ସମ୍ବଲପୁର: ପ୍ରସିଦ୍ଧ ଅସମିୟା ଲେଖକ ଲକ୍ଷ୍ମୀନାଥ ବେଜ ବରୁଆଙ୍କ ସାଧନା ଗୃହ ଓ ବାସଗୃହର ପୁନରୁଦ୍ଧାର ପାଇଁ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିବାକୁ ଓଡିଶା ଗସ୍ତରେ ଆସିଛନ୍ତି ଆସାମ ସରକାରଙ୍କ ସଂସ୍କୃତି ବିଭାଗର ସଚିବ ପ୍ରୀତମ ସାଇକିଆ । ଗସ୍ତ ଅବସରରେ ସେ ବେଜ ବରୁଆ ସ୍ମୃତି ସୁରକ୍ଷା ସମିତିର ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି।
ସମ୍ବଲପୁର କଚେରୀ ଛକରେ ଥିବା ବେଜ ବରୁଆଙ୍କ ସାଧନା ଗୃହ ଓ ବାସଗୃହର ପୁନରୁଦ୍ଧାର ପାଇଁ ଉଭୟ ଓଡିଶା ଓ ଆସାମ ସରକାର 50 ଲକ୍ଷ ଟଙ୍କା ଲେଖାଏଁ ପାଣ୍ଠି ପ୍ରଦାନ କରିଛନ୍ତି । ଏଥିପାଇଁ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ଆବଶ୍ୟକ ପଡ଼ିଲେ ଆହୁରି ପାଣ୍ଠି ଯୋଗାଇ ଦିଆଯିବ ବୋଲି ଆସାମ ସଂସ୍କୃତି ସଚିବ ପ୍ରତିଶ୍ରୁତି ଦେଇଛନ୍ତି । ଏହା ଦ୍ଵାରା ଏହି ସ୍ଥାନଟି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ସହ ଓଡ଼ିଶା ଓ ଆସାମ ମଧ୍ୟରେ ସାଂସ୍କୃତିକ ଆଦାନ ପ୍ରଦାନ କରିବାରେ ସହାୟକ ହେବ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ