ETV Bharat / state

ରାୟଗଡା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ - Ujjawla Yojna

ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ର ମନ୍ତ୍ରୀ । ଏନେଇ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରେଳ ଚଳାଚଳ ନେଇ ବଡ ଘୋଷଣା ଅପେକ୍ଷାରେ ଅଛନ୍ତି ରାୟଗଡାବାସୀ । ଅଧିକ ପଢନ୍ତୁ...

ରାୟଗଡା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

author img

By

Published : Aug 18, 2021, 10:14 PM IST

ରାୟଗଡା: ଜିଲ୍ଲାରେ ଜନ ଆଶୀର୍ବାଦ ଯାତ୍ରା ପାଇଁ ଆଉ ଦିନକ ପରେ ରାୟଗଡା ଗସ୍ତରେ ଆସିବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଏନେଇ ଆଜି(ବୁଧବାର) ରାୟଗଡା ରେଳ ଷ୍ଟେସନ ଠାରେ ସ୍ଥିର ହୋଇଛି । ଭୁବନେଶ୍ବରରୁ ହୀରାଖଣ୍ଡ ଟ୍ରେନ୍ ଯୋଗେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ 20 ତାରିଖ ଭୋରରୁ ପହଞ୍ଚିବା ପରେ ସର୍କିଟ ହାଉସ ପରିସରରେ ବିଶ୍ରାମ ନେଇ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମଝିଘରିଆଣୀଙ୍କୁ ଦର୍ଶନ କରିବେ ।

ରାୟଗଡା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ପରେ ପୂର୍ବାହ୍ନ 10ରୁ 11ଟା ମଧ୍ୟରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବା ସହ ସାମ୍ବାଦିକଙ୍କ ଆଗରେ ଜନ ଆଶୀର୍ବାଦ ଯାତ୍ରା ସଂକ୍ରାନ୍ତରେ ସୂଚନା ଦେବେ । ପରେ ରାୟଗଡା ସଦର ବ୍ଲକର ଗୁମ୍ମା ଗ୍ରାମରେ ଉଜ୍ବଳା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ହିତାଧିକାରୀଙ୍କୁ ସାକ୍ଷାତ କରିବା ସହ ଆଦିବାସୀ ମୋର୍ଚ୍ଚା ପକ୍ଷରୁ କୁମ୍ବିକୋଟା ଗ୍ରାମରେ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯିବ ।

ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କୋରାପୁଟ ଜିଲ୍ଲାର ବୁର୍ଜା, ଲକ୍ଷ୍ମୀପୁର, କାକିରିଗୁମା ଦେଇ ଦାମନଯୋଡି ଗସ୍ତ କରିବେ । ତେବେ ଅଶ୍ବିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ଓଡିଶା ଗସ୍ତ ସାଙ୍ଗକୁ ରାୟଗଡା ଗସ୍ତ ଗୁରୁତ୍ଵ ବହନ କରୁଛି । ଓଡିଶାର ପଛୁଆ ଜିଲ୍ଲା ଭାବେ ଅବିଭକ୍ତ କୋରାପୁଟ ପରିଗଣିତ ହେଉଥିବାବେଳେ ସ୍ଵାଧିନତାର 70 ଦଶନ୍ଧି ପରେ ମଧ୍ୟ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାକୁ ରେଳ ସଂଯୋଗ ନାହିଁ ।

ସେହିପରି ଥେରୁବାଲି - ଗୁଣପୁର ପ୍ରକଳ୍ପ, ନବଗଠିତ ରାୟଗଡା ଠାରେ ରେଳ ଡିଭିଜନ ଆଦିର ସମୀକ୍ଷା ସାଙ୍ଗକୁ ଆଗାମୀ ଦିନରେ କାର୍ଯ୍ୟକାରିତା ନେଇ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.