ETV Bharat / state

Pan Masala Factory Fire Tragedy: ଆଖି ବୁଜିଲେ ଆଉ ଜଣେ ଶ୍ରମିକ

ସମ୍ବଲପୁର ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଆଉ ଜଣେ ଶ୍ରମିକ । ଅଧିକ ପଢନ୍ତୁ

Pan Masala Factory Fire Tragedy: ଆଖି ବୁଜିଲେ ଆଉ ଜଣେ ଶ୍ରମିକ
Pan Masala Factory Fire Tragedy: ଆଖି ବୁଜିଲେ ଆଉPan Masala Factory Fire Tragedy: ଆଖି ବୁଜିଲେ ଆଉ ଜଣେ ଶ୍ରମିକ ଜଣେ ଶ୍ରମିକ
author img

By

Published : Dec 30, 2021, 9:41 AM IST

ସମ୍ବଲପୁର: ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ(Pan Masala Factory Fire Tragedy) ଘଟଣା । ଏହି ଦୁର୍ଘଟଣାରେ ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ରାଉରକେଲା IGHରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣ ଶ୍ରମିକ ପ୍ରାଣ ହରାଇଥିଲେ । ବୁଧବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଥିବା ଅନ୍ୟ ଜଣେ ଶ୍ରମିକ ମଧ୍ୟ ଆଖି ବୁଜିଥିବା ସୂଚନା ମିଳିଛି । ମୃତକଙ୍କ ନାମ ଅମନ କୁମାର ଗୁପ୍ତା । ସେ ଫ୍ୟାକ୍ଟ୍ରିରେ ଅପରେଟର ଭାବେ କାର୍ଯ୍ୟ କରୁଥିଲେ ।

ଏହାମଧ୍ୟ ପଢନ୍ତୁ:ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୨ ଶ୍ରମିକଙ୍କ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ଗତ 20 ତାରିଖ ଦିନ ପାନ ମସଲା ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଥିଲା । ଅଘଟଣରେ 26ରୁ ଊର୍ଦ୍ଧ୍ବ ଶ୍ରମିକ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ କେତେକଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲରୁ ରାଉରକେଲା ଆଇଜିଏଚକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ରାମରାଜ ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଦିନକ ପରେ ନରେନ୍ଦ୍ର କୁମାର ନାମକ ଆଉ ଜଣେ ଶ୍ରମିକ ପ୍ରାଣ ହରାଇଥିଲେ । ଏବେ ପୁଣି ଜଣେ ଶ୍ରମିକ ଆଖି ବୁଜିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.