ETV Bharat / state

ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଦାବିରେ ଧାରଣା - ରାୟଗଡା ଜିଲ୍ଲା ଯୁବ ବିକାଶ ପରିଷଦ

ରାୟଗଡା ଜିଲ୍ଲାରେ ମେଡିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିବା ଦାବିରେ ଜିଲ୍ଲା ଯୁବ ବିକାଶ ପରିଷଦର ୧୨ ଘଣ୍ଟିଆ ଧାରଣା । ଅଧିକ ପଢନ୍ତୁ...

zilla yuva bikash parishad 12 hour ganadharana in rayagada
ମେଡ଼ିକାଲ କଲେଜ ଓ ସୁପର ସ୍ପେସାଲିଟି ହସ୍ପିଟାଲ ଦାବିରେ ରାୟଗଡାରେ ୧୨ ଘଣ୍ଟିଆ ଧାରଣା
author img

By

Published : Dec 22, 2020, 10:24 PM IST

ରାୟଗଡା: ଜିଲ୍ଲାରେ ମେଡ଼ିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଘୋଷଣା ଦାବିରେ ଜିଲ୍ଲା ଯୁବ ବିକାଶ ପରିଷଦର ୧୨ ଘଣ୍ଟିଆ ଧାରଣା । ଜିଲ୍ଲାରେ ୧୦୦ ଶଯ୍ୟାର ହସ୍ପିଟାଲ ରହିଥିଲେ ମଧ୍ୟ ସରକାରୀ ଭାବେ ଏବେ ମଧ୍ୟ ୧୦୦ ଶଯ୍ୟାର ମାନ୍ୟତା ପାଇ ପାରିନାହିଁ ।

ମେଡିକାଲ କଲେଜ ଓ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଦାବିରେ ଧାରଣା

ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା । ନାମକୁ ମାତ୍ର ୧୦୦ ଶଯ୍ୟାର ହସ୍ପିଟାଲ ରହିଛି । ଫଳରେ ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାବାସୀଙ୍କ ପାଇଁ ଭଲ ଚିକିତ୍ସା ବ୍ୟବସ୍ଥା ଟିଏ ନଥିବାରୁ ପଡୋଶୀ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡୁଛି । ଜିଲ୍ଲାବାସୀଙ୍କ ଦୀର୍ଘ ଦିନରୁ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଘୋଷଣା ନେଇ ଦାବି ରହିଥିବା ବେଳେ ଏନେଇ ନା ରାଜ୍ୟ ସରକାର ନା କେନ୍ଦ୍ର ସରକାର ଦୃଷ୍ଟି ଦେଉଛନ୍ତି । ତେଣୁ ଆଜି ଜିଲ୍ଲା ଡାକ୍ତରଖାନାକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ସାଙ୍ଗକୁ ରାୟଗଡା ଠାରେ ଏକ ଜିଲ୍ଲାରେ ମେଡ଼ିକାଲ କଲେଜ ଦାବିରେ ୧୨ ଘଣ୍ଟିଆ ଧାରଣା ଦେଇଛି ରାୟଗଡା ଯୁବ ବିକାଶ ପରିଷଦ ।

ସ୍ଥାନୀୟ ଜିଲ୍ଲାପାଳ ଅଫିସ ରାସ୍ତା ନିକଟରେ ବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ସରକାର ଏହି ଦାବି ପ୍ରତି ଯଥାଶୀଘ୍ର ଦୃଷ୍ଟି ନଦେଲେ ଆଗାମୀ ସାତ ପରେ ଆମରଣ ଅନଶନ କରି ବ୍ୟାପକ ଆନ୍ଦୋଳନ କରାଯିବା ନେଇ ପରିଷଦ ର ସଭାପତି ସୂଚନା ଦେଇଛନ୍ତି । ଏହି ପ୍ରତୀକ ଧାରଣାକୁ ବିଭିନ୍ନ ସଙ୍ଗଠନ ସମର୍ଥନ କରିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.