ସମ୍ବଲପୁର: ଜିଲ୍ଲା ଆରଡିସି କାର୍ଯ୍ୟାଳୟ ପରିସରରେ ଲାଗିଲା ନିଆଁ । ଅଗ୍ନିଶମ ବିଭାଗର ତ୍ୱରିତ କାର୍ଯ୍ୟ ଯୋଗୁଁ ଏହି ଅଗ୍ନିକାଣ୍ଡରେ କିଛି କ୍ଷୟକ୍ଷତି ହୋଇନାହିଁ । ଆଜି (ମଙ୍ଗଳବାର) ଅପରାହ୍ନରେ କୌଣସି କାରଣବଶତଃ ସମ୍ବଲପୁର ଆରଡିସି କାର୍ଯ୍ୟାଳୟ ପରିସରର ପଛପଟ ଅଞ୍ଚଳରେ ଥିବା ଖାଲି ପଡିଆର ଅନାବନା ଘାସରେ ନିଆଁ ଲାଗିଯାଇଥିଲା ।
ନିଆଁର ପ୍ରକୋପ ବଢିବାରୁ ଚାରିଆଡେ ଧୂଆଁମୟ ହୋଇଯାଇଥିଲା । ଏହାକୁ ଦେଖି ସ୍ଥାନୀୟ କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ 2 ଟି ଦମକଳ ଗାଡି ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ