ସମ୍ବଲପୁର: ମଣିଷ ଓ ଜୀବଜନ୍ତୁଙ୍କ ପରି ବୃକ୍ଷର ମଧ୍ୟ ଜୀବନ ଅଛି ଏହା ସମସ୍ତେ ଜାଣିଛନ୍ତି । ତେବେ ମଣିଷ ଓ ଅନ୍ୟ ଜୀବ ଜନ୍ତୁଙ୍କ ହୃଦଦ୍ପନ୍ଦନକୁ ଅନୁଭବ କରାଯିବା ସହ ଏହାକୁ ମପାଯାଇପାରେ। ତେବେ ଉଦ୍ଭିଦଙ୍କ ହୃଦଦ୍ପନ୍ଦନକୁ ଅନୁଭବ କିମ୍ବା ମପାଯିବା ସମ୍ଭବ ନୁହେଁ। ତେବେ ଏହି ଅସମ୍ଭବକୁ ସମ୍ଭବ କରିଛନ୍ତି ସମ୍ବଲପୁରର 3 ଜଣ ଯୁବ ଉଦ୍ଭିଦ ବିଜ୍ଞାନୀ।
ବାଙ୍ଗାଲୋରର ସଂସ୍ଥା 3 M young innovation ର ଏକ ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ ଉଦ୍ଭିଦ ମାନଙ୍କ ସ୍ପନ୍ଦନ ମାପିବା ପାଇଁ ଏକ ଅତ୍ୟାଧୁନିକ ଯନ୍ତ୍ର ଉଦ୍ଭାବନ କରି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି।ଏହି ପ୍ରତିଯୋଗୀ ତରେ 2500 ପ୍ରତିଯୋଗୀଙ୍କୁ ମଧ୍ୟରେ ଜାତୀୟ ସ୍ତରରେ ବର୍ତ୍ତମାନ ସେମାନେ ଟପ 4ରେ ରହିଛନ୍ତି। ସମ୍ବଲପୁର ର ଉଦ୍ଭିଦ ବିଜ୍ଞାନୀ ଅକ୍ଷୟ ମିଶ୍ର,ଐଶ୍ଵର୍ଯ୍ୟ ଖମାରୀ ଓ ଡ଼ ପ୍ରଦୋଷ ମିଶ୍ର ଏବେ ଜାତୀୟ ସ୍ତରରେ ରେ ଚର୍ଚ୍ଚା ସାଉଁଟିଛନ୍ତି। ଏହି 3 ଉଦ୍ଭିଦ ବିଜ୍ଞାନୀ ଏପରି ଏକ plant ରିଦେମୋମିଟର ଉଦ୍ଭାବନ କରିଛନ୍ତି। ଏହା ଦ୍ବାରା ଯେ କୌଣସି ଉଦ୍ଭିଦର ସ୍ପନ୍ଦନ ମପା ଯାଇପାରିବ। ଏହା ସହ ଉଦ୍ଭିଦର ପୋଷକ ତତ୍ତ୍ବ ଗ୍ରହଣ କରିବାର ମାତ୍ରାର ବିବରଣୀ,ଉଦ୍ଭିଦର ଜୈବିକ ଘଡି ସମ୍ପାଦନାର ପ୍ରକ୍ରିୟା ଜଣା ପଡିଥାଏ ବୋଲି ଏହି ଜୈବ ବିଜ୍ଞାନୀ ମାନେ ଦାବି କରିଛନ୍ତି। ଏହା ସହ ଯେ କୌଣସି ଗଛର ରୋଗକୁ ଚିହ୍ନଟ କରି କେଉଁ ଔଷଧ କେତେ ପରିମାଣ ରେ ଲାଗିବ ତାହା ନିର୍ଣ୍ଣୟ କରିପାରିବ।
ଅନ୍ୟପଟେ ଏହି ଯନ୍ତ୍ର ଦ୍ବାରା ମାଛ ଚାଷ ହେଉଥିବା ପୋଖରୀର ଜଳର ପୋଷକ ତତ୍ତ୍ବର ପରିମାଣ ମପା ଯାଇପାରିବ।ଏହା ବ୍ୟତୀତ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ବୃକ୍ଷଲତା ଆଗୁଆ ସୂଚନା ପାଇପରନ୍ତି ଓ ଏହାକୁ ଏହି ଯନ୍ତ୍ର ସାହଯ୍ୟ ରେ କିପରି ସଂକେତ ମିଳିପାରିବ ସେ ନେଇ ଅନୁସନ୍ଧାନ ଚାଲିଛି ବୋଲି ଏହି ଯୁବ ବିଜ୍ଞାନୀ ମାନେ କହିଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା,ଇଟିଭି ଭାରତ