ETV Bharat / state

ଉଚ୍ଚଶିକ୍ଷିତଙ୍କ ଚାଷ ନିଶା, ଏମଫିଲ ପଢି କରୁଛନ୍ତି ମାଛଚାଷ - sambalpur in fishering story

ସମ୍ବଲପୁର ସହରର ଉଚ୍ଚ ଶିକ୍ଷିତ ଏମଫିଲ ଛାତ୍ର ବନିଛନ୍ତି ଜଣେ ସଫଳ ମାଛ ଚାଷୀ । ପାରମ୍ପରିକ ନୁହେଁ, ବଂର ଉନ୍ନତ ଜ୍ଞାନ କୌଶଳକୁ ଆପଣାଇ କରୁଛନ୍ତି ମାଛ ଚାଷ । ଅଧିକ ପଢନ୍ତୁ....

sambalpur
ଉଚ୍ଚ ଶିକ୍ଷତ ମାଛ ଚାଷୀ ଦିବ୍ୟରାଜ
author img

By

Published : Jan 24, 2020, 11:36 PM IST

ସମ୍ବଲପୁର: ଆଜିର ଦୁନିଆରେ ସମସ୍ତେ ଉଚ୍ଚ ଶିକ୍ଷିତ ହୋଇ ସରକାରୀ ଚାକିରୀ ପଛରେ ଧାଉଁଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନେ ଆଜିବି ଉଚ୍ଚ ଶିକ୍ଷିତ ହୋଇ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସମ୍ବଲପୁରର ଏମିତି ଜଣେ ଯୁବକ ହେଲେ ଦିବ୍ୟରାଜ ବେରିହା । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ ଫିଲ ହୋଇଥିଲେ ମଧ୍ୟ ସେ ଚାକିରୀ ନକରି ଅତ୍ୟାଧୁନିକ ବାୟୋଫ୍ଲକ୍ସ ଓ ସେମି ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ କରିବା ସହ 12 ପ୍ରକାର ମାଛ ନେଇ ରିସର୍ଚ୍ଚ ମଧ୍ୟ କରୁଛନ୍ତି।

ଉଚ୍ଚ ଶିକ୍ଷତ ମାଛ ଚାଷୀ ଦିବ୍ୟରାଜ

ସମ୍ବଲପୁର ସହରର ଦିବ୍ୟରାଜ। ଶିକ୍ଷାଗତ ଯୋଗ୍ୟତା କହିଲେ ବିଜ୍ଞାନରେ ଏମଫିଲ। ତେବେ ତାଙ୍କର ପେଶା ହେଉଛି ମାଛ ଚାଷ କରିବା। ମାତ୍ର ତାଙ୍କର ମାଛ ଚାଷ ପାରମ୍ପରିକ ପଦ୍ଧତିରେ ସୀମିତ ନାହିଁ। ସେ ଅତ୍ୟାଧୁନିକ ବାୟୋଫ୍ଲକ୍ସ ଓ ସେମି ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ କରୁଛନ୍ତି। 3 ଟି କୁଣ୍ଡରେ ବାୟୋଫ୍ଲକ୍ସ ଚାଷ ହେଉଥିବାବେଳେ ନିଜ ଫାର୍ମହାଉସରେ 2 ଟି ଟ୍ରେନଜ ଖୋଲି ସେଠାରେ ପୋଖରୀ ପାଣି ଜରିଆରେ ସେମି ବାୟୋଫ୍ଲକ୍ସ ମାଛ ଚାଷ ମଧ୍ୟ କରୁଛନ୍ତି।

ଏହାସହ ସେ 12 ପ୍ରକାରର ମାଛ ଉପରେ ରିସର୍ଚ୍ଚ ମଧ୍ୟ କରୁଛନ୍ତି। ଏହି ଚାଷ ପାଇଁ ସେ ନିଜର ଶିକ୍ଷା ସହ ଇଣ୍ଟରନେଟର ସାହାଯ୍ୟ ନେଇଛନ୍ତି । ଏହି ଇଣ୍ଟରନେଟ ମାଧ୍ୟମରେ କିଛି ସୂଚନା ସଂଗ୍ରହ କରି ସେ ନିଜର ଫାର୍ମ ହାଉସରେ ଏକ ପୋଖରୀ ଖୋଲି ଏହି ମାଛ ଚାଷ ଆରମ୍ଭ କରିଥିଲେ।

ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଛନ୍ତି। ଏହା ସହ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।

ଆଗକୁ ଦିବ୍ୟରାଜ ଏହି ବ୍ୟବସାୟକୁ ବଢାଇବା ପାଇଁ ଅନେକ ନୂଆ ନୂଆ ଜ୍ଞାନକୌଶଳ ପସ୍ତୁତ କରିଛନ୍ତି। ତାଙ୍କର ଏହି ଉଦ୍ୟମ ସ୍ଥାନୀୟ ଯୁବକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ବର୍ତ୍ତମାନ ସମୟରେ ସମସ୍ତେ ପାଠ ପଢି ସରକାରୀ ଚାକିରୀ ଟିଏ ପାଇବାକୁ ଚାହାନ୍ତି।କିନ୍ତୁ ଆଜିର ପ୍ରତିଦ୍ବନ୍ଦିତାପୁର୍ଣ ସମୟରେ ଏହା ସହଜ ନୁହେଁ।ତେବେ ବର୍ତ୍ତମାନ ମଧ୍ୟ ଏମିତି ଅନେକ ଯୁବକ ଅଛନ୍ତି ଯେଉଁମାନେ ଆଜିବି ଉଚ୍ଚ ଶିକ୍ଷିତ ହୋଇ ମଧ୍ୟ ଆତ୍ମନିର୍ଭରଶୀଳ ହେବାକୁ ପସନ୍ଦ କରନ୍ତି। ସମ୍ବଲପୁର ର ଏମିତି ଜଣେ ଯୁବକ ହେଲେ ଦିବ୍ୟରାଜ ବେରିହା ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏମ ଫିଲ ହୋଇଥିଲେ ମଧ୍ୟ ସେ ଚାକିରୀ ନକରି ଅତ୍ୟାଧୁନିକ ବାୟୋଫ୍ଲକ୍ସ ଓ ସେମି ବାୟୋଫ୍ଲକ୍ସ ପଦ୍ଧତିରେ ମାଛ ଚାଷ କରିବା ସହ 12 ଟି ମାଛ ନେଇ ରିସର୍ଚ୍ଚ ମଧ୍ୟ କରୁଛନ୍ତି।

Body:ସମ୍ବଲପୁର ସହରର ଦିବ୍ୟରାଜ। ଶିକ୍ଷଗତ ଯୋଗ୍ୟତା ବିଜ୍ଞାନ ରେ ଏମଫିଲ।ତେବେ ତାଙ୍କର ପେଶା ହେଉଛି ମାଛ ଚାଷ।ତେବେ ତାଙ୍କର ମାଛ ଚାଷ ପରମ୍ପରିକ ପଦ୍ଧତି ରେ ସୀମିତ ନାହିଁ।ସେ ଅତ୍ୟାଧୁନିକ ବାୟୋଫ୍ଲକ୍ସ ଓ ସେମି ବାୟୋଫ୍ଲୁକ୍ସ ପଦ୍ଧତିରେ ମାଛ ଚାଷ କରୁଛନ୍ତି। 3 ଟି କୁଣ୍ଡରେ ବାୟୋଫ୍ଲକ୍ସ ଚାଷ ହେଉଥିବା ବେଳେ ନିଜ ଫାର୍ମ ହାଉସରେ 2 ଟି ଟ୍ରେନଜ ଖୋଲି ସେଠାରେ ପୋଖରୀର ପାଣି ଜରୀଆରେ ସେମି ବାୟୋଫ୍ଲକ୍ସ ମାଛ ଚାଷ ମଧ୍ୟ କରୁଛନ୍ତି।ଏହା ସହ ସେ 12 ପ୍ରକାରର ମାଛ ଉପରେ ରିସର୍ଚ୍ଚ ମଧ୍ୟ କରୁଛନ୍ତି। ଏହି ଚାଷ ପାଇଁ ସେ ନିଜର ଶିକ୍ଷା ସହ ଇଣ୍ଟରନେଟ ରୁ କିଛି ସୂଚନା ସଂଗ୍ରହ କରି ଏହି ନିଜର ଫାର୍ମ ହାଉସରେ ଏକ ପୋଖରୀ ଖୋଲି ଏହି ମାଛ ଚାଷ ଆରମ୍ଭ କରିଥିଲେ।

ବାଇଟ-1-ଦିବ୍ୟରାଜ ବେରିହା, ମାଛ ଚାଷୀ।ପିଙ୍କ ସାର୍ଟ।

ପାରମ୍ପରିକ ପଦ୍ଧତିରେ ମାଛ ଚାଷ କରି ଚାଷୀ ମାନେ କ୍ଷତିରେ ପଡୁଥିବା ବେଳେ ଦିବ୍ୟରାଜ ଏହି ଅତ୍ୟାଧୁନିକ ପଦ୍ଧତିରେ ଚାଷ କରି ଲାଭବାନ ହେଉଛନ୍ତି।ଏହା ସହ କେତେକ ସ୍ଥାନୀୟ ଲୋକଙ୍କୁ ନିଜ ଫାର୍ମ ହାଉସରେ ନିଯୁକ୍ତି ମଧ୍ୟ ଦେଇଛନ୍ତି।

ବାଇଟ-2-ଓମ ପ୍ରକାଶ ମହାନ୍ତ, ସହଯୋଗୀ।ଟି ସର୍ଟରେ ଅଛନ୍ତି।
ବାଇଟ-3- ଯୁଗଲ କିଶୋର ସାହୁ, ସହଯୋଗୀ।ପର୍ପଲ ରଙ୍ଗର ସାର୍ଟ।

Conclusion:ଆଗକୁ ଦିବ୍ୟରାଜ ଏହି ବ୍ୟବସାୟ କୁ ବଢାଇବା ପାଇଁ ଅନେକ ଯୋଜନା ପସ୍ତୁତ କରିଛନ୍ତି।ତାଙ୍କର ଏହି ଉଦ୍ୟମ ସ୍ଥାନୀୟ ଯୁବକଙ୍କ ପାଇଁ ଏକ ପ୍ରେରଣା ର ଉର୍ସ ପାଲଟିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.