ସମ୍ବଲପୁର: ଜିଲ୍ଲା ସ୍ଥିତ ଧମା ଥାନା ଅନ୍ତର୍ଗତ ଗୁଣ୍ଡେରପୁର ଗାଁରେ ଜଣେ ବୃଦ୍ଧାଙ୍କୁ ପିଟିପିଟି ହତ୍ୟା । ହତ୍ୟାକାଣ୍ଡକୁ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା । ଥାନା ଘେରାଉ ସହ ରାଜରାସ୍ତା ଘେରାଉ କଲେ ଉତ୍ତ୍ୟକ୍ତ ବ୍ୟକ୍ତି । ସୁଶୀଳ ବାଗ ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କାଠ ଫାଳିଆରେ ସ୍ଥାନୀୟ ଅଞ୍ଚଳର ମାଖନି ବାଗ ନାମକ ଜଣେ ବୃଦ୍ଧାଙ୍କୁ ପିଟିପିଟି ମାରିଦେବା ନେଇ ମୃତକଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଥିସହ ସ୍ଥାନାୟ ଲୋକେ ସମ୍ପୃକ୍ତ ଅଭିଯୁକ୍ତକୁ ଧରି ଫାଣ୍ଡିରେ ଜିମା ଦେବା ସହ ଫାଣ୍ଡି ଏବଂ ସମ୍ବଲପୁର ସୋନପୁର ରାସ୍ତା ଘେରାଉ କରିଛନ୍ତି ।
ଅଭିଯୁକ୍ତ ଜଣକ ଦୀର୍ଘଦିନ ହେବ ସ୍ଥାନୀୟ ଅଞ୍ଚଳରେ ଗୁଣ୍ଡାରାଜ ଚଲାଇଥିବାରୁ ତା' ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ହଟିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ