ETV Bharat / state

ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

author img

By

Published : Jul 26, 2022, 11:04 PM IST

ଜଳ ସେଚନ ପଏଣ୍ଟରେ ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ନେଉଥିଲେ ୧୦ ହଜାର ଟଙ୍କା ଲାଞ୍ଚ । ଧରିଲା ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ
ଭିଜିଲାନ୍ସ ହାତରେ ଧରା ପଡିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ

ରାୟଗଡ଼ା: ଭିଜିଲାନ୍ସ ଜାଲରେ ପଡିଛନ୍ତି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ । ଗୁଣପୁର ବ୍ଲକ ଅନ୍ତର୍ଗତ ଚାଳକମ୍ବା ଗାଁର ଚାଷୀ କେ.ଭେଙ୍କଟ ରାଓ ଉଠା ଜଳ ସେଚନ ପଏଣ୍ଟରେ ବିଦ୍ୟୁତ ସଂଯୋଗ ପାଇଁ ବାରମ୍ବାର ବିଦ୍ୟୁତ ବିଭାଗ ନିକଟକୁ ଦୌଡୁଥିଲେ । କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ ପଦ୍ମପୁର କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକଙ୍କୁ ଏନେଇ ବାରମ୍ବାର ନିବେଦନ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା । ତେବେ ଜିତେନ୍ଦ୍ର ପଟ୍ଟନାୟକ 10 ହଜାର ନଦେଲେ ବିଦ୍ୟୁତ ସଂଯୋଗ ମିଳିବ ନାହିଁ ବୋଲି କହିଥିଲେ ।

ଭେଙ୍କଟ ରାଓ ଏହାକୁ ନେଇ ଗତ 5 ଦିନ ପୂର୍ବେ ରାୟଗଡ଼ା ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ରାଜଗୁରୁଙ୍କୁ ଜଣାଇଥିଲେ । ଯୋଜନା ମୁତାବକ ଆଜି ପଦ୍ମପୁରସ୍ଥିତ କନିଷ୍ଠ ଯନ୍ତ୍ରୀ ଜିତେନ୍ଦ୍ର ପଟ୍ଟନାୟକ ନିଜ କାର୍ଯ୍ୟାଳୟରେ ଭେଙ୍କଟ ରାଓଙ୍କ ଠାରୁ 10 ହଜାର ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ସେହି ସମୟରେ ହିଁ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି(ବୁଧବାର) ତାଙ୍କୁ ଜୟପୁରସ୍ଥିତ ଭିଜିଲାନ୍ସ କୋର୍ଟରେ ହାଜର କରାଯିବ । ଏନେଇ ସୂଚନା ଦେଇଛନ୍ତି ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ରାଜଗୁରୁ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.