ETV Bharat / state

ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ । ଥାନାରେ ମାମଲା । ଅଧିକ ପଢନ୍ତୁ...

author img

By

Published : Jun 14, 2020, 11:38 AM IST

a couple suicide in sambalpur district
ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଅଭିଯୋଗ

ସମ୍ବଲପୁର: ପାରିବାରିକ କଳହରୁ ଦମ୍ପତ୍ତିଙ୍କ ଆତ୍ମହତ୍ୟା | ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ଧମା ଥାନା ସାହାସପୁର ଅର୍ଡା ଗାଁରୁ | ମୃତ ଦମ୍ପତ୍ତି ହେଲେ ହେମନ୍ତ ବାଗ ଓ ସ୍ତ୍ରୀ ବବି ବାଗ | ସୂଚନା ଅନୁସାରେ ହେମନ୍ତ ଓ ବବିଙ୍କର ୨ ବର୍ଷର ଝିଅଟିଏ ମଧ୍ୟ ରହିଛି । ହେଲେ ଉଭୟଙ୍କ ମଧ୍ୟରେ କଳହ ଲାଗି ରହୁଥିବାରୁ ଉଭୟେ ଅଲଗା ହୋଇ ରହୁଥିଲେ | ତେବେ ଶନିବାର ସ୍ତ୍ରୀ ବବି ବେକରେ ଶାଢି ଲଗାଇ ଆତ୍ମହତ୍ୟା କରିଥିଲେ |

ତେବେ ସମ୍ବଲପୁର ସହରରେ କାମ କରୁଥିବା ସ୍ବାମୀ ହେମନ୍ତ ଖବର ପାଇ ଘରକୁ ଫେରିଥିଲେ | ଆଉ ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇ ଦେଇଥିଲେ । ହେଲେ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିଲେ | ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସମ୍ବଲପୁରରୁ ବାଦଶାହା ଯୁଷ୍ମନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.