ETV Bharat / state

ଏକ ତରଫା ପ୍ରେମର କରୁଣ ପରିଣତି, ପରୀକ୍ଷା ଦେଇ ଫେରୁଥିବା ବେଳେ ଛାତ୍ରୀଙ୍କ ଗଳା କାଟିଲେ ଯୁବକ - ଛାତ୍ରୀଙ୍କ ବେକ କାଟିଲେ ଯୁବକ

ପ୍ରେମ ପ୍ରତ୍ୟାଖାନ କରିବା ସହ ବିବାହ ପାଇଁ ମନା କରିବାରୁ ରାଗ ରଖିଥିଲା ଏକ ତରଫା ପ୍ରେମ କରୁଥିବା ପ୍ରେମିକ । ପରୀକ୍ଷା ଦେଇ ଫେରୁଥିବା ବେଳେ କାଟିଦେଲା ଛାତ୍ରୀଙ୍କ ବେକ । ଅଧିକ ପଢନ୍ତୁ

ଛାତ୍ରୀଙ୍କ ବେକ କାଟିଲେ ଯୁବକ
ଛାତ୍ରୀଙ୍କ ବେକ କାଟିଲେ ଯୁବକ
author img

By

Published : Mar 3, 2023, 9:01 AM IST

ଛାତ୍ରୀଙ୍କ ବେକ କାଟିଲେ ଯୁବକ

ରାୟଗଡା: ଏକ ତରଫା ପ୍ରେମର କରୁଣ ପରିଣତି । ପ୍ରେମକୁ ସ୍ବୀକାର ନକରି ବାହାଘର ପାଇଁ ମନା କରିବାରୁ ଛାତ୍ରୀଙ୍କ ବେକ କାଟିଲା ହତାସିଆ ପ୍ରେମିକ । ଏଭଳି ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି ରାୟଗଡା ଜିଲ୍ଲା ଗୁମୁଡାରୁ । ଛାତ୍ରୀଜଣକ ପରୀକ୍ଷା ଦେବା ପାଇଁ କଲେଜ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଛାତ୍ରୀଙ୍କ ବେକ କାଟି ଦେଇଥିଲା । ଛାତ୍ରୀ ଜଣକ ହେଲେ ବିଷମକଟକର ବୃଷବ ମହାନ୍ତିଙ୍କ ଝିଅ ନିହାରିକା ମହାନ୍ତି, ବୟସ 19 ବର୍ଷ । ତେବେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗୋପାଳ ରାଓଙ୍କ ପୁଅ କେ ଶ୍ରିନୁ ରାଓ ଏକ ତରଫା ପ୍ରେମ କରୁଥିଲେ । ଉଭୟଙ୍କ ଘର ବିଷମକଟକ ବୋଲି ଜଣାପଡିଛି । ପୂର୍ବରୁ ବହୁବାର ଶ୍ରୀନୁ ନିହାରିକାଙ୍କୁ ପ୍ରେମ ନିବେଦନ ସାଙ୍ଗକୁ ବିବାହ ପାଇଁ ଜୋର ଜବରଦସ୍ତ କରିଥିଲେ ସୁଦ୍ଧା ନିହାରିକା ପ୍ରତ୍ୟାଖାନ କରିଆସୁଥିଲେ । ଏ କଥା ନିହାରିକା ପରିବାରକୁ ଜଣାଇବା ପରେ ପରିବାରର କଟକଣା ଯୋଗୁଁ ଦୀର୍ଘ ଦିନ ଧରି ଶ୍ରୀନୁ ନିହାରିକାଙ୍କୁ ଦେଖାସାକ୍ଷାତ କରିପାରିନଥିଲେ ।

ନିହରିକା ମହାନ୍ତି ଗୁମୁଡାସ୍ଥିତ ମାର୍କମା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ ପଢୁଥିଲେ । ଗତକାଲି(ଗୁରୁବାର) ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ନିହାରିକା ପରୀକ୍ଷା ଦେବା ପାଇଁ ଘରୁ ଆସିଥିଲେ । ତେବେ ପରୀକ୍ଷା ସରିବା ପରେ ଏହାର ସୁଯୋଗ ନେଇ ଶ୍ରୀନୁ ହଠାତ ଆସି ନିହାରିକାଙ୍କ ଉପରେ ଆକ୍ରମଣ କରିଥିଲା । ଛୁରୀରେ ନିହାରିକାଙ୍କ ବେକ କାଟି ଦେଇଥିଲେ । ତେବେ ନିହାରିକାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଅଛି । ସ୍ଥାନୀୟ ଲୋକେ ଉକ୍ତ ଅଭିଯୁକ୍ତକୁ କାବୁକରି ପୋଲିସର ଜିମା ଦେଇଛନ୍ତି ।

ରିପୋର୍ଟ ଲେଖାଯିବା ବେଳକୁ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ବ୍ରହ୍ମପୁର ସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏକତରଫା ପ୍ରେମକୁ କେନ୍ଦ୍ର କରି ଏହି ଅପ୍ରୀତିକର ଘଟଣା ଘଟିଥିବା ନେଇ ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ଗୁଡ଼ାରୀ ଆଇଆଇସି ଦୀନବନ୍ଧୁ ଶବର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କଲେଜ ବାହାରେ ଏହି କାଣ୍ଡ ହୋଇଥିବାରୁ ଏହି ବିଷୟରେ କଲେଜ କର୍ତ୍ତୃପକ୍ଷ ପାଖରେ କିଛି ସୂଚନା ନଥିବା ସେ କହିଛନ୍ତି । ଏନେଇ ପୋଲିସ ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ପଦାକୁ ଆସିବ । ତେବେ ବର୍ତ୍ତମାନ ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଥିବା ସୂଚନା ରହିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.