ସମ୍ବଲପୁର: ତହସିଲଦାରଙ୍କୁ 2 କିମି ଚଲାଇ ଚଲାଇ ନେଲେ ଆଦିବାସୀ । ବିନା ଥଇଥାନରେ ଲୋକଙ୍କ ଘର ଭାଙ୍ଗିବା ଅଭିଯୋଗ କରି ତହସିଲଦାରଙ୍କୁ ଚଲାଇଲେ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ ଡାଇଁଚା ଗ୍ରାମ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ସରକାରୀ ଜମିରେ ଘର ତିଆରି କରିଥିବା 3 ଆଦିବାସୀ ପରିବାର ଘରକୁ ନକଟିଦେଉଳ ତହସିଲଦାର ସୁକାନ୍ତ ନାଏକଙ୍କ ନିର୍ଦ୍ଦେଶ କ୍ରମେ ଜେସିପି ଲଗାଇ ଭାଙ୍ଗି ଦିଆଯାଇଥିଲା । ଏହାର ପ୍ରତିବାଦ କରି ସ୍ଥାନୀୟ ଆଦିବାସୀମାନେ ଆରଆଇ ଅଫିସ ଘେରାଉ କରିଥିଲେ ।
ତହସିଲଦାର ସୁକାନ୍ତ ନାଏକ ଲୋକଙ୍କୁ ବୁଝାସୁଝା କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ଆଦିବାସୀମାନେ ତହସିଲଦାରଙ୍କ ସହ ଯୁକ୍ତି କରିବା ଘର ଉଚ୍ଛେଦ କରିବା ପୂର୍ବରୁ ଥଇଥାନ କରାନଯିବା ନେଇ ପ୍ରଶ୍ନ କରିଥିଲେ । ଏହାପରେ ଘର ଭଙ୍ଗା ଯାଇଥିବା ସ୍ଥାନକୁ ତହସିଲଦାରଙ୍କୁ ଚଲାଇ ଚଲାଇ ନେଇଥିଲେ । ଉଚ୍ଛେଦ ଆଦିବାସୀଙ୍କୁ ଥଇଥାନ ପାଇଁ ଦାବି କରିଥିଲେ । ବସ୍ତାପିତଙ୍କୁ ଥଇଥାନ କରାଯିବାର ପ୍ରତିଶୃତି ମିଳିବା ପରେ ସେମାନେ ପ୍ରତିବାଦରୁ ଓହ୍ଲାଇଥିଲେ ।
ଇଟିଭି ଭାରତ, ସମ୍ବଲପୁର