ରାୟଗଡା: ଯୁବ ବିକାଶ ପରିଷଦ ତରଫରୁ ବାଇପାସ ରାସ୍ତାର ବିଳମ୍ବକୁ ନେଇ ଜିଲ୍ଲା ଅଧୀକ୍ଷକଙ୍କ ଅଫିସ ଘେରାଓ । ରାୟଗଡା ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢ଼ୁଥିବାରୁ ଦୃଷ୍ଟିରେ ରଖି ପୂର୍ତ୍ତ ବିଭାଗ ତରଫରୁ ପିତମହଲ ଠାରୁ କଟଲା ଗୁଡା ଦେଇ ସାଇ ଇଣ୍ଟରନ୍ୟାସନାଲ ଛକ ପର୍ଯ୍ୟନ୍ତ ଯୋଜନା କରି ଟେଣ୍ଡର ପ୍ରକ୍ରିୟା ସରିବାପରେ କାମ ଆରମ୍ଭ ହୋଇଥିଲା । ଏହାର ବିଳମ୍ବକୁ ନେଇ ଯୁବବିକାଶ ପରିଷଦ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଯୁବବିକାଶ ପରିଷଦ ସଭାପତି ଶିବାଜୀ ଦାସଙ୍କ ନେତୃତ୍ବରେ ପରିଷଦର ଶତାଧିକ ସଦସ୍ୟ ଜିଲ୍ଲା ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ କେବଳ ସିରିକଣା ଠାରୁ ସାଇ ଇଣ୍ଟରନ୍ୟାସନାଲ ଛକ ପର୍ଯ୍ୟନ୍ତ କାମ ଶେଷ ପର୍ଯ୍ୟରେ ପହଞ୍ଚି ଥିବା ବେଳେ ପିତମହଲ ଠାରୁ କଟଲାଗୁଡା ରାସ୍ତା ଆରମ୍ଭ ହୋଇନଥିବାରୁ ପ୍ରତ୍ୟେକ ଦିନ ସହର ମଧ୍ୟରେ ଦୁର୍ଘଟଣା ଘଟୁଛି । ଏହାକୁ ତୁରନ୍ତ ନିର୍ମାଣ କରିବା ପାଇଁ ଦାବି କରିବା ସହ ଆଗାମୀ ଏପ୍ରିଲ 15 ସୁଦ୍ଧା କାମ ଯଦି ସମ୍ପୂର୍ଣ୍ଣ କରାନଯାଏ ତେବେ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ନେଇ ଦାବି ପତ୍ର ବିଭାଗର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟରଙ୍କୁ ପ୍ରଦାନ କରିଛନ୍ତି ।
ଅପର ପକ୍ଷେ ବାଇପାସ କାମକୁ ନେଇ ଟେଣ୍ଡରରେ ଭାଗ ନେଇଥିବା ଜଣେ ଠିକାଦାର ନ୍ୟାୟାଳୟରୁ ରହିତାଦେଶ ଜାରି କରିଛନ୍ତି ବିଭାଗ ରହିତାଦେଶ କୁ ଉଠାଇବାକୁ ପ୍ରୟାସ ଜାରି ରଖିଛି । ରହିତାଦେଶ ଉଚ୍ଛେଦ ହେବାପରେ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ବୋଲି ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ଏମ ଆର ତ୍ରିପାଠୀ ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ