ସମ୍ବଲପୁର: ସହରରେ ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ଆଜି(ଶନିବାର) ସମ୍ବଲପୁରର ପିଏଚଡି ପଡ଼ିଆରେ ଭୀମ ଆର୍ମୀ ପକ୍ଷରୁ ହୋଇଥିବା ଏକ ସଭାରେ ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଛନ୍ତି ।
ବାରମ୍ବାର ଓଡି଼ଶା ଆସି ଦଳିତମାନଙ୍କ ମଧ୍ୟରେ ରାଜନୈତିକ ଚେତନା ଜାଗ୍ରତ କରିବି ବୋଲି କହିଛନ୍ତି ଚନ୍ଦ୍ର ଶେଖର । ଏହାସହ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଭୀମ ଆର୍ମୀର ପୂର୍ଣ୍ଣ ସମର୍ଥନ ରହିଥିବା ସୂଚନା ଦିଆଯାଇଛି । ଏହାସହ ଓଡିଶାର ଦଳିତମାନଙ୍କ ସହ ଅନ୍ୟାୟ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଘେରାଉ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ହୀରାକୁଦ ଡ୍ୟାମରେ ବାବା ସାହେବ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି କରିଛି ଭୀମ ଆର୍ମୀ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ