ETV Bharat / state

ମୁଣ୍ଡ ଉପରେ ପରୀକ୍ଷା, 10 ହାଇସ୍କୁଲରେ ନାହାଁନ୍ତି ଶିକ୍ଷକ - ସମ୍ବଲପୁର ଖବର

ପିଲାଙ୍କୁ ଘାରିଛି ପରୀକ୍ଷା ଚିନ୍ତା । ହେଲେ 10ଟି ସ୍କୁଲରେ ନାହାଁନ୍ତି ଶିକ୍ଷକ । ସେପଟେ, ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ବିଧାୟକ ଓ ଶିକ୍ଷା ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Nov 8, 2019, 4:02 PM IST

ସମ୍ବଲପୁର: ମୁଣ୍ଡ ଉପରେ ପରୀକ୍ଷା । ହେଲେ ସ୍କୁଲର ନବମ ଓ ଦଶମ ଶ୍ରେଣୀ ପାଇଁ ନାହାନ୍ତି ଶିକ୍ଷକ । ଜିଲ୍ଲାର ଏହା ଗୋଟିଏ ହାଇସ୍କୁଲର ସମସ୍ୟା ନୁହେଁ, 10ଟି ସ୍କୁଲର ଅବସ୍ଥା ଏପରି । ଏଭଳି ସ୍ଥଳରେ ପିଲାଙ୍କ ଭବିଷ୍ୟତ ସହ କିପରି ଖେଳାଯାଉଛି ତାହାର ନଗ୍ନ ନମୂନା ଦେଖିବାକୁ ମିଳିଛି ଜିଲ୍ଲାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

କେବଳ ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଦ୍ବାରା ପରିଚାଳିତ ହେଉଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ରହିଛି । ଆଉ ସପ୍ତାହକୁ 3ଦିନ ଆସି ଶିକ୍ଷାଦାନ କରୁଛନ୍ତି 2ଜଣ ଶିକ୍ଷକ । ବଲାରଙ୍ଗା ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟ 50ଜଣ । ଏଠାରେ 6ଟି ହାଇସ୍କୁଲ ଶିକ୍ଷକ ରହିବା ଦରକାର ହେଲେ ଏଠାରେ ଜଣେ ବି ନାହାନ୍ତି ଶିକ୍ଷକ । ଜିଲ୍ଲାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଶିକ୍ଷା ଅଧିକାରୀ ସୁବୋଧ ଦାସ କହୁଛନ୍ତି, ଜିଲ୍ଲାରେ ଏପରି ହାଇସ୍କୁଲ ଗୋଟିଏ ନୁହେଁ, 10ଟି ରହିଛି ।

ଏଥିସହ ଶିକ୍ଷାଧିକାରୀ କହିଛନ୍ତି, ରାଜ୍ୟ ଶିକ୍ଷା ବିଭାଗର ସ୍ବୀକୃତ ନଥିବାରୁ ପ୍ରାୟ 60ଟି ଶିକ୍ଷକ ପଦବୀ ପୂରଣ ହେଉନାହିଁ । ସେପଟେ, ନିଜ ନିର୍ବାଚନୀ ମଣ୍ଡଳୀର ଏପରି ଶିକ୍ଷାବ୍ୟବସ୍ଥାରେ ଅସହାୟ ପ୍ରକାଶ କରିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାଏକ । ଏଥିସହ ସେ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଉପରେ ଦୋଷ ଲଦିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଗୁଣାତ୍ମକ ଶିକ୍ଷା ଗୋଟିଏ ରାଷ୍ଟ୍ରଗଠନର ମୁଖ୍ୟ କାରଣ ହୋଇଥାଏ।କାରଣ ଗୁଣାତ୍ମକ ଶିକ୍ଷା ଗୋଟିଏ ଶିଶୁକୁ ମଣିଷ କରିଥାଏ।ଆଉ ଏହି ଶିକ୍ଷା ହିଁ ଡାକ୍ତର,ଇଞ୍ଜିନିୟର, ଅଧ୍ୟପକ ଓ ବୈଜ୍ଞାନିକ ତିଆରି କରିଥାଏ ଯାହା ଗୋଟିଏ ରାଷ୍ଟ୍ର ର ଉନ୍ନତି ରେ ସହାୟକ ହୋଇଥାଏ। ସେଥିପାଇଁ ସରକାର ସର୍ବ ଶିକ୍ଷା ଅଭିଯୋଗ ଆରମ୍ଭ କରିଛନ୍ତି।କିନ୍ତୁ ସମ୍ବଲପୁର ଜିଲ୍ଳାରେ ସରକାରୀ ଶିକ୍ଷା ବ୍ୟବସ୍ଥା କେତେ ଯେ ବିପର୍ଯ୍ୟସ୍ଥ ତାହା ର ନଗ୍ନ ନମୁନା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ମାନେଶ୍ୱର ବ୍ଲକ ର ବଲାରଙ୍ଗା ହାଇସ୍କୁଲରେ। ଏଠାରେ ନବମ ଓ ଦଶମ ଶ୍ରେଣୀରେ ଜଣେ ବି ଶିକ୍ଷକ ନାହାନ୍ତି। ଆଉ ଜିଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁସାରେ ଜିଲ୍ଲାରେ ଏପରି ହାଇସ୍କୁଲ ଗୋଟିଏ ନାହିଁ 10 ଟି ରହିଛି। କେବଳ ପ୍ରାଇମେରୀ ଶିକ୍ଷକ ଙ୍କ ସହାୟତାରେ ଚାଲୁଚି।

Body:ଏ ହେଉଛି ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ର ବଲାରଙ୍ଗା ପୁରୁଣା ଉନ୍ନୀତ ଉଚ୍ଚ ଉଚ୍ଚ ବିଦ୍ୟାଳୟ। ଏଠାରେ ପ୍ରଥମ ଶ୍ରେଣୀରୁ 10 ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପଢ଼ନ୍ତି। ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 5 ଜଣ ଶିକ୍ଷକ ଥିବା ବେଳେ କିନ୍ତୁ ନବମ ଓ ଦଶମ ଶ୍ରେଣୀ ପାଇଁ ଗୋଟିଏ ବି ହାଇସ୍କୁଲ ଶିକ୍ଷକ ନାହାନ୍ତି। ଦୀର୍ଘ ବର୍ଷ ହେଲା ଶିକ୍ଷକ ବିହୀନ ଏହି ହାଇସ୍କୁଲ। ଭଗବାନ ଭରସା ରେ ଏଠିକାର ହାଇସ୍କୁଲ ର 45 ଛାତ୍ରଛାତ୍ରୀ ଙ୍କ ପାଠପଢା। କେବଳ ଲୋକ ଦେଖଣିଆ ଭାବେ ସପ୍ତାହ ରେ 3 ଦିନ 2 ଟି ଶିକ୍ଷକ ଅନ୍ୟ ସ୍କୁଲରୁ ଆସି ଏଠି ଶିକ୍ଷା ଦାନ କରନ୍ତି। ଏଠିକାର ଛାତ୍ରଛାତ୍ରୀ ଙ୍କ ପାଇଁ ବିଜ୍ଞାନ ,ଗଣିତ ଓ ଇଂରାଜୀ ପରି ବିଷୟ ପାଇଁ ସିଲାବସ ବହୁ ପଛରେ ପଡିଯାଇଛି। ଆଗକୁ ରହିଛି ପରୀକ୍ଷା ।ଏ ନେଇ ଛାତ୍ରଛାତ୍ରୀ ନିଜର ଅସୁବିଧା ବଖାଣିଲେ ଶିକ୍ଷକ କୁଆଡେ କହୁଛନ୍ତି ନିଜେ ପଢ଼ ଓ ପରୀକ୍ଷାରେ କପି କର। ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଜର ଅସହାୟ ତା ପ୍ରକାଶ କରିଛନ୍ତି।

ବାଇଟ-1-ରଂଜିତା ଭୋଇ,ଦଶମ ଶ୍ରେଣୀ ଛାତ୍ରୀ।
ବାଇଟ-2-ଶବର ମେହେର,ନବମ ଶ୍ରେଣୀ ଛାତ୍ର।
ବାଇଟ-3-ମନୋଜ କୁମାର ନାଏକ, ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ।

ଏନେଇ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ସୁବୋଦ ଦାସ କେମେରା ଆଗରେ କିଛିବି କହିବାକୁ ମନା କରିଛନ୍ତି ତେବେ ନିଜ ସଫେଇରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସମ୍ବଲପୁର ଜିଲାରେ ଏମିତି ଶିକ୍ଷକ ବିହୀନ ହାଇସ୍କୁଲ ଗୋଟିଏ ନୁହେଁ ବରଂ 10ଟି ସ୍କୁଲ ଚାଲିଛି।ତେବେ ରାଜ୍ୟ ଶିକ୍ଷା ବିଭାଗର ସେଙ୍ଗସନ ବା ସ୍ୱକୃତି ନଥିବାରୁ ଏମିତି ପ୍ରାୟ 60 ଟି ଶିକ୍ଷକ ପଦବୀ ପୂରଣ ହେଉନାହିଁ ବୋଲି ସେ ନିଜର ଅସହାୟତା ଦର୍ଶାଇଛନ୍ତି। ଏଥିପାଇଁ ପ୍ରାଥମିକ ଶିକ୍ଷକ ଙ୍କ ସହାୟତା ନିଆଯାଉଛି ବୋଲି ସେ କହିଛନ୍ତି। ସ୍ଥାନୀୟ ରେଙ୍ଗାଲି ବିଜେପି ବିଧାୟକ ନାଉରୀ ନାଏକ ନେଇ ନିଜର ଅସହାୟତା ପ୍ରକାଶ କରି ସବୁ ଦୋଷ ରାଜ୍ୟ ସରକାରଙ୍କ ଶିକ୍ଷା ନୀତି ଉପରେ ଲଡିଛନ୍ତି।ରେଙ୍ଗାଲୀ ନିର୍ବାଚନ ମଣ୍ଡଳୀ ର ଅଧିକାଂଶ ସ୍କୁଲ ଅବସ୍ଥା ଏପରି ଥିବାର ସେ କହିଛନ୍ତି।

ବାଇଟ-4-ନାଉରି ନାଏକ,ବିଧାୟକ, ରେଙ୍ଗାଲି, ସମ୍ବଲପୁର।

Conclusion:ସମ୍ବଲପୁର ବଲାରଙ୍ଗା ହାଇସ୍କୁଲ ର ନବମ ଓ 10 ଶ୍ରେଣୀର ଛାତ୍ରଛାତ୍ରୀ ସଂଖ୍ୟା ପ୍ରାୟ 50। ଏଠାରେ 6 ଟି ହାଇସ୍କୁଲ ଶିକ୍ଷକ ରହିବା ଦରକାର ତେବେ ଜଣେ ବି ନାହାନ୍ତି। ଆଉ ଜିଲ୍ଲାରେଏମିତି ଗୋଟିଏ ସ୍କୁଲ ନାହିଁ ବରଂ 10 ଟି ରହିଛି ଫଳରେ ଅନୁମାନ କରାଯାଇପାରିବ ଏଠାରେ ପ୍ରଢୁଥିବା ପ୍ରାୟ 500 ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ କିପରି ଖେଳାଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.