ରାୟଗଡ଼ା: ଜିଲ୍ଲାର ହଲୁଆ ପଞ୍ଚାୟତ ଅନ୍ତର୍ଗତ କଣ୍ଡିଗୁଡ଼ାର ଯୁବକ ରାଜେଶ ବେନିଆଙ୍କ ହତ୍ୟା ଘଟଣା । ହତ୍ୟାକାରୀକୁ ଧରିବାରେ ବିଳମ୍ବକୁ ନେଇ ରାୟଗଡ଼ ଥାନା ଘେରାଉ କରିଛନ୍ତି ମୃତକଙ୍କ ପରିବାର ସହ ସମର୍ଥକ । ଆନ୍ଦୋଳନକାରୀଙ୍କ ସହିତ SDPO ଦିବ୍ୟଜ୍ୟୋତି ଦାଶ ଆଲୋଚନା କରି ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।
ରାଜେଶଙ୍କ ମୃତେଦହକୁ ଗତ 16 ତାରିଖରେ ହତ୍ୟାକାରୀ ରାସ୍ତାରେ ପକାଇଥିବା ନେଇ ରାକେଶଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । କୁମ୍ଭୀକୋଟା ଗ୍ରାମର ମଙ୍ଗରାଜ ଖୋସ୍ଲା ନାମକ ବ୍ୟକ୍ତି ଅଗଷ୍ଟ 13 ତାରିଖରେ ରାଜେଶଙ୍କୁ ନେଇ ଚାଲିଯାଇଥିବା ରାଜେଶଙ୍କ ସ୍ତ୍ରୀ ଅଗଷ୍ଟ 19 ତାରିଖରେ ରାୟଗଡ଼ ଥାନାରେ ଅଭିଯୋଗ କରିଥିଲେ। ଥାନାରେ ଅଭିଯୋଗ କରିବାରୁ ମଙ୍ଗରାଜ ରାଜେଶଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା ବେଳେ ରାଜେଶ ଖସି ଆସିଥିଲେ। ପର ମୁହୂର୍ତ୍ତରେ ରାଜେଶଙ୍କ ଶାଶୁଶଶୁର କିଛି ଯୁବକଙ୍କୁ ନେଇ ଆମ ଝିଅର ନା ଉଠିଲେ ୮ ଦିନ ଭିତରେ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ଧମକର କିଛି ଦିନ ପରେ ରାଜେଶଙ୍କ ହତ୍ୟା କରାଯାଇଥିଲା । ତେବେ ଯେଉଁମାନେ ଧମକ ଦେଇଥିଲେ ଏବଂ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ସେମାନଙ୍କ ବିରୋଧରେ ରାଜେଶଙ୍କ ହତ୍ୟା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ହତ୍ୟାକାରୀକୁ ଧରିବାରେ ପୋଲିସର ବିଳମ୍ବକୁ ନେଇ ରାୟଗଡ଼ ଥାନା ଘେରାଉ କରାଯାଇଛି । ଆନ୍ଦୋଳନକାରୀଙ୍କ ସହିତ SDPO ଦିବ୍ୟଜ୍ୟୋତି ଦାଶ ଆଲୋଚନା କରି ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ କରିବାକୁ ପ୍ରତିଶୃତି ଦେଇଛନ୍ତି । ଯଦି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାନଯାଏ ତେବେ DGଙ୍କୁ ଅଭିଯୋଗ କରିବାକୁ ଚେତାବନୀ ଦେଇଛନ୍ତି ପରିବାର ଲୋକେ ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ