ETV Bharat / state

ସମ୍ବଲପୁରରେ ପାଣ୍ଡିଆନ, ଛାତ୍ରଛାତ୍ରୀଙ୍କୁ ଦେଲେ ସଫଳତାର ମନ୍ତ୍ର

author img

By ETV Bharat Odisha Team

Published : Jan 13, 2024, 7:02 PM IST

5T Chairman VK Pandian visits Sambalpur: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ଵିତୀୟ ଦିନ । ଏହି ଅବସରରେ ସେ ମନ୍ଦଲିଆ ଠାରେ ଅନୁଷ୍ଠିତ "ନୂଆ-ଓ" କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି । ଅଧିକ ପଢ଼ନ୍ତୁ

ସମ୍ବଲପୁରରେ ପାଣ୍ଡିଆନ
ସମ୍ବଲପୁରରେ ପାଣ୍ଡିଆନ
ସମ୍ବଲପୁରରେ ପାଣ୍ଡିଆନ

ସମ୍ବଲପୁର: 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ଵିତୀୟ ଦିନ । ଏହି ଅବସରରେ ସେ ମନ୍ଦଲିଆ ଠାରେ ଅନୁଷ୍ଠିତ "ନୂଆ-ଓ" କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କୁ ଜୀବନରେ ନିଜର ଲକ୍ଷ୍ୟ ଧାର୍ଯ୍ୟ ସହ କଠିନ ପରିଶ୍ରମ କରି ସଫଳତା ପାଇବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଭଲ ପାଠ ପଢିବା ସହିତ ସର୍ବାଙ୍ଗୀନ ବ୍ୟକ୍ତିତ୍ୱର ବିକାଶ ସଫଳତାର ଚାବି କାଠି ବୋଲି କହିଛନ୍ତି । ସେପଟେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରୁଥିବା ଅଭିଯୋଗରେ 12 ଜଣ ଛାତ୍ରଙ୍କୁ ଅଟକ ରଖିଛି ପୋଲିସ ।

ସମ୍ବଲପୁର ଗସ୍ତ କରି "ନୂଆ-ଓ" କାର୍ଯ୍ୟକ୍ରମରେ ଯୋଗହେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଆଜି ସମ୍ବଲପୁର ମନ୍ଦଲିଆ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଫଳତା ହାସଲର ସୂତ୍ର ଦେଖାଇଛନ୍ତି ପାଣ୍ଡିଆନ । ଛାତ୍ରଛାତ୍ରୀଙ୍କ ଲାଗି କାହିଁକି ମୁଖ୍ୟମନ୍ତ୍ରୀ ଏ "ନୂଆ-ଓ" କାର୍ଯ୍ୟକ୍ରମ କରିଛନ୍ତି, ଏନେଇ ଛାତ୍ରଛାତ୍ରୀଙ୍କୁ କହିବା ସହ ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି । ସେମାନଙ୍କ ପାଇଁ ଏହି ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ । ପିଲାଙ୍କ ଲାଗି ଏହା ଗୋଲଡେନ ପିରିୟଡ । ୫ ବର୍ଷରେ ଯାହା କରିବେ ଉଜ୍ଜଳ ଭବିଷ୍ୟତ ପାଇଁ ତାହା କାମ ଦେବ । ସେଥିପାଇଁ ଛାତ୍ରଛାତ୍ରୀ ପାଠ ପଢିବା ନିହାତି ଦରକାର । ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡିବ । ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ । ନିଜ ଭିତରେ ଥିବା ପ୍ରତିଭାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ ବୋଲି କହିଛନ୍ତି ପାଣ୍ଡିଆନ ।

ତେବେ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ପାଣ୍ଡିଆନ ଏହା ମଧ୍ୟ କହିଛନ୍ତି ଯେ, ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ । ଏହାକୁ ଆଖି ଆଗରେ ରଖି ଏହି "ନୂଆ-ଓ" କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ । ବିଜୟ ଖୁସି ଦେବ ହେଲେ ଅଂଶଗ୍ରହଣ ଆପଣଙ୍କୁ ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ । ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଦୈନିକ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବା ଦରକାର । ଏହାସହ ସଫଳତା ପାଇବାକୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବା ସହ ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ସମଲେଶ୍ୱରୀ ମନ୍ଦିରରେ ପାଣ୍ଡିଆନ, ସମଲେଇ ଯୋଜନାର କଲେ ସମୀକ୍ଷା

ଏହାସହ ବାପା, ମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି ପାଣ୍ଡିଆନ । ପ୍ରତି ଛାତ୍ର ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି । ୫ ବର୍ଷ ପରିଶ୍ରମ କଲେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ପାଠ ପଢି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ଥିବା ସମ୍ବଲପୁରର ପି.କେ ମିଶ୍ରଙ୍କ ଉଦାହରଣ ଦେଇଛନ୍ତି । ସରକାରୀ କଲେଜରୁ ପାଠ ପଢି କିପରି ଦେଶର ଏକ ପ୍ରମୁଖ ପଦରେ ପହଞ୍ଚି ପାରିଛନ୍ତି ବୋଲି କହିଥିଲେ ପାଣ୍ଡିଆନ ।

ଏହାସହ ସମ୍ବଲପୁରର ଛାତ୍ର ଶେଷ କିଶାନଙ୍କ ଉଦାହରଣ ମଧ୍ୟ ଦେଇଥିଲେ । ବାପା, ମାଆଙ୍କୁ ହରାଇ କିପରି ସରକାରୀ ସ୍କୁଲରେ ପାଠ ପଢି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପଢି ଜଣେ ବୈଜ୍ଞାନିକ ହୋଇପାରିଛନ୍ତି ବୋଲି କହିଥିଲେ । କଠିନ ପରିଶ୍ରମ କରି ସେ ଆଗକୁ ଆସି ପାରିଛନ୍ତି । କଠିନ ପରିଶ୍ରମ ଯୋଗୁଁ ଆଜି ସମସ୍ତେ ସଫଳତାର ସ୍ଥାନ ହାସଲ କରିଛନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ତେବେ ସମ୍ବଲପୁରର କାର୍ଯ୍ୟକ୍ରମ ପରେ 5T ଅଧ୍ୟକ୍ଷ କୁଚିଣ୍ଡା ଓ଼ ରେଢ଼ାଖୋଲରେ ମଧ୍ୟ ସାଧାରଣ ସଭାରେ ଯୋଗ ଦେଇଛନ୍ତି ।

ଅନ୍ୟପଟେ ଆଜି ପାଣ୍ଡିଆନଙ୍କ ଗସ୍ତ ପୂର୍ବରୁ ଏହାକୁ ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । କେତେକ ଛାତ୍ର ସମ୍ବଲପୁର ରିଙ୍ଗ ରୋଡ଼ ଅଞ୍ଚଳରେ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଅଟକ ଅଛନ୍ତି । 12 ଜଣ ଛାତ୍ରଙ୍କୁ ଅଟକ ରଖା ଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.