ETV Bharat / state

ନାଗାବଳୀ ନଦୀରୁ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ଯୁବକ

author img

By

Published : Jul 17, 2022, 9:32 PM IST

ନାଗାବଳୀ ନଦୀ ମଝିରେ ଫସିଲେ ଦୁଇ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଉଭୟ ଗାଧୋଇବା ପାଇଁ ଆସି ବେଳେ ବନ୍ୟାଜଳ ନଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଅଧିକ ପଢ଼ନ୍ତୁ

ନାଗାବଳୀ ନଦୀରୁ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ଯୁବକ
ନାଗାବଳୀ ନଦୀରୁ ସୁରକ୍ଷିତ ଉଦ୍ଧାର ହେଲେ ଦୁଇ ଯୁବକ

ରାୟଗଡ଼ା: ନାଗାବଳୀ ନଦୀ ମଝିରେ ଫସିଲେ ଦୁଇ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଉଭୟ ଗାଧୋଇବା ପାଇଁ ଆସିଥିବା ବେଳେ ବନ୍ୟାଜଳ ଆସିବାରୁ ନଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ । ଖବର ମିଳିବା ପରେ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉଭୟ କାଶୀପୁର ବ୍ଲକର ସୁନାମୀ ନାୟକ ଏବଂ ସୁଧୀର ନାୟକ ବୋଲି ଜଣାପଡ଼ିଛି ।

ରାୟଗଡା ଜିଲ୍ଲା ହସ୍ପିଟଲରେ ନିଜ ସମ୍ପର୍କୀୟଙ୍କ ଚିକିତ୍ସା କରାଇବାକୁ ଆସିଥିଲେ । ଆଜି(ରବିବାର) ମଧ୍ୟାହ୍ନରେ କାଶୀପୁର ଝୁଲା ପୋଲ ନିକଟରେ ବହିଯାଉଥିବା ନାଗାବଳୀ ନଦୀରେ ଗାଧୋଇବାକୁ ଯାଇଥିଲେ । ନଦୀ ମଝିରେ ଥିବା ପଥର ନିକଟରେ ଗାଧୋଇବା ସମୟରେ ଉପର ମୁଣ୍ଡରେ ବର୍ଷା ଯୋଗୁଁ ନାଗାବଳୀରେ ବନ୍ୟା ପାଣି ଆସିଯାଇଥିଲା । ଫଳରେ ନଦୀ ମଝିରେ ଫାଶୀ ରହିଥିଲେ ଦୁଇ ଯୁବକ । ତେବେ ସୁରକ୍ଷିତ ଭାବରେ ଉଭୟ ଯୁବକଙ୍କୁ ଉଦ୍ଧାର କରିଛି ପୋଲିସ ଏବଂ ଅଗ୍ନିଶମ ବାହିନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.