ETV Bharat / state

ସୁଧୁରୁନି ଭିସୁଟ, ରାଗିଂ ଅଭିଯୋଗ ଆଣି ଭିଡିଓ ଜାରି କଲେ ଛାତ୍ର - RAGGING ALLEGED AT VSSUT SAMBALPUR

ସମ୍ବଲପୁର ବୁର୍ଲା ସ୍ଥିତ ଭିସୁଟରେ ପୁଣି ଲାଗିଲା କଳଙ୍କ । ଭିସୁଟର ଜଣେ ଇଞ୍ଜିନିୟରିଂ ଛାତ୍ର ରାଗିଂର ଶିକାର ହେଉଥିବା ନେଇ ଏକ ଭିଡିଓ ଜାରି କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

aa
ସୁଧୁରୁନି ଭିସୁଟ, ରାଗିଙ୍ଗ ଅଭିଯୋଗ ଆଣି ଭିଡିଓ ଜାରି କଲେ ଛାତ୍ର
author img

By

Published : Feb 12, 2020, 9:17 PM IST

ସମ୍ବଲପୁର: ବୁର୍ଲା ସ୍ଥିତ ଭିସୁଟରେ ପୁଣି ଲାଗିଲା କଳଙ୍କ । ପୂର୍ବରୁ ଭିସୁଟରେ ଜୁନିୟର ଛାତ୍ରଙ୍କ ସହ ରାଗିଂ ହେଉଥିବାର ଅଭିଯୋଗ ହୋଇଥିବା ବେଳେ ଏନେଇ ଛାତ୍ରଙ୍କ ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଥିଲା । ବର୍ତ୍ତମାନ ଆଉ ଜଣେ ଜୁନିୟର ଛାତ୍ର ନିଜ ଉପରେ ରାଗିଂ ହୋଇଥିବା କହି ଏକ ଭିଡ଼ିଓ ଜାରି କରିଛନ୍ତି ।

aa
ରାଗିଙ୍ଗ ଅଭିଯୋଗ ଆଣି ଭିଡିଓ ଜାରି କଲେ ଛାତ୍ର

ଭିସୁଟର ଜଣେ ଇଞ୍ଜିନିୟରିଂ ଛାତ୍ର ନିଜେ ଏମିତି ଖୁଲାସା କରିଛନ୍ତି । ସେ ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ ତାଙ୍କୁ୍ ତାଙ୍କର ସିନିୟର ଛାତ୍ର ମାଡ ମାରିବା ସହ ନିର୍ଯ୍ୟାତନା ଦେଇଛନ୍ତି । ବୁଧବାର ଦିନ 2ଟା ସମୟରେ ସେ ୟୁନିଭରସିଟି କ୍ୟାମ୍ପସ ଭିତରକୁ ଆସୁଥିବା ବେଳେ 10ରୁ 12 ଜଣ ତାଙ୍କୁ ତାଙ୍କର ଡ୍ରେସ କୋଡ ପାଇଁ ଏକ ରୁମ ଭିତରକୁ ନେଇ ମାଡ଼ ମାରିଛନ୍ତି ବୋଲି ସେ କହିଛନ୍ତି । ଏପରିକି ତାଙ୍କ ଉପରେ ଆକ୍ରମଣ କରିଥିବା କିଛି ସିନିୟର ଛାତ୍ରଙ୍କ ନା ମଧ୍ୟ ସେ କହୁଛନ୍ତି । କେବଳ ତାଙ୍କ ଉପରେ ନୁହେଁ ଆହୁରି ବି ଅନେକ ଜୁନିୟର ଛାତ୍ରଙ୍କୁ ସିନିୟର ରାଗିଂ କରୁଥିବା ସେ କହିଛନ୍ତି । ଏନେଇ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚୁପ ରହୁଥିବା ସେ ଅଭିଯୋଗ କରିଛନ୍ତି । ଏହାସହ ଛାତ୍ର ଜଣଙ୍କ କହିଛନ୍ତି ଯେ ଏମିତି ବାରମ୍ବାର ହେଉଥିଲେ ମଧ୍ୟ ଖୋଲା ଖୋଲି ଭାବରେ କେହି କିଛି କହି ପାରୁନାହାଁନ୍ତି ।

ସୁଧୁରୁନି ଭିସୁଟ, ରାଗିଙ୍ଗ ଅଭିଯୋଗ ଆଣି ଭିଡିଓ ଜାରି କଲେ ଛାତ୍ର

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.