେ । ଏହା ପରେ ଦେବାଶିଷକୁ ଧମକ ଚମକ ଦେବା ସହ ଠେଲା ପେଲା କରିଥିଲେ ଦୁବୃର୍ତ୍ତ ।

ପରେ ଯୁବକ ମାନେ ଏକ ଷ୍ଟିଲ ରଡରେ ଦେବାଶିଷଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ଘଟୁଥିବା ବେଳେ ସେହି ମାର୍କେଟ କମ୍ପ୍ଲେକ୍ସରେ ଜଣେ ବ୍ୟବସାୟୀ ସେଠାରେ ପହଁଚି ଦେବାଶିଷଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ହେଲେ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ବାଡେଇଥିଲେ । ଏହି ସବୁ ଘଟଣା ପାଖରେ ଲାଗିଥିବା ଏକ ସିସି କ୍ୟାମେରାରେ କଏଦ ହୋଇଛି । ଏନେଇ ସମ୍ବଲପୁର ଟାଉନ ଥାନାରେ ଅଭିଯୋଗ ହୋଇଛି । ଟାଉନ ଥାନା ପୋଲିସ ତଦନ୍ତ ଜାରି ରଖିଥିବାର ସୂଚନା ଦେଇଛି। ଆହତ ବ୍ୟବସାୟୀ ଏକ ଘରୋଇ ନର୍ସିଂହୋମରେ ଚିକିତ୍ସିତ ହେଉଛନ୍ତି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.