ETV Bharat / state

କ୍ରସର ପ୍ରତିଷ୍ଠାକୁ ବିରୋଧ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ - crusher unit in rayagada

କ୍ରସର ପ୍ରତିଷ୍ଠାକୁ ବିରୋଧ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

villagers opposed to establishment of crusher unit in rayagada
କ୍ରସର ପ୍ରତିଷ୍ଠାକୁ ବିରୋଧ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗାଁଲୋକେ
author img

By

Published : Jan 19, 2021, 8:26 PM IST

ରାୟଗଡା: କ୍ରସର ପ୍ରତିଷ୍ଠାକୁ ବିରୋଧ କରି ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ହେଲେ ଫେରାଦ । ବିନା ପଲ୍ଲିସଭା କି ଗ୍ରାମବାସୀଙ୍କ ସହମତିରେ କ୍ରସର ପ୍ରତିଷ୍ଠାକୁ ବିରୋଧ କରିଛନ୍ତି ରାୟଗଡା କଲ୍ୟାଣସିଙ୍ଗପୁର ବ୍ଲକ ଅନ୍ତର୍ଗତ ବେଳକଣା ଗାଁର ଲୋକେ । ଆଜି(ମଙ୍ଗଳବାର) ଏହି ଗାଁର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି, ଗାଁରେ କେହି ଜଣେ ବ୍ୟକ୍ତି ଜୋର ଜବରଦସ୍ତ କ୍ରସର ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ।

କ୍ରସର ପ୍ରତିଷ୍ଠାକୁ ବିରୋଧ, ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ଗାଁଲୋକେ

୨୦୧୮ ମସିହାରୁ ସମ୍ପୃକ୍ତ ବ୍ୟକ୍ତି ଗାଁ ନିକଟରେ ସରକାରଙ୍କ ନିୟମକୁ ଖିଲାଫ କରି କ୍ରସର ନିର୍ମାଣ ପାଇଁ ସଫା ସୁତର କରିବା ସହ କାମ ଆରମ୍ଭ କରିବାରୁ ଗାଁ ଲୋକଙ୍କ ବିରୋଧର ଶିକାର ହୋଇଥିଲା । ତେବେ ଇତିମଧ୍ୟରେ ଚଞ୍ଚକତା କରି ଜାଲ ଦସ୍ତଖତ ମାଧ୍ୟମରେ ପଲ୍ଲିସଭା କରାଯାଇଥିବା ଅଭିଯୋଗ କରିଛନ୍ତି ବେଲକଣା ଗ୍ରାମବାସୀ । ତେବେ ତୁରନ୍ତ ଏହି କ୍ରସର ନିର୍ମାଣକୁ ବନ୍ଦ କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳୋନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.