ETV Bharat / state

ରାୟଗଡାରେ ପାଳନ ହେଲା ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ

author img

By

Published : Mar 22, 2021, 6:37 AM IST

ରାୟଗଡା ବନବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାରେ ପୋଡୁଚାଷ ନାଁରେ ଜଙ୍ଗଲକୁ ନଷ୍ଟ କରାଯାଉଛି ଏହାକୁ ରୋକିବା ସହ ଲୋକଙ୍କୁ ସଚେତନ ହେବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

world forest day clebreated in rayagada distirct
ରାୟଗଡାରେ ପାଳନ ହେଲା ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ

ରାୟଗଡା: ବନ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସ ପାଳିତ ହୋଇଯାଇଛି । ରାୟଗଡା ସହରର ଫରେଷ୍ଟ ପାର୍କ ନିକଟରେ ବନ ବିଭାଗ ଦ୍ବାରା ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା ।

ଜିଲ୍ଲାସ୍ତରୀୟ ବିଶ୍ଵ ବନ ଦିବସର ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଏସପି ବିବେକାନନ୍ଦ ଶର୍ମା ଯୋଗ ଦେଇ ଜିଲ୍ଲାରେ ଜଙ୍ଗଲର ସୁରକ୍ଷା ପାଇଁ ଉପସ୍ଥିତ ଲୋକ ମାନଙ୍କୁ ଆହ୍ଵାନ ଦେଇଥିଲେ । ଜିଲ୍ଲାରେ ପୋଡୁଚାଷ ନାଁରେ ଜଙ୍ଗଲକୁ ନଷ୍ଟ କରାଯାଉଥିବା ବେଳେ ଜଙ୍ଗଲର ସୁରକ୍ଷା କିପରି କରାଯାଇପାରିବ ଏନେଇ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ପ୍ରକାଶ କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ ରାୟଗଡା ଏସପି ବିବେକାନନ୍ଦ ଶର୍ମା ଯୋଗ ଦେଇ ଜଙ୍ଗଲର ସୁରକ୍ଷା ସମେତ ପରିବେଶ ସନ୍ତୁଳନ କିପରି ରକ୍ଷା କରାଯାଇପାରିବ ସେନେଇ ମତପ୍ରକାଶ କରିଥିଲେ । ଏହି ଅବସରରେ ଜଙ୍ଗଲ ଓ ପରିବେଶର ସୁରକ୍ଷା ପାଇଁ ଜିଲ୍ଲାର ୮ ଜଣଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.