ETV Bharat / state

ଚଳନ୍ତା କାରରେ ଲାଗିଲା ନିଆଁ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

author img

By

Published : Oct 14, 2020, 10:02 AM IST

ସମ୍ବଲପୁର ଜିଲ୍ଲା 10 ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେ ନିକଟରେ ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ଗାଡିରେ କେହି ଯାତ୍ରୀ ନଥିବା ସୂଚନା । ଅଧିକ ପଢନ୍ତୁ...

ଚଳନ୍ତା କାରରେ ଲାଗିଲା ନିଆଁ
ଚଳନ୍ତା କାରରେ ଲାଗିଲା ନିଆଁ

ସମ୍ବଲପୁର: 10 ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ଓ୍ବେ ନିକଟରେ ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗି ଯାଇଥିଲା । ଜଣେ ବାଇକ ଆରୋହୀ କାରରେ ନିଆଁ ଲାଗିବା ନେଇ ଡ୍ରାଇଭରଙ୍କୁ କହିବା ପରେ ଡ୍ରାଇଭର ଜଣକ କାରରୁ ଓହ୍ଲାଇ ଆସିଥିଲେ । ଫଳରେ ସୌଭାଗ୍ୟବଶତଃ କାର ଡ୍ରାଇଭର ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ କାରରେ ଅନ୍ୟ କୌଣସି ଯାତ୍ରୀ ନଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ମଙ୍ଗଳବାର ରାତିରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପଣ୍ଡଲୋଇ ପାଖ ଶ୍ୟାମ ଡିଆରଆଇ କାରଖାନା ନିକଟରେ ହଠାତ୍ ଏକ କାରରେ ନିଆଁ ଲାଗି ଯାଇଥିଲା । କାରଟି ଝାରସୁଗୁଡାରୁ ସମ୍ବଲପୁର ଅଭିମୁଖେ ଯାଉଥିଲା । କାର ଚାଳକ ସମ୍ବଲପୁର ଭାରତୀୟ ଜୀବନ ବୀମା ନିଗମର ମ୍ୟାନେଜର ବିପିନବିହୀରୀ ସୁନା(50) ଅଳ୍ପକେ ବର୍ତ୍ତିଯାଇଥିଲେ । ଖବର ପାଇ ରେଙ୍ଗାଲି ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.