ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର 10 ଟି ଗେଟ୍ ବନ୍ଦ ହୋଇଛି । ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅପେକ୍ଷାକୃତ କମ୍ ବର୍ଷାଜଳ ପ୍ରବେଶ କରୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ତେବେ ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ମୋଟ୍ 10ଟି ଗେଟ ବନ୍ଦ କରାଯାଇଛି । ବର୍ତ୍ତମାନ 4ଟି ଗେଟ୍ ଦେଇ ହୀରାକୁଦ ଜଳ ଭଣ୍ଡାରକୁ ଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଜଳଭଣ୍ଡାର ଜଳସ୍ତର 619.45 ଫୁଟ ରହିଥିବାବେଳେ ପ୍ରତି ସେକେଣ୍ଡରେ 96 ହଜାର 836 କ୍ୟୁସେକ ଜଳ ପ୍ରବେଶ କରୁଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ