ETV Bharat / state

ସୋରୁମ ମାଲିକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଆକାଉଣ୍ଟାଣ୍ଟଙ୍କୁ ଦେଇଛନ୍ତି ହତ୍ୟା ଧମକ ! - sambalpur latest news

ସୋରୁମ ମାଲିକଙ୍କ ନାଁରେ ଅଭିଯୋଗ ଆଣିଲେ ଆକାଉଣ୍ଟାଣ୍ଟ । ଜୀବନରେ ମାରିଦେବା ଧମକ ଦେଇଥିବା କଲେ ଅଭିଯୋଗ । ଅଧିକ ପଢ଼ନ୍ତୁ...

ଆକାଉଣ୍ଟାଣ୍ଟଙ୍କୁ ଜୀବନରେ ମାରିବା ଧମକ ଦେଲେ ମାଲିକ !
author img

By

Published : Oct 14, 2019, 7:32 PM IST

ସମ୍ବଲପୁର: ନିଜ ସୋରୁମରେ କାମ କରୁଥିବା ଆକାଉଣ୍ଟାଣ୍ଟକୁ ଜୀବନରେ ମାରିଦେବାର ଧମକ ଦେଇଛନ୍ତି ସୋ ରୁମ ମାଲିକ। ଏପରି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ଜିଲ୍ଲା ସୁନାପଲିର ମହମ୍ମଦ ଅଲତାଫ ହୁସେନ ନାମକ ଜଣେ ଯୁବକ ଯିଏକି ବୁଢ଼ାରାଜାସ୍ଥିତ ଏକ ସୋରୁମରେ କାମ କରନ୍ତି ।

ଆକାଉଣ୍ଟାଣ୍ଟଙ୍କୁ ଜୀବନରେ ମାରିବା ଧମକ ଦେଲେ ମାଲିକ !

ସୂଚନା ଅନୁସାରେ ମହମ୍ମଦ ଅଲତାଫ ହୁସେନ ବୁଢ଼ାରାଜାସ୍ଥିତ ଏକ ସୋରୁମରେ ଆକାଉଣ୍ଟାଣ୍ଟ ଭାବେ କାମ କରି ଆସୁଥିଲେ। 2 ମାସ ହେଲା ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟାରୁ କାମକୁ ଯାଉ ନଥିଲେ। ତେବେ କିଛି ଦିନତଳେ ସୋରୁମ ମାଲିକ ତାଙ୍କୁ ଡାକି ଏକ ହୋଟେଲ ରୁମ ଭିତରେ ବନ୍ଧୁକ ଦେଖାଇ ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ସୋ ରୁମ ମାଲିକ ଅଲତାଫଙ୍କୁ ଟଙ୍କା ଚୋରି କରିଥିବାର କହି ଟଙ୍କା ନ ଫେରାଇଲେ ତାଙ୍କୁ ଓ ତାଙ୍କ ପରିବାରକୁ ବରବାଦ କରିଦେବେ ଓ ବିଭିନ୍ନ ମିଥ୍ୟା କେସରେ ଫସାଇ ଦେବେ ବୋଲି କହିଥିବା ଅଲତାଫ କହିଛନ୍ତି।

ଏନେଇ ଅଲତାଫ ସମ୍ବଲପୁର ଅଇଁଠାପାଲି ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଅଇଁଠାପାଲି ଥାନା ଅଧିକାରୀ ଏଫଆଇଆର ନରଖି ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଅଲତାଫ । ଏହାପରେ ସେ ସମ୍ବଲପୁର ଅତିରିକ୍ତ ଏସପିଙ୍କୁ ଭେଟି ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ତେବେ ଏନେଇ ସମ୍ବଲପୁର ଅତିରିକ୍ତ ଏସପି ପ୍ରଦୀପ କୁମାର ମହାପାତ୍ର କ୍ୟାମେରା ଆଗରେ କିଛିବି କହିବାକୁ ମନା କରିଛନ୍ତି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ନିଜ ସୋ ରୁମରେ କାର୍ଯ୍ୟ କରୁଥିବା ଆକାଉଣ୍ଟଟେଣ୍ଟକୁ ଜୀବନରେ ମରିଦେବାର ଧମକ ଦେଲେ ସୋ ରୁମ ମାଲିକ।ଏମିତି ଅଭିଯୋଗ ଆଣିଛନ୍ତି ସମ୍ବଲପୁର ସୁନାପଲି ର ମହମ୍ମଦ ଅଳତାପ ହୁସେନ ନାମକ ଜଣେ ଯୁବକ ଯିଏ ସମ୍ବଲପୁର ବୁଢ଼ାରାଜା ସ୍ଥିତ ସାକ୍ଷୀ ହେଣ୍ଡଲୁମ ସୋ ରୁମ ରେ କାମ କରନ୍ତି।ସେ କହିଛନ୍ତି ଯେ ସୋ ରୁମ ମାଲିକ ପ୍ରଦୀପ ସହାରେ ନିଜ କେତେଜଣ ସାଙ୍ଗ ଙ୍କ ସହ ମିଶି ଅଳତାପ କୁ ଏକ ହୋଟେଲ ରୁମ ରେ ବନ୍ଧୁକ ମୁନରେ ଏକ କାଗଜରେ ସାଇନ କରିବାକୁ କହିଥିଲେ। ଏନେଇ ଅଳତାପ ସମ୍ବଲପୁର ଅଇଁଠା ପାଲି ଥାନାରେ ଅଭିଯୋଗ କରିବାକୁ ଯାଇଥିବା ସମୟରେ ଅଇଁଠା ପାଲି ଥାନା ଅଧିକାରୀ ଏଫ ଆଇ ଆର ନରଖି ତାଙ୍କ ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ କାରିଛନ୍ତି ।ଏନେଇ ସେ ସମ୍ବଲପୁର ଅତିରିକ୍ତ ଏସପି ଙ୍କୁ ଭେଟି ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏଭଳି ଭାବରେ ରାଜ୍ୟ ସରକାରଙ୍କ 5 T ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଏନେଇ ସମ୍ବଲପୁର ଅତିରିକ୍ତ ଏସପି କ୍ୟାମେରା ଆଗରେ କିଛିବି କହିବାକୁ ମନା କରିଛନ୍ତି।

Body:ମିଳିଥିବା ସୂଚନା ଅନୁସାରେ ସମ୍ବଲପୁର ସୁନାପଲି ର ମହମ୍ମଦ ଅଳତାପ ହୁସେନ ବୁଢ଼ାରାଜା ଅଞ୍ଚଳରେ ଥିବା ସାକ୍ଷୀ ହେଣ୍ଡଲୁମ ସୋ ରୁମ ରେ ଆକାଉଣ୍ଟଟେଣ୍ଟ ଭାବେ କାର୍ଯ୍ୟ କରି ଆସୁଥିଲେ।ତେବେ 2 ମାସ ହେଲା ତାଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟାରୁ କାମକୁ ଯାଉ ନଥିଲେ।ତେବେ କିଛି ଦିନତଳେ ସୋ ରୁମ ମାଲିକ ପ୍ରଦୀପ ସହାରେ ତାଙ୍କୁ ଡାକି ଏକ ହୋଟେଲ କୁ ନେଇ ହୋଟେଲ ରୁମ ଭିତରର ବନ୍ଧୁକ ଦେଖାଇ ଏକ କାଗଜରେ ଦସ୍ତଖତ କରିବାକୁ କହିଥିଲେ। ସୋ ରୁମ ମାଲିକ ଅଳତାପ ଙ୍କୁ ଟଙ୍କା ଚୋରି କରିଥିବାର କହି ଟଙ୍କା ନଫେରାଇଲେ ତାଙ୍କୁ ଓ ତାଙ୍କ ପରିବାର କୁ ବରବାଦ କରିଦେବେ ଓ ବିଭିନ୍ନ ମିଥ୍ୟା କେଶ ରେ ଫସାଇଦେବେ ବୋଲି କହିଥିଲେ ବୋଲି ଅଳତାପ କହିଛନ୍ତି। ତେବେ ଏନେଇ ଅଇଁଠା ପାଲି ଥାନରେ ସେ ଗତକାଲି ଏତଲା ଦେବାକୁ ଯାଇଥିବା ବେଳେ ଏତଲା ରଖିବା ପରିବର୍ତ୍ତେ ଥାନା ଅଧିକାରୀ ଓଲଟା ତାଙ୍କୁ ଗଲି ଗୁଳଜ କରିଥିଲେ। ଏମିତି ଅଭିଯୋଗ ଆଣିଛନ୍ତି ଅଳତାପ।

Conclusion: ଏନେଇ ସମ୍ବଲପୁର ଅତିରିକ୍ତ ଏସପି ଙ୍କ ଆଗରେ ଆଜି ସେ ଅଭିଯୋଗ କରିଛନ୍ତି। ହେଲେ ଏହି ବିଷୟରେ ବର୍ତ୍ତମାନ ପରିସ୍ଥିତି କିଛି ବି ପ୍ରତିକ୍ରିୟା ଦେବାକୁ ଅତିରିକ୍ତ ଏସ ପି ପ୍ରଦୀପ କୁମାର ମହାପାତ୍ର ମନା କରିଛନ୍ତି।

ବାଇଟ-1-ମହମ୍ମଦ ଅଳତାପ ହୁସେନ,ଅଭିଯୋଗକାରୀ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.