ରାୟଗଡା: ଉତ୍କଳ ଆଲୁମିନା ପକ୍ଷରୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ । କୋରୋନା କାଳରେ ରାୟଗଡା ଜିଲ୍ଲାର ଦୋରାଗୁଡାଠାରେ ଥିବା ଉତ୍କଳ ଆଲୁମିନା ଅନେକ ଜନହିତକର କାର୍ଯ୍ୟ କରିଥିବାବେଳେ ଜିଲ୍ଲା ପ୍ରଶାସନକୁ ଜୀବନ ରକ୍ଷାକାରୀ ଉପକରଣ ପ୍ରଦାନ କରିଛି ।
ଜିଲ୍ଲାବାସୀଙ୍କ ସୁରକ୍ଷିତ ସ୍ବାସ୍ଥ୍ୟସେବା ପାଇଁ ଉତ୍କଳ ଆଲୁମିନା ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 30ଟି ଅମ୍ଲଜାନ ସାନ୍ଦ୍ରକ, 30ଟି ଅମ୍ଲଜାନ ଜୁମ୍ବୋ ସିଲିଣ୍ଡର, 100ଟି ପଲ୍ସ ଅକ୍ସିମିଟର,100ଟି ଥର୍ମାମିଟର ଓ 12ଟି ଶରୀର ତାପମାତ୍ରା ଯନ୍ତ୍ର ପ୍ରଦାନ କରିଛି ।
ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମାଙ୍କ ଉପସ୍ଥିତିରେ ଉତ୍କଳ ଆଲୁମିନାର ୟୁନିଟ୍ ମୁଖ୍ୟ ମଜହର୍ ବେଗ୍ ଏସବୁ ଉପକରଣ ପ୍ରଦାନ କରିଛନ୍ତି । ଏହି ଉପକରଣ ମାଧ୍ୟରେ ଜିଲ୍ଲାବାସୀ ଅଧିକରୁ ଅଧିକ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ୟୁନିଟ୍ ମୁଖ୍ୟ ମଜହର୍ ବେଗ୍ ପ୍ରକାଶ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ