ETV Bharat / state

କାମ କରାଇ ଠକି ଦେଲେ ସରପଞ୍ଚ, ମଜୁରୀ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଶ୍ରମିକ - rayagada district news

କୋରୋନା କାଳରେ ଶ୍ରମିକ ପେଟରେ ସରକାରୀ ଲାତ । ଜଳଛତ୍ରରେ କାମ କରିଥିବା ଶ୍ରମିକଙ୍କୁ ମିଳିନି ମାସ ମାସର ମଜୁରୀ । ଜିଲ୍ଲାପାଳଙ୍କ ନିକଟରେ କଲେ ଗୁହାରି । ଅଧିକ ପଢନ୍ତୁ...

ଜଳଛତ୍ରରେ କାମ କରାଇ ମାସ ମାସ ଧରି ମଜୁରି ଦେଲେନି ସରପଞ୍ଚ, ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଶ୍ରମିକ

author img

By

Published : Aug 4, 2021, 7:32 AM IST

Updated : Aug 4, 2021, 8:57 AM IST

ବରଗଡ: ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାସ ମାସ କାମକରି ମଧ୍ୟ ପାଉଣା ନପାଇ ଶେଷରେ ନିରାଶ ହୋଇ ଶ୍ରମିକମାନେ ନିଜ ଘରକୁ ଫେରିଥାନ୍ତି । ମାତ୍ର ସେହି ଶ୍ରମିକ ନିଜ ମାଟିରେ ଯଦି ସରକାର ଦ୍ଵାରା ଏପରି ଶୋଷିତ ହୁଏ ତେବେ ତା ଠାରୁ ଆଉ ଦୁର୍ଭାଗ୍ୟ ବା କଣ ହୋଇପାରେ | ଗ୍ରୀଷ୍ମ ଋତୁରେ ଦୀର୍ଘ ଅଢେଇ ମାସ ପର୍ଯ୍ୟନ୍ତ ସରକାରଙ୍କ ଜଳଛତ୍ରରେ ମଜୁରୀ କାମ କରିବା ପରେ ମଧ୍ୟ କାମକରିଥିବା ଦିନମଜୁରିଆ ବୃଦ୍ଧ ଓ ବୃଦ୍ଧାଙ୍କୁ ତାଙ୍କର ପାରିଶ୍ରମିକ ଦିଆଯାଉ ନ ଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ବରଗଡ ସହରରେ । ଏପରି କିଛି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଜଣାଇଲେ ଏସ.ଡୁମେରପାଳି ଗ୍ରାମର ମହିଳା ଓ ପୁରୁଷ ।

କାମ କରାଇ ଠକି ଦେଲେ ସରପଞ୍ଚ, ମଜୁରୀ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ଶ୍ରମିକ

ବରଗଡ ସଦର ବ୍ଲକ ଅନ୍ତର୍ଗତ ଏସ. ଡୁମେରପାଳି ଗ୍ରାମର ଘଟଣା । ଗତ ଗ୍ରୀଷ୍ମ ରୂତୁରେ ଜଳଛତ୍ରରେ ପାଣି ବଣ୍ଟନ କରିବା ପାଇଁ ଏସ. ଡୁମେରପାଳି ଗ୍ରାମପଞ୍ଚାଯତର ପିଇଓ ଏବଂ ସରପଞ୍ଚ ସଇରେନ୍ଦ୍ରି ଶିକା ବିଭିନ୍ନ ଗ୍ରାମରେ ଜଳଛତ୍ରରେ ପାଣି ବଣ୍ଟନ ପାଇଁ କହିଥିଲେ । ବଦଳରେ ଦୈନିକ 300 ଟଙ୍କା ଲେଖାଏ ମଜୁରୀ ଦେବାକୁ ମଧ୍ୟ କୁହାଯାଇଥିଲା । ତେବେ ଗତ ଅପ୍ରେଲ 1 ତାରିଖରୁ ଜୁନ ମାସ 15 ତାରିଖ ପର୍ଯ୍ୟନ୍ତ ଖରା ଝାଞ୍ଜିରେ ଦିନସାରା ଜଳଛତ୍ରରେ ପାଣି ବଣ୍ଟନ କରି ଆସିଥିଲେ 5 ଜଣ ବୃଦ୍ଧ ଓ 2 ଜଣ ବୃଦ୍ଧାଙ୍କୁ ମିଶାଇ ମୋଟ ୭ ଜଣ ଶ୍ରମିକ ।

କିଏ 70 ବର୍ଷ ବୟସର ବୃଦ୍ଧ ଏବଂ କେତେକ ଅସହାୟ ମହିଳା ରହିଥିବାବେଳେ ସମସ୍ତଙ୍କ ଅବସ୍ଥା କହିଲେ ଭଲ । ଦୀର୍ଘ ଅଢେଇ ମାସ ହେଲା ପଞ୍ଚାୟତ ପକ୍ଷରୁ ସେମାନଙ୍କୁ ଆଦୌ ତାଙ୍କର ପାଉଣା ଦିଆଯାଇନାହିଁ । ସରପଞ୍ଚ ନିକଟକୁ ଯେତେ ଦୌଡିଲେ ମଧ୍ୟ ଦିନ ଗଡିଯାଉଛି ହେଲେ ନିଜ ପ୍ରାପ୍ୟ ମିଳୁନାହିଁ ସେମାନଙ୍କୁ । ଅଢେଇ ମାସ ପର୍ଯ୍ୟନ୍ତ ଜଣେ ଲେଖାଏ ଶ୍ରମିକଙ୍କର ପାଉଣା 22 ହଜାର ଟଙ୍କା ଜଣ ପିଛା ହେଉଥିବା ବେଳେ ଟଙ୍କା ଟିଏ ମଧ୍ୟ ଦିଆଯାଇନାହିଁ ସେମାନଙ୍କୁ ।

ଶେଷରେ ଆଜି ବରଗଡ ଜିଲ୍ଲାପାଳଙ୍କ ନିକଟକୁ ବାଧ୍ୟହୋଇ ଏକ ଟେମ୍ପୋ ସାହାଯ୍ୟରେ 700 ଟଙ୍କା ଖର୍ଚ୍ଚ କରି ଆସି ଅଭିଯୋଗ ଜଣାଇଛନ୍ତି ଏମାନେ । ଗ୍ରୀଷ୍ମର ଖରା ଝାଞ୍ଜିରେ ଯେଉଁ ମାନେ ତୃଷାର୍ଥଙ୍କୁ ପାଣି ପିଆଇ ଥିଲେ ଆଜି ସେମାନେ ନିଜେ ତୃଷାର୍ଥ ହୋଇପଡିଛନ୍ତି । ନିଜ ପାରିଶ୍ରମିକ ପାଇଁ ଏବଂ ଚାତକ ପରି ଅନାଇ ବସିଛନ୍ତି ଯେ କେବେ ସେମାନେ ତାଙ୍କର ପାଉଣା ପାଇବେ । ରାଜ୍ୟର ଗରିବ ଶ୍ରମିକ ଅନ୍ୟ ରାଜ୍ୟକୁ ଯେପରି ଦାଦନ ଖଟି ନ ଯାନ୍ତି ସେନେଇ ସରକାର ଅନେକ ଯୋଜନା କରି ଶ୍ରମିକଙ୍କୁ କାମ ଯୋଗେଇଦେଉଛନ୍ତି । ମାତ୍ର ଶ୍ରମିକଙ୍କୁ ଏପରି ବିନା ଅର୍ଥରେ କାମ ଯୋଗେଇ ଶୋଷଣ କରିବା ସରକାରଙ୍କ ଶ୍ରମିକଙ୍କ ଆନ୍ତରିକତାକୁ ପଦାରେ ପକାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Aug 4, 2021, 8:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.