ETV Bharat / state

ବିପଦ ସଙ୍କେତ ଉପରେ ବଂଶଧାରା, ପୁଣି ଫୁଲିଲା ନାଗାବଳୀ ଝଞ୍ଜାବତୀ

author img

By

Published : Aug 20, 2022, 7:39 PM IST

ଲଘୁଚାପ ପ୍ରଭାବରେ ବିପଦ ସଙ୍କେତ ଉପରେ ରହିଛି ବଂଶଧାରାର ଜଳସ୍ତର । ସେପଟେ ପୁଣି ଫୁଲିଲା ନାଗାବଳୀ ଝଞ୍ଜାବତୀ । ଅଧିକ ପଢନ୍ତୁ

ବିପଦ ସଙ୍କେତ ଉପରେ ବଂଶଧାରା, ପୁଣି ଫୁଲିଲା ନାଗାବଳୀ ଝଞ୍ଜାବତୀ
ବିପଦ ସଙ୍କେତ ଉପରେ ବଂଶଧାରା, ପୁଣି ଫୁଲିଲା ନାଗାବଳୀ ଝଞ୍ଜାବତୀ

ରାୟଗଡ଼ା: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବାପରେ ପ୍ରଭାବରେ ଗତକାଲି (ଶୁକ୍ରବାର) ଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଯୋଗୁଁ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଛି । ସେହିପରି ନାଗାବଳୀ ଓ ଝଞ୍ଜାବତୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇଛି ।

ବଂଶଧାରାରେ ବିପଦ ସଙ୍କେତ ୮୪ ମିଟର, ସତର୍କ ସଙ୍କେତ ୮୩ ମିଟର ରହିଛି । ସନ୍ଧ୍ୟା ୫ଟା ସୁଦ୍ଧା ବଂଶଧାରା ଜଳସ୍ତର ୮୩.୪୫ ମିଟର ରହିଛି । ଗତ କାଲିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି । ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ଗତ ୨୪ଘଣ୍ଟା ମଧ୍ୟରେ ମୁନିଗୁଡା ବ୍ଲକରେ ସର୍ବାଧିକ ୯୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ, କାଶୀପୁରରେ ବ୍ଲକରେ ୩୯, ଗୁଣୁପୁରରେ ୨୦ ମିମି, ରାୟଗଡ଼ା ବ୍ଲକରେ ୩୭.୮, କୋଲନରାରେ ୨୪.୩, କଲ୍ୟାଣସିଙ୍ଗପୁରରେ ୫୬.୨ , ପଦ୍ମପୁର ବ୍ଲକରେ ୧୬, ଗୁଡାରି ବ୍ଲକରେ ୧୬.୬, ରମନାଗୁଡ଼ାରେ ୧୦.୨, ବିଷମକଟକରେ ୮୧.୬ , ଏବଂ ଚନ୍ଦ୍ରପୁର ବ୍ଲକରେ ୩୦.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ଗତ ୨୪ଘଣ୍ଟା ମଧ୍ୟରେ ୪୨୭.୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.