ETV Bharat / state

ଲକଡାଉନ ଯୋଗୁଁ ଫସିଗଲେ, ନଦୀପଠାରେ ବିତୁଛି ଜୀବନ - ସମ୍ବଲପୁରରେ ଲକଡାଉନ

ବୁର୍ଲାର କୀର୍ବା ନିକଟସ୍ଥ ମହାନଦୀ ଶଯ୍ୟାରେ ବସବାସ କରୁଛନ୍ତି ଏହି 65 ଶ୍ରମିକ । ଅତି ଛୋଟ ପଲିଥିନ ତମ୍ବୁ ସାଜିଛି ଆଶ୍ରୟସ୍ଥଳୀ । ଅଧିକ ପଢନ୍ତୁ...

ଲକଡାଉନ ଯୋଗୁଁ ଫସିଗଲେ, ନଦୀପଠାରେ ବିତୁଛି ଜୀବନ

author img

By

Published : May 8, 2020, 10:51 PM IST

ସମ୍ବଲପୁର: ସାରା ଦେଶରେ କୋଭିଡ-19 ମୁକାବିଲା ପାଇଁ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି ରହିଛି । ଏଭଳି ପରିସ୍ଥିତିରେ ଅନେକ ଲୋକ ବିଭିନ୍ନ ଜାଗାରେ ଫସି ରହିଛନ୍ତି । ଯେଉଁମାନେ ଲକଡାଉନ ପୂର୍ବରୁ ଜୀବନ ଜୀବିକା ପାଇଁ ନିଜ ଭିଟାମାଟି ଛାଡି ଅନ୍ୟତ୍ର ଯାଇଥିଲେ ସେଠାରେ ହିଁ ଫସିଗଲେ ।

ଲକଡାଉନ ଯୋଗୁଁ ଫସିଗଲେ, ନଦୀପଠାରେ ବିତୁଛି ଜୀବନ

ଏହିପରି ଏକ ଦୁଃଖଦ କାହାଣୀ ହେଉଛି ଛତିଶଗଡ ବାଲାଓଦା ବଜାର ଜିଲ୍ଲା ଭଟାପଡା ଅଞ୍ଚଳର ଆଦିବାସୀଙ୍କର । କାମ ଆଶାରେ ସମ୍ବଲପୁରରେ 4 ମାସ ହେଲା ରହିଆସୁଛନ୍ତି 23ଟି ପରିବାର । ହେଲେ ଲକଡାଉନ ଘୋଷଣା ପରେ ଏମାନଙ୍କ ଅବସ୍ଥା ଦୟନୀୟ ହୋଇଛି । ଗତ ଜାନୁୟାରୀରୁ ମହାନଦୀ କୂଳେ କୂଳେ ଥିବା ବଣରୁ ସଂଗ୍ରହ କରୁଥିଲେ ଜଡିବୁଟି । ଶ୍ରମିକ କାମ କରି ପୋଷୁଥିଲେ ପେଟ । ରୋଜଗାର ଆଶାରେ ଛାଡି ଆସିଥିଲେ ଭିଟାମାଟି । ଆଶା ଥିଲା ଭଲ ଦୁଇ ପଇସା ରୋଜଗାର କରିବେ । କିନ୍ତୁ ଅଧୁରା ରହିଗଲା ଆଶା । ସବୁ ଓଲଟପାଲଟ କରିଦେଲା ଲକଡାଉନ ଘୋଷଣା । ଫେରିପାରିଲେନି ଘରକୁ । ନଦୀପଠାରେ ଫସି ରହିଗଲେ 65 ପ୍ରବାସୀ ଲୋକ ।

ବୁର୍ଲାର କୀର୍ବା ନିକଟସ୍ଥ ମହାନଦୀ ଶଯ୍ୟାରେ ବସବାସ କରୁଛନ୍ତି ଏହି 65 ଶ୍ରମିକ । ଅତି ଛୋଟ ପଲିଥିନ ତମ୍ବୁ ସାଜିଛି ଆଶ୍ରୟସ୍ଥଳୀ । ସେଥିରେ ଦାଉ ସାଧୁଛି ଟାଣ ଖରା ଓ ଅଦିନିଆ ବର୍ଷା ସହ ଝଡତୋଫାନ । ପୁଣି ଆଗକୁ ବର୍ଷା ଦିନର ଡର । ସେପଟେ କାମ ନଥିବାରୁ ସରିଆସିଲାଣି ସଞ୍ଚିତ ଅର୍ଥ । କିଛି ସ୍ବେଚ୍ଛାସେବୀଙ୍କ ଦୟାରୁ ଦୁଇ ଓଳି ମିଳୁଛି ଖାଇବା । ହେଲେ କେବେ ଘରକୁ ଫେରିବେ ସେନେଇ ଘାରିଛି ଚିନ୍ତା । ଏଥିପାଇଁ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ କରିଛନ୍ତି ଗୁହାରୀ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.