ସମ୍ବଲପୁର: ସାରା ରାଜ୍ୟର ମହାମାରୀ କରୋନା ପରିସ୍ଥିତିର ମୁକାବିଲା ପାଇଁରାଜ୍ୟର ସମସ୍ତ ପଞ୍ଚାୟତର ସରପଞ୍ଚମାନଙ୍କ ସହ ଭିଡିଓ କନପ୍ରେନ୍ସିଙ୍ଗ ମାଧ୍ୟମରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ବ୍ଳକ ମୁଖ୍ୟାଲୟଠାରେ ସରପଞ୍ଚ ଓ ବିଡିଓମାନଙ୍କ ସହ ଆଲୋଚନା କରି ନିଜନିଜ ଅଞ୍ଚଳରେ କୋରୋନା ପରିସ୍ଥିତିରେ କିପରି ପଦକ୍ଷେପ ନିଆଯାଉଛି ତାହା ପଚାରି ବୁଝିଥିଲେ ।
ଏହି ଭିଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଳକର ୧୮ଗୋଟି ପଞ୍ଚାୟତର ସରପଞ୍ଚ ସାମିଲ ହୋଇଥିଲେ। ଏଥିରେ ଜୁଜୁମୁରା ବ୍ଳକର ବିଡିଓଙ୍କ ସହ ସମସ୍ତ ସରପଞ୍ଚ ଉପସ୍ଥିତ ରହିଥିଲେ । ବିଶେଷ କରି ଏହି ଭିଡିଓ କନଫ୍ରେନ୍ସରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ କରୋନା ପରିସ୍ଥିତିରେ କିଭଲି ଲୋକଙ୍କ ପାଇ ନିଷ୍ଟା ଓ ସେବା ମନୋଭାବ ନେଇ କାଯ୍ୟ କରିବେ ସେଥଇପାଇଁ ଶପଥପାଠ କରାଇଥିଲେ । ଏହାସହ ଲକଡାଉନର ଅବଧି ଶେଷ ହେବା ପରେ ରାଜ୍ୟ ବାହାରୁ ଆସୁଥିବା ଲୋକ ଓ ଶ୍ରମିକଙ୍କୁ କିଭଳି ଚିହ୍ନଟ କରି କ୍ବାରେଣ୍ଟାଇନରେ ରଖାଯିବ ଏନେଇ ମୁଖ୍ୟମନ୍ତ୍ରୀ ବିଶେଷ ପରାମର୍ଶ ଦେଇଥିବା ଜଣାପଡିଛି ।
ସମ୍ବଲପରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ