ETV Bharat / state

ଓଡିଶା-ଆନ୍ଧ୍ର ସୀମାନ୍ତ ଗାଁରେ ଜଳକଷ୍ଟ; ସ୍ଵାମୀଙ୍କ ନାଁର ଚିରକୁଟି ଦେଖାଇଲେ ସ୍ତ୍ରୀକୁ ମିଳୁଛି ପାଣି - water problem in rayagada village

ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ରାୟଗଡ଼ା ବ୍ଲକ ବୈରାଗିହାଲୁଆ ପଞ୍ଚାୟତର ବ୍ରାହ୍ମଣହାଲୁଆ ଗାଁରେ ଦେଖାଦେଇଛି ଉତ୍କଟ ଜଳ ସମସ୍ୟା । ଲୋକେ ପାଣି ମୁନ୍ଦାଏ ପାଇଁ ଏଠି ଡହଳବିକଳ ହେଉଛନ୍ତି । ରାତି ପାହିଲେ ନଳକୂପ ପାଖରେ ଗରା ବାଲଟି ଧରି ଭିଡ ଜମାଉଛନ୍ତି ଗାଁର ଝିଅ-ବୋହୂ । ଅଧିକ ପଢନ୍ତୁ...

ଓଡ଼ିଶା ଆନ୍ଧ୍ର ସୀମାନ୍ତ ଗାଁରେ ଜଳକଷ୍ଟ
ଓଡ଼ିଶା ଆନ୍ଧ୍ର ସୀମାନ୍ତ ଗାଁରେ ଜଳକଷ୍ଟ
author img

By

Published : Apr 23, 2021, 6:19 PM IST

Updated : Apr 23, 2021, 7:12 PM IST

ରାୟଗଡା: ଖରା ଆରମ୍ଭରୁ ଜଳ ଚିନ୍ତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ରାୟଗଡ଼ା ବ୍ଲକ ବୈରାଗିହାଲୁଆ ପଞ୍ଚାୟତର ବ୍ରାହ୍ମଣହାଲୁଆ ଗାଁରେ ଦେଖାଦେଇଛି ଜଳକଷ୍ଟ । ଗ୍ରାମରେ ୧୬ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳ ପାଇଁ ରହିଛି ଗୋଟିଏ ନଳକୂପ। ଯେଉଁଥିରୁ ୨୪ ଘଣ୍ଟାରେ ବାହାରୁଛି ମାତ୍ର ୧୦ ହାଣ୍ଡି ପାଣି। ଯାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ।

ଓଡିଶା-ଆନ୍ଧ୍ର ସୀମାନ୍ତ ଗାଁରେ ଜଳକଷ୍ଟ; ସ୍ଵାମୀଙ୍କ ନାଁର ଚିରକୁଟି ଦେଖାଇଲେ ସ୍ତ୍ରୀକୁ ମିଳୁଛି ପାଣି

ଗ୍ରୀଷ୍ମ ଆରମ୍ଭରୁ ଗାଁରେ ଜଳକଷ୍ଟ ଦେଖା ଦେଇଥିବା ବେଳେ ନଳକୂପ ଅଭାବରୁ ଗାଁଲୋକ ପାଳି କରି ପାଣି ନେଉଛନ୍ତି । ଏହା ଦିନେ କି ଦୁଇଦିନ ନୁହଁ, ବରଂ ବର୍ଷବର୍ଷ ଧରି ଏହି ଗାଁରେ ଜଳ କଷ୍ଟ ଲାଗି ରହିଥିଲେ ମଧ୍ୟ ପ୍ରଶାସନ ଆବଶ୍ୟକ ନଳକୂପ ଖନନ କିମ୍ବା ଗାଁରେ ଥିବା ଗୋଟିଏ ନଳକୂପର ମରାମତି କରୁନି ।

ରାୟଗଡ଼ା ଜିଲ୍ଲା ସଦର ମହକୁମା ୧୫ କିମି ଦୂରରେ ରହିଛି ଏହି ଗାଁ । ଗ୍ରାମରେ ୧୬ଟି ପରିବାରର ପାଖାପାଖି ୬୨ରୁ ଊର୍ଦ୍ଧ୍ବ ଲୋକ ବସବାସ କରନ୍ତି । ସମସ୍ତେ ଆଦିବାସୀ ସମ୍ପ୍ରଦାୟର । ଗାଁଠୁ ୫୦ ମିଟର ଦୂରରେ ନାଗାବଳୀ ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ଜଳ ପ୍ରଦୂଷିତ କାରଣରୁ ବ୍ୟବହାର ଯୋଗ୍ୟ ନୁହଁ । ପାଖରେ କୌଣସି ଝରଣା ଟିଏ ନଥିବାରୁ ପାନୀୟ ଜଳର ଏକମାତ୍ର ମାଧ୍ୟମ ପାଲଟିଛି ନଳକୂପ ।

ଅନ୍ୟଦିନ ଗୁଡ଼ିକରେ ନଳକୂପରୁ ଆବଶ୍ୟକ ପାଣି ବାହାରୁ ଥିବାବେଳେ ଗ୍ରୀଷ୍ମ ଋତୁରେ ଭୂତଳ ଜଳସ୍ତର ହ୍ରାସ ଯୋଗୁଁ ନଳକୂପ ଗ୍ରାମବାସୀଙ୍କ ଆବଶ୍ୟକ ମେଣ୍ଟେଇ ପାରୁନି । ଫଳରେ ପାଣି ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ନୀତି ଗଣ୍ଡଗୋଳ ହେଉଛି । ଆଉ ଚିରକୁଟି ଧରି ମହିଳାମାନେ ଲମ୍ବା ଲାଇନ୍ ଲଗାଇ ନଳକୂପରୁ ପାଣି ନେଉଛନ୍ତି।

ଦିନକୁ ମାତ୍ର ୧୦ ପରିବାରକୁ ପାଣି ମିଳୁଥିବାରୁ ଗ୍ରାମବାସୀ ପାନୀୟ ଜଳ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏହି ଖବର ଜାଣିବା ପରେ ରାୟଗଡା ବ୍ଲକ ପ୍ରଶାସନ ଗାଁରେ ପହଞ୍ଚି କାମଚଳା ନ୍ୟାୟରେ ମରାମତି ସାରିଥିଲେ ସୁଦ୍ଧା ଗ୍ରୀଷ୍ମ ଦିନରେ ଜଳସ୍ତର ହ୍ରାସ ଯୋଗୁଁ ପାଣି ଥିଲେ ସିନା ମିଳିବ ବୋଲି ଆଭିଯୋଗ କରିଛନ୍ତି ଗ୍ରାମବାସୀ । ତୁରନ୍ତ ଏଠାରେ ନୂଆ ନଳକୂପ ଖନନ କରାନ ଗଲେ ପରିସ୍ଥିତି ଗାଁ ଲୋକଙ୍କ ପାଇଁ ଦୁର୍ବିସହ ହୋଇପଡିବ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Apr 23, 2021, 7:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.