ETV Bharat / state

୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ବିଜୁଳି ଘଡଘଡି ସହ ଭୀଷଣ ବର୍ଷା ଆଲର୍ଟ - Odisha Weather Update

author img

By ETV Bharat Odisha Team

Published : 2 hours ago

Odisha Weather Forecast Latest Updates : ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ ହେବ । ସତର୍କ କଲା ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ

Odisha Weather Forecast Latest Updates
Odisha Weather Forecast Latest Updates (ETV Bharat Odisha)

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇଛି ଘୂର୍ଣ୍ଣିବଳୟ । ପଶ୍ଚିମ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି ଲଘୁଚାପ । ଯାହାର ପ୍ରଭାବରେ ବଢ଼ିଛି ବର୍ଷାର ବିସ୍ତୃତି । ସାରା ରାଜ୍ୟରେ ହେବ ପ୍ରବଳ ବର୍ଷା । ଆସନ୍ତା ୨୪ ଘଣ୍ଟାରେ ୨୪ ଜିଲ୍ଲାକୁ ଘଡଘଡି ବିଜୁଳି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ।

ଏ ପର୍ଯ୍ୟନ୍ତ ବର୍ଷାର ପରିମାଣ:

ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ରୁ ଏଯାବତ ୧୦୩୪.୪ ମିମି ବର୍ଷା ରେକର୍ଡ ହୋଇଛି । ଏବେ ବି ୮ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୧୨୦.୩ ମିମି ବର୍ଷା ସ୍ୱାଭାବିକ ରହିବା କଥା । ବର୍ତ୍ତମାନ ସୁଦ୍ଧା ଗୋଟିଏ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଛି ଓ ୯ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ପୁରୀ ଓ ଭଦ୍ରକରେ ଅଧିକ ନିଅଣ୍ଟିଆ ରହିଛି ।

ସର୍ବାଧିକ ବର୍ଷା ରେକର୍ଡ:

ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇଥିବା ବେଳେ ଯାଜପୁର ବିଞ୍ଝାରପୁରରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଛି । ଗଞ୍ଜାମର ଗୋପାଳପୁରରେ ୯୮.୩ ମିମି, ନୟାଗଡ଼ର ନୂଆଗାଁରେ ୯୪.୯ ମିମି, ଅନୁଗୋଳ ଆଠମଲ୍ଲିକରେ ୮୭.୨ ମିମି ଓ ଢେଙ୍କାନାଳ ପରଜଙ୍ଗରେ ୮୫.୦ ମିମି ବର୍ଷା ରେକର୍ଡ କରାଯାଇଛି ।

Odisha Weather Forecast Latest Updates
Odisha Weather Forecast Latest Updates (IMD)

ଏହି ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା ସତର୍କ:

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଜି ଅନେକ ସ୍ଥାନରେ ଭୀଷଣ ବର୍ଷା ସହ ବିଜୁଳି ଘଡ଼ଘଡ଼ ହେବ । ଏଥିପାଇଁ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ଦେବଗଡ଼ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯାଇଛି । ସେହିପରି ବିଜୁଳି ଘଡ଼ଘଡ଼ ପାଇଁ ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରାଯିବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।

ଆଗକୁ ଏସବୁ ଜିଲ୍ଲାରେ ଭୀଷଣ ବର୍ଷା:

ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ଅଧିକ ରହିଛି । ଏଥିପାଇଁ କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାକୁ ୟେଲୋ ଚାତାବନୀ ଜାରି କରାଯାଇଛି । ସେହିପରି ୨୬ ତାରିଖରେ ମଧ୍ୟ ପ୍ରବଳ ବର୍ଷା ହେବ । ଯାହାକୁ ନେଇ ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ସେପଟେ ୨୬ ତାରିଖ ପରଠାରୁ ଯଦିଓ ବର୍ଷାରକ ପରିମାଣ କମିବ ତଥାପି ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଗାମୀ ୩ ଦିନ ଓଡ଼ିଶାରେ କୁଟିବ ପ୍ରବଳ ବର୍ଷା, ବିଜୁଳି ଘଡ଼ଘଡ଼ି ପାଇଁ ସତର୍କ ଜାରି - Odisha Weather Update

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ପ୍ରବଳ ବର୍ଷା ଆଲର୍ଟ: ଲଘୁଚାପ ଟ୍ରପଲାଇନ ପ୍ରଭାବରେ 24ରୁ ବଢିବ ବର୍ଷା - ODISHA WEATHER LATEST UPDATES

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, କାଲିଠୁ ବଢ଼ିବ ବର୍ଷା ! - LOW PRESSURE RAINFALL

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଲଘୁଚାପ ଆଣୁଛି ବଡ଼ ବର୍ଷା, ଏସବୁ ଜିଲ୍ଲାରେ ଭୀଷଣ ବର୍ଷିବ - Heavy Rainfall

ଲଗାଣ ବର୍ଷାରେ ଏହି ଜିଲ୍ଲାରେ ପ୍ରବଳ ଗରମ:

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲେ ମଧ୍ୟ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠାରେ ସର୍ବାଧିକ ୩୫.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହପରି ଭୁବନେଶ୍ବରରେ ୩୨.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୩.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହାସହ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୨୦.୦ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.