ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ - ହାତୀ ମୃତ

ସମ୍ବଲପରୁ ଜିଲ୍ଲା ସଦରରେଞ୍ଜ ଅନ୍ତର୍ଗତ କଂସର ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀ ମୃତ
author img

By

Published : Jan 22, 2021, 10:59 AM IST

ସମ୍ବଲପୁର: ଜିଲ୍ଲାର ସଦର ଫରେଷ୍ଟ ଡିଭିଜନରେ ଥମୁନି ହାତୀ ମୃତ୍ୟୁ । ସଦରରେଞ୍ଜ ଅନ୍ତର୍ଗତ କଂସର ନିକଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ମାଈ ହାତୀ ମୃତ୍ୟୁ ହୋଇଛି ।

ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଖାମଖିଆଲି କାମ ପାଇଁ ଜିଲ୍ଲାରେ ବଢି ଚାଲିଛି ହାତୀ ମୃତ୍ୟୁ ସଂଖ୍ୟା । ଶୁକ୍ରବାର ସଦରରେଞ୍ଜ ଅନ୍ତର୍ଗତ କଂସର ନିକଟରେ ଗୋଟିଏ ମାଈ ହାତୀର ଶୁଣ୍ଢ 11କେଭି ତାର ସଂସ୍ପର୍ଶରେ ଆସିବାରୁ ଘଟଣାସ୍ଥଳରେ ହାତୀଟିର ମୃତ୍ୟୁ ହୋଇଥିବା ସମ୍ବଲପୁର ଫରେଷ୍ଟ ଡିଭିଜନ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ବନ କର୍ମଚାରୀ ଓ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଜିଲ୍ଲାରେ ଦିନକୁ ଦିନ ବିଦ୍ୟୁତ ତାରରେ ଲାଗି ଅନେକ ହାତୀଙ୍କ ଜୀବନ ଯାଉଥିବା ବେଳେ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଫଳରେ ହାତୀମାନଙ୍କର ବିଦ୍ୟୁତ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.