ETV Bharat / state

ଅଜଣା ଗାଡି ଧକ୍କାରେ 2 ମୃତ, କ୍ଷତିପୂରଣ ଦାବିରେ ରାସ୍ତାରୋକ - କ୍ଷତିପୂରଣ ଦାବିରେ ରାସ୍ତାରୋକ

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିରେ ଅଜଣା ଗାଡି ଦୁଇ ମୃତ । କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । ଅଧିକ ପଢନ୍ତୁ

ଅଜଣା ଗାଡି ଧକ୍କାରେ 2 ମୃତ
ଅଜଣା ଗାଡି ଧକ୍କାରେ 2 ମୃତ
author img

By ETV Bharat Odisha Team

Published : Oct 4, 2023, 4:35 PM IST

ଅଜଣା ଗାଡି ଧକ୍କାରେ 2 ମୃତ

ସମ୍ବଲପୁର: ଶୌଚ ପାଇଁ ଯାଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡି । ଲିଭିଗଲା ଦୁଇ ଜୀବନ ଦୀପ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ପାରୁଆଭାଡିରେ ଘଟିଛି ଏହି ଦୁର୍ଘଟଣା । ଏନେଇ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ସ୍ଥାନୀୟ ଲୋକ । ତେବେ ମୃତ ମାନଙ୍କ ମଧ୍ୟରେ ଜଣେ ପାରୁଆଭାଡିର ମୁକ୍ତେଶ୍ଵର ଧାନ ଓ ଅନ୍ୟ ଜଣକ ପଣ୍ଡରିକଟା ଗାଁର ଦଧି ଦର୍କା ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ଦୁଇ ଜଣ ଚାଲିବା ସହିତ ଶୌଚ ପାଇଁ ଯାଉଥିଲେ । ସେହି ସମୟରେ ଏକ ଅଜଣା ଗାଡି ଆସି ସେମାନଙ୍କ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ମୃତ୍ୟୁର ଖବର ପାଇ କ୍ଷତିପୂରଣ ଦାବିରେ ପରିବାର ଲୋକେ ୨୪ ନମ୍ବର ରାଜ୍ୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସ୍ଥିତି ସ୍ବାଭାବିକ ହୋଇନଥିଲା । ତେବେ ପରେ ସମ୍ବଲପୁର କୁଚିଣ୍ଡା ତହସିଲଦାର ପ୍ରସନ୍ନ ଟେଟେ, କୁଚିଣ୍ଡା ବିଡ଼ିଓ ନିରଞ୍ଜନ ସା, ଏସଡିପିଓ ଅମିତାଭ ପଣ୍ଡା ଓ ଥାନା ଅଧିକାରୀ ଦିଲୀପ ସ୍ବାଇଁ ପ୍ରମୁଖ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ରେଡକ୍ରସ ତରଫରୁ ସହାୟତା ଯୋଗାଇ ଦେବାକୁ କଥା ଦେବା ପରେ ରାସ୍ତାରୋକ ହଟିଥିଲା ।

ଏହା ମଧ୍ୟ ପଢନ୍ତୁ- Nuapada Accident: ଭାରସାମ୍ୟ ହରାଇ ପାଣି ଟାଙ୍କିକୁ ଧକ୍କା ଦେଲା ବାଇକ୍, 3 ମୃତ

ପ୍ରକାଶ ଥାଉକି, ସେହିପରି ରବିବାର ଦିନ ଅପରାହ୍ନ ସମୟରେ ବଲାଙ୍ଗୀର ଜିଲ୍ଲା ଲାଠୋର ପଟୁ ଏକ ବାଇକ ଯୋଗେ 3 ଜଣ ଯୁବକ ଦୃତ ଗତିରେ ନୂଆପଡ଼ା ଜିଲ୍ଲା ଉଦ୍ୟାନବନ୍ଦ ଅଭିମୁଖେ ଆସୁଥିଲେ । ମୋଟର ସାଇକେଲଟି ଭାରସାମ୍ୟ ହରାଇବା ଫଳରେ 3 ଯୁବକ ଲର୍କି ଗାଁର ପାଣି ଟାଙ୍କିରେ ପିଟି ହୋଇଥିଲେ । ଦୁର୍ଘଟଣା ଶବ୍ଦଶୁଣି ଆଖପାଖ ଲୋକ ଘଟଣାସ୍ଥଳରେ ପହଞ୍ଚି କୋମନା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଯୁବକମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ତେବେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଯୁବକକୁ ଗୁରୁତର ଅବସ୍ଥାରେ ଥିବା ଡାକ୍ତର ସୂଚନା ଦେଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଯୁବକର ମୃତ୍ୟୁ ଘଟିଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.