ETV Bharat / state

'କୃଷି-କୃଷକଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବି' - 5 questions

ଆମେ ବିଜେଡ଼ିର ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ନାଏକଙ୍କୁ ଭେଟି ଆଲୋଚନା କରିଥିଲି । ଏହାସହ ତାଙ୍କୁ ପଚାରିଥିଲୁ 5ଟି ପ୍ରଶ୍ନ । ଏହି ଅବସରରେ ସେ କହିଛନ୍ତି ଯେ, ଯଦି ସେ ବିଜୟୀ ହେବେ ତେବେ କୃଷି ଓ କୃଷକ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Apr 13, 2019, 11:03 PM IST

ସମ୍ବଲପୁର: ନିର୍ବାଚନକୁ ନେଇ ବେଶ ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି । ଧୁଆଁଧାର ପ୍ରଚାରରେ ଲାଗିଛନ୍ତି ସମସ୍ତ ଦଳର ରାଜନେତା । ଏହି କ୍ରମରେ ଆମେ ପହଞ୍ଚିଥିଲୁ ସମ୍ବଲପୁର ଜିଲ୍ଲାର ଆଦିବାସୀ ବହୁଳ ସଂରକ୍ଷିତ କୁଚିଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ । ଏହି ଅବସରରେ ଆମେ ବିଜେଡ଼ିର ବିଧାୟକ ପ୍ରାର୍ଥୀ କିଶୋର ଚନ୍ଦ୍ର ନାଏକଙ୍କୁ ଭେଟି ଆଲୋଚନା କରିଥିଲି । ଏହାସହ ତାଙ୍କୁ ପଚାରିଥିଲୁ 5ଟି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ଏହି ଅବସରରେ ସେ କହିଛନ୍ତି ଯେ, ଯଦି ସେ ବିଜୟୀ ହେବେ ତେବେ କୃଷି ଓ କୃଷକଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିବେ । ଏହାସହ ବେକାରୀ ସମସ୍ୟା ଦୂର କରିବା ପାଇଁ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । ଜଳସେଚନ ଓ ଶିକ୍ଷାର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ଦିଗରେ ପଦକ୍ଷେପ ନିଆଯିବ ବୋଲି କିଶୋର ଚନ୍ଦ୍ର ନାଏକ କହିଛନ୍ତି ।

ଏଥର ତାଙ୍କର ସ୍ଲୋଗାନ ରହିବ କୁଚିଣ୍ଡାର ସାମଗ୍ରିକ ବିକାଶ । ଲୋକଙ୍କୁ ସଚେତନ କରାଯାଇ ରାଜ୍ୟ ସରକାରଙ୍କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ଜମିଡ଼ିହ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏହାସହ ବିଧାୟକ ପାଣ୍ଠିର ସଦ୍ ବିନିଯୋଗ ହେବ ବୋଲି କିଶୋର ଚନ୍ଦ୍ର ନାଏକ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ନ୍ୟୁଜ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.