ETV Bharat / state

2014 ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ 10 ବର୍ଷ ଜେଲ୍‌ ଦଣ୍ଡାଦେଶ - ସମ୍ବଲପୁର ଦୁଷ୍କର୍ମ ମାମଲା

8 ବର୍ଷ ପରେ ପ୍ରକାଶ ପାଇଲା ସମ୍ବଲପୁର ଯୁଜୁମୁରା ବ୍ଲକ ନାବାଳିକା ଦୁଷ୍କର୍ମ ମାମଲାର ରାୟ । ଦୋଷୀକୁ 10 ବର୍ଷ ଜେଲ ଦଣ୍ଡ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ

2014 ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ 10 ବର୍ଷ ଜେଲ

author img

By

Published : May 20, 2022, 5:41 PM IST

ସମ୍ବଲପୁର: ଯୁଜୁମୁରା ବ୍ଲକ ନାବାଳିକା ଦୁଷ୍କର୍ମ ମାମଲାରେ ପ୍ରକାଶ ପାଇଲା ରାୟ । ସ୍ବତନ୍ତ୍ର ପୋକ୍ସୋ କୋର୍ଟ (POCSO Court ) ଆଜି(ଶୁକ୍ରବାର) ଏହି ମାମଲାର ରାୟ ପ୍ରକାଶ କରିଛନ୍ତି । ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏଥିସହ ୧୫ ହଜାର ଟଙ୍କା ଜୋରିମାନା ପକାଇଛନ୍ତି ADJ ତଥା ପୋକ୍ସୋ ସ୍ବତନ୍ତ୍ର ବିଚାରପତି । ଦୋଷୀ ସାବ୍ଯସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଲେ ସଞ୍ଜୀବ ବାଗ ।

2014 ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ 10 ବର୍ଷ ଜେଲ

ସୂଚନା ଅନୁସାରେ, 2014 ମସିହାରେ ଯୁଜୁମୁରା ଥାନା ଅଞ୍ଚଳରେ ଜଣେ ସାଢେ ତିନି ବର୍ଷର ନାବାଳିକାକୁ 'କୁରକୁରେ' ଦେବାକୁ କହି ଡାକିନେଇ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ନାବାଳିକାଙ୍କ ପରିବାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ ପରେ କୋର୍ଟଚାଲାଣ କରିଥିଲା । ଶେଷରେ ଆଜି ଦୀର୍ଘ 8 ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି । ଦୋଷୀକୁ 10 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ଜରିମାନା ଅନାଦେୟ ହେଲେ ୯ ମାସ ଅତିରିକ୍ତ ଜେଲ୍‌ରେ ରହିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.