ETV Bharat / state

ସୋରଡ଼ାରେ ଜନନୀ ଯନ୍ତ୍ରଣା, ୩ କିଲୋମିଟର ବୁହା ହେଲେ ପ୍ରସୂତୀ - ସୋରଡ଼ାରେ ଜନନୀ ଯନ୍ତ୍ରଣା

ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ ୩ କିଲୋମିଟର ଭାରରେ ବୁହାହେଲେ ମହିଳା । ଅଧିକ ପଢନ୍ତୁ

୩କିଲୋମିଟର ଭାରରେ ବୁହାହେଲେ ମହିଳା
୩କିଲୋମିଟର ଭାରରେ ବୁହାହେଲେ ମହିଳା
author img

By

Published : Aug 14, 2022, 7:54 AM IST

ରାୟଗଡା: ଜିଲ୍ଲାରେ ଥମିବାର ନା ନେଉନାହିଁ ଜନନୀ ଯନ୍ତ୍ରଣା । ରାସ୍ତା ଖରାପରୁ ଭାରରେ ୩ କିଲୋମିଟର ବୁହାହେଲେ ମହିଳା । ଏଭଳି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ୍ ବାଙ୍କିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୋରଡ଼ା ଗ୍ରାମରେ।

୩କିଲୋମିଟର ଭାରରେ ବୁହାହେଲେ ମହିଳା

ସୂଚନାଅନୁସାରେ, ସୋରଡ଼ା ଗ୍ରାମର ଦୟାନୀଧି କଣ୍ଡାଗରୀଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି କଣ୍ଡାଗରୀଙ୍କ ପ୍ରସବ ବେଦନା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସଟି ସୋରଡ଼ା ଗ୍ରାମରେ ପହଞ୍ଚି ପାରିନଥିଲା । ବିଳମ୍ବ ଯୋଗୁଁ ଘରେ ହିଁ ତାଙ୍କର ପ୍ରସବ ହୋଇଥିବା ବେଳେ ପୁଷ୍ପାଞ୍ଜଳିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା । ସେହି ସମୟରେ ଆମ୍ବୁଲାନ୍ସର ଡ୍ରାଇଭର ସଙ୍କରାଓ ପିଚିକି ଓ ଗ୍ରାମବାସୀଙ୍କ ସହାୟତାରେ ପାଖାପାଖି 3 କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ନିକଟକୁ ଭାରରେ ବୋହି ଅଣାଯାଇଥିଲା ।

ପରେ ପୁଷ୍ପାଞ୍ଜଳିଙ୍କୁ ରାମନାଗୁଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ସୋରଡା ଗ୍ରାମକୁ ମାଟି ରାସ୍ତା ରହିଥିବା ବେଳେ ବର୍ତ୍ତମାନ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ରାସ୍ତା କାଦୁଅରେ ଭରି ରହିଛି । ଫଳରେ ଆମ୍ବୁଲାନ୍ସଟି ଗ୍ରାମକୁ ଆସି ନପାରି ଅଧାରାସ୍ତାରେ ଅଟକି ରହିଥିଲା ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.