ETV Bharat / state

ଦ୍ଵିତୀୟ ଦିନରେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ, 30 ଦିନରେ ଦାବି ପୂରଣ ପାଇଁ ଦେଲେ ପ୍ରତିଶ୍ରୁତି

author img

By

Published : Jul 16, 2023, 5:41 PM IST

ସମ୍ବଲପୁରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରିବା ସହ ସମୀକ୍ଷା କରିଛନ୍ତି 5ଟି ସଚିବ ଭିକେ ପାଣ୍ଡିଆନ୍ । ମାଁ ସମଲେଶ୍ବରୀ ମନ୍ଦିର ସହ ହୁମା ବକ୍ର ମନ୍ଦିର ଦର୍ଶନ । ଅଧିକ ପଢ଼ନ୍ତୁ

ମାଁ ସମଲେଶ୍ବରୀ ମନ୍ଦିର ସହ ହୁମା, ବକ୍ର ମନ୍ଦିର ଦର୍ଶନ କଲେ 5ଟି ସଚିବ

ସମ୍ବଲପୁର: 2 ଦିନିଆ ସମ୍ବଲପୁର ଗସ୍ତରେ 5ଟି ସେକ୍ରେଟାରୀ ଭିକେ ପାଣ୍ଡିଆନ । ସମ୍ବଲପୁର ଗସ୍ତର ଦ୍ବିତୀୟ ଦିନରେ ମାଁ ସମଲେଶ୍ବରୀଙ୍କ ମନ୍ଦିର ଯାଇ ସେଠାରେ ମାଁଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ପରେ ସେଠାରେ ଉପସ୍ଥିତ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ବିଭିନ୍ନ ଦାବି ଗ୍ରହଣ କରି ଏହାର ସମାଧାନ ନେଇ ପ୍ରତିଶୃତି ଦେଇଥିଲେ । ତେବେ ପ୍ରବଳ ବର୍ଷା ସତ୍ତ୍ବେ ଲୋକେ ନିଜର ଦାବି ପତ୍ର ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଥିଲା । ଦାବିପତ୍ର ଗ୍ରହଣ କରିବା ପରେ 5ଟି ସଚିବ ନିର୍ମାଣଧିନ ସମଲେଇ ପ୍ରକ୍ପଳ ଅଞ୍ଚଳ ପରିଦର୍ଶନ କରି ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହାସହ ଆସନ୍ତା ଡିସେମ୍ବର ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମଲେଶ୍ୱରୀ ପୀଠକୁ ନୂଆଁ ବର୍ଷରେ ନୂଆଁ ରୂପରେ ଶ୍ରଦ୍ଧାଳୁ ଦେଖିବାକୁ ପାଇବେ ବୋଲି ସେ କହିଛନ୍ତି । ପରେ ହୁମାର ପ୍ରସିଦ୍ଧ ବକ୍ର ମନ୍ଦିରକୁ ଯାଇ ସେଠାରେ ମହାଦେବଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ମନ୍ଦିରକୁ ଯାଇ ସେଠାକାର ମନ୍ଦିର ଟ୍ରଷ୍ଟ ସଭାପତି ଓ ସଦସ୍ୟମାନଙ୍କ ସହ ମନ୍ଦିରର ସମସ୍ୟା ସମ୍ପର୍କିତ ଆଲୋଚନା କରିଥିଲେ । ମହାନଦୀ ଦ୍ୱାରା ମନ୍ଦିର ଚତୁଃପାର୍ଶ୍ଵ ଧୀରେଧୀରେ ଖାଇ ଯାଉଥିବା ନେଇ ସଦସ୍ୟ ମାନେ 5ଟି ସଚିବଙ୍କୁ କହିଥିଲେ । ସେହିପରି ପୂଜକମାନେ ମଧ୍ୟ ତାଙ୍କ ସମସ୍ୟା ଜଣାଇଥିଲେ । ଏହାପରେ ହୁମା ମନ୍ଦିର ପ୍ରାଙ୍ଗଣରେ ନୂତନ ଭାବେ ଖୋଲିଥିବା ମିଶନ ଶକ୍ତି କାଫେକୁ ଯାଇ ଦେଖିଥିଲେ । ଲୋକଙ୍କ ସହ ସିଧା ସଳଖ ଆଲୋଚନା କରିବା ସହ ତାଙ୍କଠାରୁ ଅଭିଯୋଗ ପତ୍ର ମଧ୍ୟ ଗ୍ରହଣ କରିଥିଲେ ।

ଅଧିକ ପଢନ୍ତୁ: ସମ୍ବଲପୁରରେ 5T ସଚିବ, ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଏହାପରେ ସେ ରେଢାଖୋଲର ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତି ପୀଠ ଯାଇ ତାଙ୍କ ଅନୁଗାମୀଙ୍କ ସହ ଆଲୋଚନା କରିଛନ୍ତି । ପରେ ବୁଣାକାର ପରିବାର ସହ ଆଲୋଚନା କରିଥିଲେ 5ଟି ସଚିବ । ଆସନ୍ତା ଡିସେମ୍ବର ସୁଦ୍ଧା ରେଢାଖୋଲବାସୀ ବିଶୁଦ୍ଧ ପିଇବା ପାଣି ପାଇବେ ବୋଲି 5ଟି ସଚିବ କହିବା ସହ ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି କହିଛନ୍ତି । ମହାନଦୀରୁ ପାଣି ଆଣି ରେଢାଖୋଲ ବାସୀଙ୍କୁ ଦିଆଯିବ ରେଢାଖୋଲ ଗସ୍ତ ସମୟରେ ସେ କହିଛନ୍ତି । ପରେ ରେଢ଼ାଖୋଲ କଦମପଡିଆରୁ ପୁଣି ସମ୍ବଲପୁର ସହରକୁ ଫେରିଆସି ସମ୍ବଲପୁର ମନ୍ଦଳିଆ ପଡିଆରେ ଏସଏଚଜି ମହିଳାଙ୍କ ସମାବେଶରେ ଯୋଗ ଦେଇ ଆଲୋଚନା କରିଥିଲେ 5ଟି ସଚିବ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.