ସମ୍ବଲପୁର: ବେଆଇନ ଭାବେ ରେଳ ଟିକେଟ୍ ଅଧିକ ଦରରେ ବିକ୍ରି କରିବା ଅଭିଯୋଗରେ ଜଣେ ଏଜେଣ୍ଟଙ୍କୁ ଗିରଫ କରିଛି ସମ୍ବଲପୁର ଆରପିଏଫ । ତାଙ୍କ ନିକଟରୁ ଗୋଟିଏ କମ୍ପ୍ୟୁଟର ଓ ଲକ୍ଷାଧିକ ଟଙ୍କାର ନୂଆ ପୁରୁଣା ଟିକେଟ ଜବତ ହୋଇଛି। ଏଜେଣ୍ଟ ଜଣକ ହେଉଛନ୍ତି ଅନିଲ ବର୍ମା । ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ସେ ବୁର୍ଲା ଠାରେ ଏକ ଟ୍ରାଭେଲ ଏଜେନ୍ସି କରି ବେଆଇନ ଭାବେ ଯାତ୍ରୀମାନଙ୍କୁ ଅଧିକା ରେଟରେ ଟିକେଟ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା । ତାଙ୍କ ପାଖରୁ 13 ଟି ପୁରୁଣା ଓ 27 ଟି ଅଗ୍ରିମ ଟିକେଟ ଜବତ କରାଯାଇଛି। ଯାହାର ମୂଲ୍ୟ 1 ଲକ୍ଷ 69 ହଜାର ବୋଲି ଜଣା ପଡ଼ିଛି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ