ETV Bharat / state

ଲାଞ୍ଚ ମାଗି ବନ୍ଧାହେଲେ ନକଲି ଅଫିସର - Youth face problem after demand

ଶିକ୍ଷୟତ୍ରୀଙ୍କଠାରୁ 5 ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ଯୁବକଙ୍କୁ ପଡିଲା ମହଙ୍ଗା । ଅଧିକ ପଢନ୍ତୁ...

ଶିକ୍ଷୟତ୍ରୀଙ୍କଠାରୁ ଲାଞ୍ଚ ମାଗି ଫସିଲେ ଯୁବକ
author img

By

Published : Oct 24, 2019, 11:45 PM IST

ରାୟଗଡା: ଜିଲ୍ଲାର ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ପରିଚୟ ଦେଇ ଶିକ୍ଷୟତ୍ରୀଙ୍କଠାରୁ 5 ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ଯୁବକଙ୍କୁ ପଡିଲା ମହଙ୍ଗା । ବାନ୍ଧିଲା ପୋଲିସ ।

ଶିକ୍ଷୟତ୍ରୀଙ୍କଠାରୁ ଲାଞ୍ଚ ମାଗି ଫସିଲେ ଯୁବକ

ଲାଞ୍ଚ ମାଗିଥିବା ବ୍ୟକ୍ତି ଜଣକ ହେଲେ ଭୀମ ଗାଣ୍ଟା । ତାଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ଖେଦାପଡା ଗ୍ରାମରେ । ଭୀମ ବିଷମକଟକ ବ୍ଲକର ସାନସାର୍ତେଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଯାଇ ରଞ୍ଜିତା ଉଲ୍ଲାକା ନାମକ ଜଣେ ଠିକାଶିକ୍ଷୟତ୍ରୀଙ୍କୁ ନିଜକୁ ରାୟଗଡା ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଦେଶକ ପରିଚୟ ଦେଇ ଧମକଚମକ ଦେବାସହ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାସହ ଶିକ୍ଷୟତ୍ରୀ ଯଦି ଟଙ୍କା ନଦିଅନ୍ତି ତେବେ ତାଙ୍କୁ ଚାକିରୀରୁ ବହିଷ୍କୃତ କରିବା ନେଇ ଧମକ ଦେଇଥିଲେ । ।

ମାତ୍ର ଶିକ୍ଷୟତ୍ରୀ ଜଣକ ଉପଯୁକ୍ତ ବୁଦ୍ଧି ଲଗାଇ ଗ୍ରାମର ଲୋକଙ୍କୁ ଡାକିଥିଲେ । ଗ୍ରାମଲୋକ ସ୍କୁଲରେ ପହଞ୍ଚି ବ୍ୟକ୍ତିଙ୍କୁ ତାଙ୍କର ପରିଚୟ ମାଗିଥିଲେ । ହେଲେ ବ୍ୟକ୍ତିଜଣଙ୍କର କୌଣସି ପରିଚୟ ପତ୍ର ନଥିବାରୁ ପୋଲିସକୁ ଖବରଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭୀମଙ୍କଠାରୁ ଏକ ବାଇକ ସହ 50ରୁ ଉର୍ଦ୍ଧ ଆଧାର କାର୍ଡ ଜବତ କରିଥିଲେ । ଏନେଇ ବିଷମକଟକ ଥାନାରେ ସ୍କୁଲ କମିଟିର ସଭାପତିଙ୍କ ଏକ ଲିଖିତ ଅଭିଯୋଗ ପରେ ଭୀମକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଧେଶକ କହି ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚ ମାଗିବା ଘୋଟଣା ମହଙ୍ଗା ପଡିଲା ଯୁବକଙ୍କୁ । Body:ରାୟଗଡା ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଧେଶକ ବୋଲି ପରିଚୟ ଦେଇ ଶିକ୍ଷୟତ୍ରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ମାଗିବା ଘୋଟଣା ମହଙ୍ଗା ପଡିଲା ଯୁବକଙ୍କୁ । ଏହି ବ୍ୟକ୍ତି ଜଣକ ହେଲେ ଭୀମ ଗାଣ୍ଟା , ତାଙ୍କ ଘର ଚାନ୍ଦିଲି ଥାନା ଅନ୍ତର୍ଗତ ଖେଦାପଡା ଗ୍ରାମରେ । ଭୀମ ବିଷମକଟକ ବ୍ଲକର ସାନସାର୍ତେଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଯାଇ ରଞ୍ଜିତା ଉଲ୍ଲାକା ନାମକ ଜଣେ ଠିକା ଶିକ୍ଷୟତ୍ରୀଙ୍କୁ ନିଜକୁ ରାୟଗଡା ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଧେଶକ ବୋଲି ନିଜକୁ ପରିଚୟ ଦେଇ ଧମକଚମକ ଦେବାସହ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ସମୟରେ ସ୍କୁଲର ଦୁଇ ପିଲାଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ଦେଖି ସ୍କୁଲର ଛ୍ରାତ୍ରଦୁହେଁଙ୍କୁ ଚାପୁଡା ମାରିବା ସହ ଉଠବସ କରାଇଥିଲେ । ଏହାସହ ଶିକ୍ଷୟତ୍ରୀ ଯଦିଟଙ୍କା ନ ଦିଅନ୍ତି ତେବେ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯିବ ବୋଲି ଧମକ ଦେଇଥିବା ପୁଲିସ ଅଗରେ କହିଛନ୍ତି ଶିକ୍ଷୟତ୍ରୀ । ତେବେ ଭୀମ ଗାଣ୍ଟାଙ୍କ ଚାଲିଚଳନୀରେ ସନ୍ଧେହ ହେବାରୁ ବିଷମକଟକ ପୁଲିସର ସହାୟତା ନେଇଥିଲେ । ଫଳରେ ପୁଲିସର ଚକ୍ରବିହୋରେ ଫସିଯାଇଥିଲେ ଭୀମ । ଶିକ୍ଷୟତ୍ରୀ ଜଣକ ନିଜର ବୁଦ୍ଦି ପ୍ରୟଗକରି ଗ୍ରାମର ଲୋକଙ୍କୁ ଡାକିଥିଲେ। ଗ୍ରାମଲୋକ ସ୍କୁଲରେ ପହଞ୍ଚି ବ୍ୟକ୍ତିଜଣକୁ ନିଜର ପରିଚୟ ମାଗିଥିଲେ। ବ୍ୟକ୍ତିଜଣଙ୍କର ହାବଭାବ ଓ କୌଣସି ପରିଚୟ ପତ୍ର ନଥିବାରୁ ପୋଲିସକୁ ଖବରଦେଇଥିଲେ। ଘୋଟଣାସ୍ଥଳରେ ପୋଲିସ ପହଞ୍ଚି ଭୀମଙ୍କ ଠାରୁ ଏକ ବାଇକ ସହ ୫୦ ରୁ ଉର୍ଦ୍ଦ ଆଧାର କାର୍ଡ ଜବତକରିଛି । ଏନେଇ ବିଷମକଟକ ଥାନାରେ ସ୍କୁଲ କମିଟିରସଭାପତିଙ୍କ ଏକ ଲିଖିତ ଅଭିଯୋଗ ପରେ ଭୀମକୁ ଗିରଫ କରାଯାଇ କୋର୍ଟ ଚାଳନ କରାଯାଇଥିବା କହିଛିନ୍ତି ରାୟଗଡ଼ ଏସପି ଡ।॰ଶ୍ରବଣ ବିବେକ ଏମ ।
ବାଇଟ - ଡ।॰ଶ୍ରବଣ ବିବେକ ଏମ (ଏସପି , ରାୟଗଡ଼ )
Conclusion:ଜିଲ୍ଲା ଶିକ୍ଷା ପ୍ରକଳ୍ପ ନିର୍ଦ୍ଧେଶକ କହି ଶିକ୍ଷୟତ୍ରୀଙ୍କ ଠାରୁ ଲାଞ୍ଚ ମାଗିବା ଘୋଟଣା ମହଙ୍ଗା ପଡିଲା ଯୁବକଙ୍କୁ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.