ETV Bharat / state

ଦଳିତ ପରିବାର ଉପରେ ବଜରଙ୍ଗ ଦଳ କର୍ମୀଙ୍କ ଆକ୍ରମଣ ଅଭିଯୋଗ

author img

By

Published : Apr 17, 2022, 1:19 PM IST

ଦଳିତ ପରିବାର ଉପରେ ବଜରଙ୍ଗ ଦଳ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ ଆଣିଲେ ଭୀମଆର୍ମି ସଦସ୍ୟ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ମାଉଳିଭାଗ ଗାଁର ଏକ ଦଳିତ ପରିବାର ଉପରେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଧମକ ଚମକ ଦେବା ସହ ମାଡରପିଟ କରିଥିବା ଅଭିଯୋଗ ହୋଇଛି । ତେବେ ଅଭିଯୋଗକୁ ଖଣ୍ଡନ କରିଛି ବଜରଙ୍ଗ ଦଳ । ଅଧିକ ପଢନ୍ତୁ

ଦଳିତ ପରିବାର ଉପରେ ବଜରଙ୍ଗ ଦଳ କର୍ମୀଙ୍କ ଆକ୍ରମଣ ଅଭିଯୋଗ
ଦଳିତ ପରିବାର ଉପରେ ବଜରଙ୍ଗ ଦଳ କର୍ମୀଙ୍କ ଆକ୍ରମଣ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ବୁର୍ଲା ଥାନା ଅନ୍ତର୍ଗତ ମାଉଳିଭାଗ ଗାଁର ଏକ ଦଳିତ ପରିବାରର ସଦସ୍ୟଙ୍କୁ ବଜରଙ୍ଗ ଦଳ କର୍ମୀ ହନୁମାନ ଜୟନ୍ତୀ ଦିନ ମାରପିଟ କରିଥିବା ଅଭିଯୋଗ ହୋଇଛି । ଦଳିତ ପରିବାରର ଜଣେ ଯୁବକ ଭୀମଆର୍ମିର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାରୁ ବଜରଙ୍ଗ ଦଳ କର୍ମୀ ତାଙ୍କ ଘରକୁ ଯାଇ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଗୋଶାଳା ଫାଣ୍ଡିରେ ଅଭିଯୋଗ ଦିଆଯାଇଥିଲେ ମଧ୍ୟ ଫାଣ୍ଡି ଅଧିକାରୀ କୌଣସି ପଦକ୍ଷେପ ନନେବାରୁ ଭୀମଆର୍ମିର ସଦସ୍ୟଙ୍କ ସହ ଦଳିତ ପରିବାର ସମ୍ବଲପୁର ଏସପିଙ୍କ ଦ୍ବାରସ୍ଥ ହୋଇଛି ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବଜରଙ୍ଗ ଦଳର ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧୀର ରଞ୍ଜନ ବହିଦାର । ସେ କହିଛନ୍ତି ଯେ, ବଜରଙ୍ଗ ଦଳକୁ ବଦନାମ କରିବା ପାଇଁ ଏହିଭଳି ମିଥ୍ୟା କେସ ଦିଆଯାଇଛି ।ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.