ETV Bharat / state

ଅସହାୟଙ୍କୁ ମାସ୍କ ଓ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ ଯୁବକ - cooked food and masks to the poor people

ମହାମାରୀ କୋରୋନା ଯୋଗୁଁ ୨୧ଦିନ ଲକଡାଉନ ପରେ ପୁଣି ଥରେ ମେ ୩ ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଏଭଳି ପରିସ୍ଥିତିରେ ପ୍ରଭାବିତ ଖଟିଖିଆ ଦିନ ମଜୁରିଆ ଓ ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ସ୍ବେଚ୍ଛାସେବୀ ଯୁବକ । ଅଧିକ ପଢନ୍ତୁ...

Volunteer youths distributed cooked food and masks to the poor people
ସ୍ବେଚ୍ଛାସେବୀ ଯୁବକ ବାଣ୍ଟିଲେ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ
author img

By

Published : Apr 16, 2020, 11:26 PM IST

ରାୟଗଡା: ଅସହାୟ ଲୋକମାନଙ୍କୁ ମାସ୍କ ଓ ରନ୍ଧାଖାଦ୍ୟ ବାଣ୍ଟିଲେ ସ୍ବେଚ୍ଛାସେବୀ ଯୁବକ । ମହାମାରୀ କୋରୋନା ଯୋଗୁଁ ୨୧ଦିନ ଲକଡାଉନ ପରେ ପୁଣି ଥରେ ମେ 3 ଯାଏଁ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।

Volunteer youths distributed cooked food and masks to the poor people
ସ୍ବେଚ୍ଛାସେବୀ ଯୁବକ ବାଣ୍ଟିଲେ ଅସହାୟ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ

ଏହି ଲକଡାଉନର ପ୍ରଭାବ ସେହି ମାନଙ୍କ ଉପରେ ପଡିଛି ଯେଉଁମାନଙ୍କ ଘରେ ଖଟି କି ଆଣିବା ପରେ ଚୁଲି ଜଳିଥାଏ । ଏଭଳିସ୍ଥିତିରେ ଏମିତି ଦିନ ମଜୁରିଆ ଓ ଅସହାୟଙ୍କ ଦୁଃଖ କହିଲେ ନସରେ । ଏହି ଲୋକମାନେ ଘରୁ ବାହାରକୁ ନ ବାହାରି ପେଟ ପୂରା ଦୁଇ ଓଳି ଦୁଇ ମୁଠା ଖାଇବାକୁ ଠିକ ସେ ପାଉନାହାନ୍ତି ।

ଆଉ ଏମାନଙ୍କ ଏହି ପରିସ୍ଥିତିକୁ ବୁଝିପାରି ଏହି ଅସହାୟଙ୍କ ପାଇଁ ଦେବଦୂତ ସାଜିଛନ୍ତି ଟିକିରି ଆଜାଦ ଯୁବକ ସଂଘର କିଛି ସ୍ବେଚ୍ଛାସେବୀ ଯୁବକ । ସେମାନେ ନିଜ ମଧ୍ୟରେ ପଇସା ସଂଗ୍ରହ କରି ରୋଷେଇ କରି ଟିକିରି, ସର୍ଗଗୁଡା, ପିତାଯୋଡି ଓ ପାନବନ୍ଧ ଗ୍ରାମର ପ୍ରାୟ ୪ ରୁ ୫ହଜାର ଲୋକମାନଙ୍କୁ ଗାଁ ଗାଁ, ଘର ଘର ବୁଲି ଭାତ, ଡାଲମା ସହ ମାସ୍କ ବାଣ୍ଟିଛନ୍ତି ।

ଏମାନଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଟିକିରିର ଝୋଡିଆପଡା ଓ ଆଦିବାସୀ ସାହିର ଯୁବକମାନେ ଆଗକୁ ଆସି ସହଯୋଗର ହାତ ବଢାଇଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.